ଚିକିତ୍ସାରେ ଚିତ୍ରକଳା

ପ୍ରଫେସର ରମେଶ ଚନ୍ଦ୍ର ପରିଡା

ସୁନ୍ଦର ଚିତ୍ରକଳାଟିଏ ମନକୁ ବିମୋହିତ କରିଥାଏ। ଏହାର କାରଣ ବୁଝିବା ଆମ ପକ୍ଷେ ସମ୍ଭବ ହୋଇ ନ ପାରେ, କିନ୍ତୁ ଏ ଅନୁଭୂତି ସତ୍ୟ। ଅନ୍ୟପକ୍ଷରେ ଜଣେ କବି ବା ଦାର୍ଶନିକ ଭଳି ଅସାଧାରଣ ମାନସିକତା ସମ୍ପନ୍ନ ହୋଇଥିବା ଚିତ୍ରକର ଆମ ମନକୁ ଅତି ନିପୁଣ ଭାବେ ସ୍ପର୍ଶ କରିପାରେ। ତା’ ଚିନ୍ତାର ଦୁନିଆ ସାଧାରଣ ଦୁନିଆଠାରୁ ଅନେକ ଊର୍ଦ୍ଧ୍ୱରେ। ତାହା ଏକ ସ୍ବପ୍ନର ରାଜ୍ୟ, ଯାହାକି ସେ ହିଁ କେବଳ ଉପଲବ୍ଧି କରିପାରେ। କେବଳ ଚିତ୍ରକୁ ରୂପାନ୍ତରିତ ହେଲେ ଆମ ସାଧାରଣ ଚକ୍ଷୁ ତାହାକୁ ଦେଖିପାରେ ଏବଂ ମନ ଅନୁଭବ କରିପାରେ। ମନ ସହିତ ସମ୍ପୃକ୍ତ ଆମ ଚିନ୍ତାଶକ୍ତି ଏବଂ ତାହାକୁ ନିୟନ୍ତ୍ରଣ କରେ ମସ୍ତିଷ୍କ ଓ ତା’ର ସ୍ବାୟୁ ବ୍ୟବସ୍ଥା। ସେଥିପାଇଁ ଚିତ୍ରକରକୁ ଜଣେ ସ୍ନାୟୁବିଜ୍ଞାନୀ ବୋଲି ଅଭିହିତ କରିଛନ୍ତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଦୃଷ୍ଟିବିଜ୍ଞାନ ବିଜ୍ଞାନାଗାରର ନିର୍ଦ୍ଦେଶକ ପାଟ୍ରିକ କାଭାଜାଘ। ଏହି ପ୍ରତିଷ୍ଠିତ ସ୍ନାୟୁ ତତ୍ତ୍ୱବିତ୍‌ଙ୍କ ମତରେ ଚିତ୍ରକର ତା’ କଳାକୃତିରେ ଯେଉଁ ବିଶେଷତାମାନ ଖଞ୍ଜି ଦେଇଥାଏ ତାହା ଆମ ଚାକ୍ଷୁଷ ଅବବୋଧ ଅପେକ୍ଷା ଅନ୍ତର୍ଦୃଷ୍ଟିକୁ ଅଧିକ ସମ୍ପ୍ରସାରିତ କରେ।
ଦୃଷ୍ଟିପ୍ରକ୍ରିୟା ମସ୍ତିଷ୍କର ପ୍ରମସ୍ତିଷ୍କୀୟ ବହିସ୍ଥା (ସେରେବ୍ରାଲ କୋରଟେକ୍ସ)ର ଏକ ତୃତୀୟାଂଶ ଉପଯୋଗ କରେ ଏବଂ ଏଥିରେ ନିୟୋଜିତ ହୋଇଥିବା ପ୍ରାୟ ୩୦ ହଜାର ନିୟୁତ (ବିଲିୟନ) ସ୍ନାୟୁକୋଷର କିଛି ଅଂଶରେ ରଙ୍ଗର ଦୁନିଆ, ଚକ୍ଷୁଚଳନ ଏବଂ ଆପେକ୍ଷିକ ସ୍ଥିତି ଆଦି ବିଶ୍ଳେଷଣ କରିଥାଏ। ଏହି ଚାକ୍ଷୁଷ ସ୍ବୟଂଚାଳିତ ବ୍ୟବସ୍ଥାଟି ଏତେ ଶକ୍ତିଶାଳୀ ଯେ, ଅଧିକାଂଶ ସମୟରେ ମସ୍ତିଷ୍କକୁ ଚିତ୍ରଟିଏ ଉତ୍ପନ୍ନ କରିବା ପାଇଁ କେବଳ ଆଭାସଟିଏ ଆବଶ୍ୟକ କରେ, ଯାହାକି ଏହା ମୁଖ୍ୟତଃ ‘ସଞ୍ଚିତ ତଥ୍ୟ’ରୁ ପୁନରୁଦ୍ଧାର କରିଥାଏ। ପ୍ରଫେସର କାଭାନାଘ କହନ୍ତି ଯେ, ଏଥିରୁ ଚାକ୍ଷୁଷ-ମସ୍ତିଷ୍କ ଧାରଣାମାନ ଆକଳନ କରେ ଏବଂ କାହାଣୀଟି ତିଆରି କରେ। ତାଙ୍କ ମତରେ ଚିତ୍ରକରମାନେ ଅଧିକ ମାତ୍ରାରେ ପ୍ରକୃତଭୌତିକ ବିଜ୍ଞାନ ଅପେକ୍ଷା ଏଗୁଡ଼ିକର କାରବାର କରିଥାନ୍ତି।
ସେମାନେ ଉନ୍ମୋଚନ କରନ୍ତି ଯେ, ଆମ ଚାକ୍ଷୁଷ ମସ୍ତିଷ୍କ ବାସ୍ତବ ଦୁନିଆକୁ ଦେଖିବା ପାଇଁ ପ୍ରକୃତ ଭୌତିକ ବିଜ୍ଞାନ ଅପେକ୍ଷା ଭିନ୍ନ ଏକ ବିଜ୍ଞାନର ଉପଯୋଗ କରେ, ଯାହାକି ସ୍ମୃତି ସିଦ୍ଧାନ୍ତ ଉପରେ ନିର୍ଭର କରେ ଏବଂ ଖୁବ୍‌ଶୀଘ୍ର ତଥା ଦକ୍ଷଭାବେ ଅବବୋଧ(ସୂକ୍ଷ୍ମଦର୍ଶନ)ଟିଏ ସୃଷ୍ଟି କରେ। ସେଥିପାଇଁ ପ୍ରଫେସର କାଭାନାଘଙ୍କ ବର୍ଣ୍ଣନା ଅନୁସାରେ ସେମାନେ ବନବାସୀ ହୋଇଥିବା ସମୟରେ ଗୁମ୍ଫାଗୁଡ଼ିକରେ ଅଙ୍କନ କରୁଥିବା ଚିତ୍ରଗୁଡିକଠାରୁ ଆରମ୍ଭକରି ବର୍ତ୍ତମାନ ପର୍ଯ୍ୟନ୍ତ ସୁଦୀର୍ଘ ୪୦,୦୦୦ ବର୍ଷ ଧରି ପରୀକ୍ଷା ଚଳାଇ ଆସିଛନ୍ତି। ତେଣୁ ସେମାନଙ୍କୁ ସ୍ନାୟୁ ବିଜ୍ଞାନୀ ବୋଲି କୁହାଯାଇପାରିବ।
ସୁପ୍ରସିଦ୍ଧ ଗବେଷଣା ପତ୍ରିକା ‘ନେଚର’ରେ ୨୦୦୫ ମସିହାରେ ଲିଖିତ ଏକ ନିବନ୍ଧରେ ସେ ସୂଚିତ କରିଥିଲେ ଯେ, ସମ୍ଭବତଃ ଚିତ୍ରକରମାନଙ୍କର ଶହ ଶହ ବର୍ଷ ଧରି ଆମ ଚାକ୍ଷୁଷ ମସ୍ତିଷ୍କ ସମ୍ପର୍କରେ କିଛି କୌତୂହଳପ୍ରଦ ଉପଲବ୍ଧି ଥିଲା, ଯାହାକି ଖୁବ୍‌ ନିକଟରେ ବୈଜ୍ଞାନିକ ପରୀକ୍ଷା ମାଧ୍ୟମରେ ପ୍ରତିଷ୍ଠିତ ହୋଇପାରିଛି। ସେଗୁଡ଼ିକ ହେଲା ପ୍ରତିଫଳନ, ଦର୍ପଣ ଏବଂ ଛାୟାକୃତି ସମ୍ପର୍କିତ ଧାରଣ l ଗୋଟିଏ ଚିତ୍ରକଳା ଯେ କୌଣସି ପ୍ରତିଫଳନଟିଏ ହେଲେ ଚଳିବ। ତେବେ ଏହାର ପ୍ରତିରୂପ ପ୍ରାକୃତିକ ଦୃଶ୍ୟମାନଙ୍କର ବିବିଧ ଧର୍ମ ସହିତ ଖାପ ଖାଇଲେ ହେଲା। ତାହା ହେଲେ ନିହାତି ଅସମ୍ଭବ ପ୍ରତିଫଳନ ମଧ୍ୟ ଦର୍ଶକ ଦ୍ୱାରା ସମ୍ପୂର୍ଣ୍ଣରୂପେ ଗୃହୀତ ହୋଇଥାଏ।
ଆଜିକାଲି ବଡ଼ ବଡ଼ ବେସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କ ଅପେକ୍ଷାଗୃହ, ସେମାନେ ସେଠାରେ ରହି ଚିକିତ୍ସିତ ହେଉଥିବା ପ୍ରକୋଷ୍ଠ ଏବଂ ଅନ୍ୟାନ୍ୟ ସ୍ଥାନର କାନ୍ଥରେ ସୁଦୃଶ୍ୟ ଚିତ୍ରମାନ ଅଙ୍କନ କରାଯାଉଛି, ତାହା ସୁନ୍ଦର ଦିଶିବା ପାଇଁ। ତେବେ କଷ୍ଟ ଭୋଗୁଥିବା ରୋଗୀମାନଙ୍କ ଯନ୍ତ୍ରଣା ହ୍ରାସ କରିବାରେ ଏହା ସହାୟକ ହୁଏ ବୋଲି ଏବେ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିଛି। ବିଗତ ୨୦୦୭ ମସିହାରେ ଡେନ୍‌ମାର୍କର କିଛି ବୈଜ୍ଞାନିକ ‘ଦ ଇଣ୍ଟର ନ୍ୟାଶନାଲ ଜର୍ନାଲ ଅଫ୍‌ କ୍ୱାଲିଟେଟିଭ ଷ୍ଟଡିଜ୍‌ ଅନ୍‌ ହେଲ୍‌ଥ ଏଣ୍ଡ ଓ୍ବେଲବିଂ’ରେ ପ୍ରକାଶ କରିଥିଲେ ଏକ ଗବେଷଣାତ୍ମକ ନିବନ୍ଧ। ସେଥିରେ ସେମାନେ ଏହି ଚିତ୍ରଗୁଡ଼ିକ ରୋଗୀ ଓ ରୋଗକୁ କିପରି ପ୍ରଭାବିତ କରେ ସେଥି ସମ୍ପର୍କରେ ସମ୍ୟକ୍‌ ସୂଚନାଟିଏ ପ୍ରଦାନ କରିଛନ୍ତି।
ତାଙ୍କ ଦ୍ୱାରା ଏଥିପାଇଁ ଅନୁଷ୍ଠିତ ଅଧ୍ୟୟନରେ ସେମାନେ ନେଇଥିଲେ କିଛି ଦୀର୍ଘଦିନ ଧରି ଏକ ଚିକିତ୍ସାଳୟର ସାଧାରଣ ପ୍ରକୋଷ୍ଠରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ। ପ୍ରଥମେ ସେଗୁଡ଼ିକର କାନ୍ଥ ଶୂନ୍ୟ ଥିଲା। ସେଠାରେ ରହୁଥିବା ରୋଗୀମାନେ ନିଜ ନିଜ ରୋଗଜନିତ ଦୁଃଖକୁ ନେଇ ମନମାରି ରହୁଥିଲେ। କ୍ୱଚିତ୍‌ ସେମାନେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ସେଥିରେ ଚିତ୍ରମାନ ଅଙ୍କନ କରାଯିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାହାକୁ ମନଧ୍ୟାନ ଦେଇ ଦେଖିବାକୁ ଲାଗିଲେ। ଫଳରେ ସେମାନଙ୍କ ଉଦାସଭାବ ହ୍ରାସ ପାଇବାକୁ ଲାଗିଲା। ସେମାନେ ମନମାରି ବସିବା ପରିବର୍ତ୍ତେ ଚତ୍ରଗୁଡ଼ିକୁ ନିଜ ନିଜ ଢଙ୍ଗରେ ବିଶ୍ଳେଷଣ କରିବାକୁ ଲାଗିଲେ ଏବଂ ତାହାକୁ ନେଇ ପରସ୍ପର ସହିତ ମତ ବିନିମୟ କରିବାକୁ ଲାଗିଲେ। ଏଣୁ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ଆରମ୍ଭ ହେଲା। ଏହାପରେ ସେମାନେ ରୋଗ ଓ ଚିକିତ୍ସାଠାରୁ ଆରମ୍ଭକରି ପାରିବାରିକ ସମସ୍ୟା, ରାଜନୀତି ଇତ୍ୟାଦି ପର୍ଯ୍ୟନ୍ତ ନାନା ବିଷୟରେ ଆଲୋଚନା କରିବାକୁ ଲାଗିଲେ ଏବଂ ଡାକ୍ତର, ନର୍ସ ତଥା ଅନ୍ୟ ସେବାକାରୀମାନଙ୍କ ଉପଦେଶ ଅଧିକ ଧ୍ୟାନପୂର୍ବକ ଶୁଣିଲେ ଓ ସେଥି ଅନୁସାରେ କାର୍ଯ୍ୟ କଲେ। ଫଳରେ ତାଙ୍କ ଯନ୍ତ୍ରଣା ହ୍ରାସ ପାଇବା ଏବଂ ରୋଗ ଉପଶମ ହେବା ପ୍ରକ୍ରିୟା ତ୍ୱରାନ୍ବିତ ହେଲା। ଏହାପରେ ପରୀକ୍ଷାଟିକୁ ବାରମ୍ବାର ଦୋହରାଇ ତହିଁରୁ ଗବେଷକମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଚିତ୍ରକଳା ଏପରି ଏକ ପରିବେଶ ସୃଷ୍ଟି କରେ, ଯହିଁରେ ରୋଗୀମାନେ ନିଜକୁ ଅଧିକ ନିରାପଦ ମଣନ୍ତି। ଅତଏବ ତାଙ୍କର ମନର ବଳ ବଢ଼େ। ‘ଇଣ୍ଟେନସିଭ କେୟାର ୟୁନିଟ୍‌’ (ସଂଘ ବୈକ୍ଳବ୍ୟ)ରେ ରହୁଥିବା ରୋଗୀମାନଙ୍କ ପାଇଁ ଏହା ବିଶେଷ ଭାବେ ପ୍ରଜୁଯ୍ୟ।
ବର୍ତ୍ତମାନ ୟୁରୋପୀୟ ସୋସାଇଟିରେ ମଧ୍ୟ ଏହା ଉପରେ ଅଧ୍ୟୟନ ଚାଲୁ ରହିଛି। ଏଣୁ ଆମ ଦେଶ ସମେତ ଅନ୍ୟତ୍ର ଏ କାର୍ଯ୍ୟ ଆରମ୍ଭ ହେବା ଦରକାର। ସମାଜସେବୀ, ମନୋବିଜ୍ଞାନୀ ଏବଂ ସମ୍ବେଦନଶୀଳ କଳାକାରମାନେ ଏଥିପାଇଁ ଡାକ୍ତରମାନଙ୍କ ସହିତ ପରାମର୍ଶ କରି ଚିତ୍ରଗୁଡ଼ିକ କି ପ୍ରକାରର ହେବା ଅଧିକ ଉପାଦେୟ ତାହା ସ୍ଥିର କରିବା ଉଚିତ। ଏପରିକି ଡାକ୍ତରୀପାଠ ପଢୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଚିତ୍ରକଳା ଶିକ୍ଷା କରିବା ଦରକାର ବୋଲି ମତପୋଷଣ କଲେଣି ଆମେରିକାର ଡକ୍ଟର ରୋବର୍ଟ ପ୍ଲାଟରଙ୍କ ସମେତ ଅନେକ ମନୋବିଜ୍ଞାନୀ। ଡାକ୍ତରୀ ଶିକ୍ଷାର ନୀତି ନିର୍ଦ୍ଧାରଣକାରୀମାନେ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଉଚିତ।
ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri