ଧାମନଗର ପରେ ପଦ୍ମପୁର ଚିନ୍ତା

ବରଗଡ଼ ଅଫିସ:ଧାମନଗର ବିଧାନ ସଭା ନିର୍ବାଚନ ଫଳ ରବିବାର ପ୍ରକାଶ ପାଇଛି। ଦିବଂଗତ ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ ବିଜୟୀ ହୋଇ ଦଳର ସମ୍ମାନ ରଖିଛନ୍ତି। ଏଥିରେ ଭାଜପା ଉଲ୍ଲସିତ ହୋଇପଡିଥିବା ବେଳେ ବିଜେଡ଼ି ପରାଜୟକୁ ସ୍ବୀକାର କରିଛି। ଏପରିସ୍ଥଳେ ଡିସେମ୍ବର ୫ତାରିଖରେ ହେବାକୁ ଥିବା ପଦ୍ମପୁର ବିଧାନ ସଭା ଉପନିର୍ବାଚନ ଏବେ ତିନି ପ୍ରମୁଖ ଦଳ ପାଇଁ ଅସଲ ପରୀକ୍ଷା ବୋଲି କୁହାଯାଉଛି। ଧାମନଗର ଫଳାଫଳ ପଦ୍ମପୁର ଉପନିର୍ବାଚନକୁ କିଭଳି ପ୍ରଭାବିତ କରିବ ସେ ନେଇ ତିନି ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ଯାହା କହିଲେ ତାହାକୁ ନେଇ ଏକ ଉପସ୍ଥାପନା…।

ପରିବର୍ତ୍ତନର ଆଭାସ
ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ୨୨ବର୍ଷ ଶାସନକାଳ ସତ୍ତ୍ବେ ରାଜ୍ୟବାସୀ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ମିଶନ ଶକ୍ତିର ନାରା ଦିଆଯାଉଛି, ହେଲେ ଆଜି ବି ମହିଳାଙ୍କୁ ସମ୍ମାନ ମିଳୁ ନାହିଁ। ଧାମନଗରବାସୀ ପରିବର୍ତ୍ତନର ନୂଆ ରାସ୍ତା ଦେଖାଇଛନ୍ତି। ଆଗାମୀ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଏହା ପ୍ରତିଫଳିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶଧାରାରେ ସାମିଲ ହୋଇ ପଦ୍ମପୁରବାସୀ ଭାଜପା ପ୍ରାର୍ଥୀଙ୍କୁ ହିଁ ବିଧାୟକଭାବେ ବାଛିବେ।
ଇରାସିସ୍‌ ଆଚାର୍ଯ୍ୟ, ଭାଜପା
ଭିନ୍ନ ରାଜନୈତିକ କ୍ଷେତ୍ର
ଧାମନଗର ଏବଂ ପଦ୍ମପୁର ୨ଟି ଭିନ୍ନ ରାଜନୈତିକ କ୍ଷେତ୍ର। ଧାମନଗର ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ଥିଲା। ତାଙ୍କ ପୁଅ ଉପନିର୍ବାଚନରେ ଜିତିଲେ। ଏଥିରେ ବିଚଳିତ ହେବା ଠିକ୍‌ ନୁହେଁ। ପଦ୍ମପୁର ନିର୍ବାଚନ ମଣ୍ଡଳୀ ପ୍ରତି ଉଭୟ ରାଜ୍ୟର ବିଜେଡ଼ି ଏବଂ କେନ୍ଦ୍ରର ଭାଜପା ସରକାର ଅବହେଳା କରି ଆସୁଛନ୍ତି। ଫଳରେ ଉଭୟ ଦଳକୁ ତିରସ୍କାର କରି ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀ ଏଥର କଂଗ୍ରେସ ସପକ୍ଷରେ ନିଶ୍ଚୟ ମତଦାନ କରିବେ।
ପାଣ୍ଡବ କର୍ଣ୍ଣ, କଂଗ୍ରେସ
ଜିଲାରେ ରହିବ ବିଜେଡିର ବିଜୟଧାରା
ଗତ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଜିଲାର ସବୁ ଆସନ ବିଜେଡ଼ି ଦଖଲ କରିଥିଲା। ବିଜେଡ଼ି ପ୍ରତି ଜିଲାବାସୀଙ୍କ ବିଶ୍ୱାସ ଏବେ ମଧ୍ୟ ରହିଛି। ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଜନପ୍ରିୟ ଥିଲେ। ଅନେକଥର ବିଜୟ ଲାଭ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶଧାରା ଆଗେଇ ଚାଲିଛି। ଏଠାରେ ଧାମନଗରର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେଡ଼ି ପୁଣି ଜିତିବ।
ଦେବେଶ ଆଚାର୍ଯ୍ୟ, ବିଜେଡ଼ି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?