ତରୁଣ, ପ୍ରବୀଣ କଡ଼ା ମୁକାବିଲା

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨।୧୨: ପଦ୍ମପୁର ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା, କଂଗ୍ରେସ ପାଇଁ ଗୁରୁତ୍ୱ ବହନ କରୁଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଖା ଓ ପ୍ରବୀଣ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା। କିନ୍ତୁ ଚଳିତ ଉପନିର୍ବାଚନରେ ସେଥିରେ ବ୍ୟତିକ୍ରମ ଦେଖାଯାଇଛି। କଂଗ୍ରେସ ଏବଂ ଭାଜପାର ୨ ପୁରୁଖା ତଥା ପ୍ରବୀଣ ନେତାଙ୍କ ସହିତ ବିଜେଡ଼ିର ତରୁଣ ତଥା ନବାଗତାଙ୍କ ଲଢ଼େଇ ଚାଲିଛି। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଏଠାରେ କିଏ ବିଜୟ ମୁକୁଟ ପିନ୍ଧିବ, ତାହା ଆକଳନ କରିବା ସହଜ ହେଉନାହିଁ। କିନ୍ତୁ ଏଠାରେ ପ୍ରଥମଥର ପାଇଁ ପ୍ରବୀଣ ଓ ତରୁଣଙ୍କ ମଧ୍ୟରେ ଲଢ଼େଇ ଚାଲିଛି, ଏହାକୁ କେହି ଅସ୍ବୀକାର କରିପାରିବେନାହିଁ ।
ପଦ୍ମପୁର ଉପନିର୍ବାଚନରେ ଏଥର ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା ଏବଂ କଂଗ୍ରେସ ମଧ୍ୟ ସିଧାସଳଖ ଲଢ଼େଇ ଚାଲିଛି । ବିଜେଡ଼ିରୁ ବର୍ଷା ସିଂ ବରିହା, ଭାଜପାରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ପ୍ରଦୀପ ଏବଂ ସତ୍ୟଭୂଷଣ ଏହି ଆସନ ପାଇଁ ନୂଆ ନୁହନ୍ତି। ଉଭୟେ ପୂର୍ବରୁ ଏହି ଆସନରେ ବିଧାୟକ ଥିବାବେଳେ ସେମାନେ ରାଜନୀତିରେ ଅଭିଜ୍ଞ ଏବଂ ପୁରୁଖା। କିନ୍ତୁ ବର୍ଷା ନିର୍ବାଚନ ମଇଦାନରେ ସମ୍ପୂର୍ଣ୍ଣ ନୂଆ। ସେ ରାଜନୈତିକ ପରିବାରର ଝିଅ ଏବଂ ରାଜନୈତିକ ପରିବାରର ବୋହୂ ମଧ୍ୟ। ବର୍ଷାଙ୍କ ସହିତ ୨ ପୁରୁଖାଙ୍କ ଲଢ଼େଇ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ପ୍ରଦୀପଙ୍କ ବ୍ୟକ୍ତିତ୍ୱ ନିଆରା। ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ବାଲ୍‌କୋ ଆନ୍ଦୋଳନ, ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛନ୍ତି। ସେହିପରି ଆଞ୍ଚଳିକ ସମସ୍ୟା, ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଜନସମ୍ପର୍କ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ବିଜେଡ଼ି ଶାସନ ଚାଲିଥିଲେ ସୁଦ୍ଧା ଗତ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ଜିଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ଦଖଲ କରିଥିଲେ। କେବଳ ସେତିକି ନୁହେଁ, ସେତେବେଳେ ଜିଲାରେ ଭାଜପା ଜିଲା ପରିଷଦ ଗଠନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଦୀପ ଲୋକଙ୍କ ଆସ୍ଥା ହରାଇଥିଲେ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ହାତକୁ ପୁଣି ଆସନଟି ଫେରି ଯାଇଥିଲା ।
ବିଜୟଙ୍କ ପାଇଁ ଏହି ଆସନ ନୂଆ ନ ଥିଲା। ଏଠାରୁ ସେ ସର୍ବାଧିକ ୫ଥର ବିଜୟୀ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ହେଉଛି ଏବଂ ବିଜୁ ଜନତା ଦଳ ସ୍ବର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ବର୍ଷା ନିର୍ବାଚନୀ ମଇଦାନରେ ନୂଆ ହୋଇ ପାରନ୍ତି, କିନ୍ତୁ ତାଙ୍କ ପାଖରେ ରାଜନୈତିକ ଅଭିଜ୍ଞତା ନାହିଁ କହିଲେ ଠିକ୍‌ ହେବ ନାହିଁ। ବର୍ଷା ସ୍ବର୍ଗତ ବରିହାଙ୍କ ଝିଅ ହୋଇଥିବାବେଳେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ। ପିଲାବେଳେ ସେ ତାଙ୍କ ବାପାଙ୍କଠାରୁ ରାଜନୀତି ବାବଦରେ ଜ୍ଞାନ ଆହରଣ କରିବା ସହିତ ବାପାଙ୍କ ସେବା ମନୋବୃତ୍ତି ଆଖିରେ ଦେଖି ଆସିଥିବା କହିଛନ୍ତି।
ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛନ୍ତି। ପଦ୍ମପୁର ଆସନରୁ ସେ ୩ଥର ବିଜୟ ଲାଭ କରିଛନ୍ତି। ୧୯୮୦, ୧୯୮୫ ଏବଂ ୨୦୦୪ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଆଶୀର୍ବାଦ କରି ସାହୁଙ୍କୁ ବିଜୟୀ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଆଉ ସୁଯୋଗ ଦେଇନାହାନ୍ତି। ଏପରିକି ୨୦୧୪ ସାଧାରଣ ନିର୍ବାଚନରେ ଦଳ ମଧ୍ୟ ସତ୍ୟଭୂଷଣଙ୍କ ପ୍ରତି ଆସ୍ଥା ପ୍ରକଟ କରି ନ ଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସତ୍ୟଭୂଷଣଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଥିବା ବେଳେ ଚଳିତ ଉପନିର୍ବାଚନରେ ମଧ୍ୟ ତାଙ୍କୁ ସୁଯୋଗ ଦେଇଛି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସବୁ ପ୍ରାର୍ଥୀଙ୍କ ମଧ୍ୟରୁ ବର୍ଷୀୟାନ ସତ୍ୟଭୂଷଣଙ୍କ ନିରାଡ଼ମ୍ବର ପ୍ରଚାର, ବ୍ୟକ୍ତିତ୍ୱ ଲୋକଙ୍କୁ ଆକୃଷ୍ଟ କରୁଛି। ଅନ୍ୟପଟେ ବିଜେଡ଼ି ଏବଂ ଭାଜପା ନେତାଙ୍କ ମଧ୍ୟରେ ଯେଭଳି ବୟାନବାଜି ଚାଲିଛି, ତାହା ମଧ୍ୟ କଂଗ୍ରେସ ପାଇଁ ସହାୟକ ହୋଇଛି। ଏହି ଦୃଷ୍ଟିରୁ ତାଙ୍କ ସପକ୍ଷରେ ଅଧିକ ମତଦାନ ହେବ ବୋଲି ସତ୍ୟଭୂଷଣ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri