ଆଫଗାନିସ୍ତାନ ସହ ତିକ୍ତତା ବଢ଼ାଇବାରେ ସିଧାସଳଖ ପାକ୍ ସେନାର ହାତ! ତାଲିବାନର ଗୁରୁତ୍ୱପୂର୍ଣ୍ଣ ଖୁଲାସା

ଇସଲାମାବାଦ/କାବୁଲ,୩।୧୧: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସପ୍ତାହବ୍ୟାପୀ ଶତ୍ରୁତା ପରେ ଅନୁଷ୍ଠିତ ଶାନ୍ତି ଆଲୋଚନାରେ ଫଳାଫଳ ଶୂନ୍ୟ ରହିଥିବାବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଫଗାନିସ୍ତାନ ତାଲିବାନ ଅଧିକାରୀଙ୍କ ଦାବି ଅନୁଯାୟୀ, ଗୋଟିଏ ପଟେ ଆମେରିକା ଡ୍ରୋନ୍ ଆକ୍ରମଣ ପାଇଁ ପାକିସ୍ତାନୀ ବାୟୁସୀମା ବ୍ୟବହାର କରୁଛି ଏବଂ ଅନ୍ୟ ପଟେ, ପାକିସ୍ତାନର ଶକ୍ତିଶାଳୀ ସେନା ମୁଖ୍ୟ ଆସିମ ମୁନୀରଙ୍କ ନେତୃତ୍ୱରେ ସେନା ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ଙ୍କ ନାଗରିକ ସରକାରଙ୍କୁ ବାଇପାସ୍ କରି କାବୁଲ୍ ସହ ତିକ୍ତତା ସୃଷ୍ଟି କରୁଛି।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ପ୍ରକାଶ କରିଛନ୍ତି ଯେ ଆମେରିକୀୟ ଡ୍ରୋନ୍ ଗୁଡ଼ିକ ଆଫଗାନିସ୍ତାନରେ ଲକ୍ଷ୍ୟଭେଦ ପାଇଁ ପାକିସ୍ତାନୀ କ୍ଷେତ୍ର ଦେଇ ଯାଉଛି। ଏହାକୁ ରୋକିବାରେ ଇସଲାମାବାଦ୍ ନିଜର ଅସହାୟତା ପ୍ରକାଶ କରିଛି।

ମୁଜାହିଦ୍ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସେନା ଭିତରେ ଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ କାମ କରୁଛନ୍ତି। ତାଙ୍କ କହିବାନୁସାରେ, ନାଗରିକ ସରକାର ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବାବେଳେ ସେନା ଏହାକୁ ସମ୍ଭବ କରୁନାହିଁ।

ତାଲିବାନ ଅନୁଯାୟୀ, ପାକିସ୍ତାନର ସ୍ୱତନ୍ତ୍ର ଦୂତ ସାଦିକ୍ ଖାନ୍ କାବୁଲରେ ସକାରାତ୍ମକ ଆଲୋଚନା କରୁଥିବା ସମୟରେ, ପାକିସ୍ତାନ ଆଫଗାନ୍ ମାଟି ଉପରେ ଆକ୍ରମଣ ଜାରି ରଖିଥିଲା, ଯାହା ସେନା ନାଗରିକ ନେତୃତ୍ୱକୁ ଏଡ଼ାଇ ଯାଉଥିବାର ସୂଚନା ଦେଉଛି।

ନିକଟରେ ପାକିସ୍ତାନ ଆଫଗାନିସ୍ତାନର କାବୁଲ୍ ବାହାରେ ଏବଂ ପାକଟିକା ପ୍ରଦେଶରେ ବୋମାମାଡ଼ ଏବଂ ଗୁଳି ଚଳାଇଥିଲା, ଯେଉଁଥିରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ସେପ୍ଟେମ୍ବର-ଅକ୍ଟୋବର ଯୁଦ୍ଧରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଥିଲା। ଏହି ଘଟଣା ପରେ ଉଭୟ ପକ୍ଷ କାତାର ଏବଂ ତୁର୍କୀରେ ଆଲୋଚନା ପାଇଁ ବସିଥିଲେ, କିନ୍ତୁ କୌଣସି ଠୋସ୍ ସମାଧାନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?