ଧାମନଗର ପରେ ପଦ୍ମପୁର ଚିନ୍ତା

ବରଗଡ଼ ଅଫିସ:ଧାମନଗର ବିଧାନ ସଭା ନିର୍ବାଚନ ଫଳ ରବିବାର ପ୍ରକାଶ ପାଇଛି। ଦିବଂଗତ ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ ବିଜୟୀ ହୋଇ ଦଳର ସମ୍ମାନ ରଖିଛନ୍ତି। ଏଥିରେ ଭାଜପା ଉଲ୍ଲସିତ ହୋଇପଡିଥିବା ବେଳେ ବିଜେଡ଼ି ପରାଜୟକୁ ସ୍ବୀକାର କରିଛି। ଏପରିସ୍ଥଳେ ଡିସେମ୍ବର ୫ତାରିଖରେ ହେବାକୁ ଥିବା ପଦ୍ମପୁର ବିଧାନ ସଭା ଉପନିର୍ବାଚନ ଏବେ ତିନି ପ୍ରମୁଖ ଦଳ ପାଇଁ ଅସଲ ପରୀକ୍ଷା ବୋଲି କୁହାଯାଉଛି। ଧାମନଗର ଫଳାଫଳ ପଦ୍ମପୁର ଉପନିର୍ବାଚନକୁ କିଭଳି ପ୍ରଭାବିତ କରିବ ସେ ନେଇ ତିନି ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ଯାହା କହିଲେ ତାହାକୁ ନେଇ ଏକ ଉପସ୍ଥାପନା…।

ପରିବର୍ତ୍ତନର ଆଭାସ
ନବୀନ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ୨୨ବର୍ଷ ଶାସନକାଳ ସତ୍ତ୍ବେ ରାଜ୍ୟବାସୀ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ମିଶନ ଶକ୍ତିର ନାରା ଦିଆଯାଉଛି, ହେଲେ ଆଜି ବି ମହିଳାଙ୍କୁ ସମ୍ମାନ ମିଳୁ ନାହିଁ। ଧାମନଗରବାସୀ ପରିବର୍ତ୍ତନର ନୂଆ ରାସ୍ତା ଦେଖାଇଛନ୍ତି। ଆଗାମୀ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଏହା ପ୍ରତିଫଳିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶଧାରାରେ ସାମିଲ ହୋଇ ପଦ୍ମପୁରବାସୀ ଭାଜପା ପ୍ରାର୍ଥୀଙ୍କୁ ହିଁ ବିଧାୟକଭାବେ ବାଛିବେ।
ଇରାସିସ୍‌ ଆଚାର୍ଯ୍ୟ, ଭାଜପା
ଭିନ୍ନ ରାଜନୈତିକ କ୍ଷେତ୍ର
ଧାମନଗର ଏବଂ ପଦ୍ମପୁର ୨ଟି ଭିନ୍ନ ରାଜନୈତିକ କ୍ଷେତ୍ର। ଧାମନଗର ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଲୋକପ୍ରିୟତା ଥିଲା। ତାଙ୍କ ପୁଅ ଉପନିର୍ବାଚନରେ ଜିତିଲେ। ଏଥିରେ ବିଚଳିତ ହେବା ଠିକ୍‌ ନୁହେଁ। ପଦ୍ମପୁର ନିର୍ବାଚନ ମଣ୍ଡଳୀ ପ୍ରତି ଉଭୟ ରାଜ୍ୟର ବିଜେଡ଼ି ଏବଂ କେନ୍ଦ୍ରର ଭାଜପା ସରକାର ଅବହେଳା କରି ଆସୁଛନ୍ତି। ଫଳରେ ଉଭୟ ଦଳକୁ ତିରସ୍କାର କରି ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀ ଏଥର କଂଗ୍ରେସ ସପକ୍ଷରେ ନିଶ୍ଚୟ ମତଦାନ କରିବେ।
ପାଣ୍ଡବ କର୍ଣ୍ଣ, କଂଗ୍ରେସ
ଜିଲାରେ ରହିବ ବିଜେଡିର ବିଜୟଧାରା
ଗତ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଜିଲାର ସବୁ ଆସନ ବିଜେଡ଼ି ଦଖଲ କରିଥିଲା। ବିଜେଡ଼ି ପ୍ରତି ଜିଲାବାସୀଙ୍କ ବିଶ୍ୱାସ ଏବେ ମଧ୍ୟ ରହିଛି। ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଜନପ୍ରିୟ ଥିଲେ। ଅନେକଥର ବିଜୟ ଲାଭ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିକାଶଧାରା ଆଗେଇ ଚାଲିଛି। ଏଠାରେ ଧାମନଗରର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେଡ଼ି ପୁଣି ଜିତିବ।
ଦେବେଶ ଆଚାର୍ଯ୍ୟ, ବିଜେଡ଼ି


Enter your email to get our daily news in your inbox.

All Right Reserved By Dharitri.Com

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

PM ମୋଦିଙ୍କ ଜନ୍ମଦିନକୁ ନେଇ ବଡ଼ ପ୍ରସ୍ତୁତି: ୨୫ ରାଜ୍ୟର CM କରିବେ…

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ଦେଶବ୍ୟାପୀ ଏକ ମାସ ଧରି ଚାଲିବାକୁ ଥିବା ‘ସେବା ସଙ୍କଳ୍ପ’ ଅଭିଯାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri