ତରୁଣ, ପ୍ରବୀଣ କଡ଼ା ମୁକାବିଲା

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨।୧୨: ପଦ୍ମପୁର ଉପନିର୍ବାଚନ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା, କଂଗ୍ରେସ ପାଇଁ ଗୁରୁତ୍ୱ ବହନ କରୁଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ପୁରୁଖା ଓ ପ୍ରବୀଣ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା। କିନ୍ତୁ ଚଳିତ ଉପନିର୍ବାଚନରେ ସେଥିରେ ବ୍ୟତିକ୍ରମ ଦେଖାଯାଇଛି। କଂଗ୍ରେସ ଏବଂ ଭାଜପାର ୨ ପୁରୁଖା ତଥା ପ୍ରବୀଣ ନେତାଙ୍କ ସହିତ ବିଜେଡ଼ିର ତରୁଣ ତଥା ନବାଗତାଙ୍କ ଲଢ଼େଇ ଚାଲିଛି। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଏଠାରେ କିଏ ବିଜୟ ମୁକୁଟ ପିନ୍ଧିବ, ତାହା ଆକଳନ କରିବା ସହଜ ହେଉନାହିଁ। କିନ୍ତୁ ଏଠାରେ ପ୍ରଥମଥର ପାଇଁ ପ୍ରବୀଣ ଓ ତରୁଣଙ୍କ ମଧ୍ୟରେ ଲଢ଼େଇ ଚାଲିଛି, ଏହାକୁ କେହି ଅସ୍ବୀକାର କରିପାରିବେନାହିଁ ।
ପଦ୍ମପୁର ଉପନିର୍ବାଚନରେ ଏଥର ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ୩ ପ୍ରମୁଖ ଦଳ ବିଜେଡ଼ି, ଭାଜପା ଏବଂ କଂଗ୍ରେସ ମଧ୍ୟ ସିଧାସଳଖ ଲଢ଼େଇ ଚାଲିଛି । ବିଜେଡ଼ିରୁ ବର୍ଷା ସିଂ ବରିହା, ଭାଜପାରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ପ୍ରଦୀପ ଏବଂ ସତ୍ୟଭୂଷଣ ଏହି ଆସନ ପାଇଁ ନୂଆ ନୁହନ୍ତି। ଉଭୟେ ପୂର୍ବରୁ ଏହି ଆସନରେ ବିଧାୟକ ଥିବାବେଳେ ସେମାନେ ରାଜନୀତିରେ ଅଭିଜ୍ଞ ଏବଂ ପୁରୁଖା। କିନ୍ତୁ ବର୍ଷା ନିର୍ବାଚନ ମଇଦାନରେ ସମ୍ପୂର୍ଣ୍ଣ ନୂଆ। ସେ ରାଜନୈତିକ ପରିବାରର ଝିଅ ଏବଂ ରାଜନୈତିକ ପରିବାରର ବୋହୂ ମଧ୍ୟ। ବର୍ଷାଙ୍କ ସହିତ ୨ ପୁରୁଖାଙ୍କ ଲଢ଼େଇ ଏବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ପ୍ରଦୀପଙ୍କ ବ୍ୟକ୍ତିତ୍ୱ ନିଆରା। ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ବାଲ୍‌କୋ ଆନ୍ଦୋଳନ, ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛନ୍ତି। ସେହିପରି ଆଞ୍ଚଳିକ ସମସ୍ୟା, ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଜନସମ୍ପର୍କ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ବିଜେଡ଼ି ଶାସନ ଚାଲିଥିଲେ ସୁଦ୍ଧା ଗତ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ଜିଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ଦଖଲ କରିଥିଲେ। କେବଳ ସେତିକି ନୁହେଁ, ସେତେବେଳେ ଜିଲାରେ ଭାଜପା ଜିଲା ପରିଷଦ ଗଠନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଦୀପ ଲୋକଙ୍କ ଆସ୍ଥା ହରାଇଥିଲେ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ହାତକୁ ପୁଣି ଆସନଟି ଫେରି ଯାଇଥିଲା ।
ବିଜୟଙ୍କ ପାଇଁ ଏହି ଆସନ ନୂଆ ନ ଥିଲା। ଏଠାରୁ ସେ ସର୍ବାଧିକ ୫ଥର ବିଜୟୀ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ହେଉଛି ଏବଂ ବିଜୁ ଜନତା ଦଳ ସ୍ବର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ବର୍ଷା ନିର୍ବାଚନୀ ମଇଦାନରେ ନୂଆ ହୋଇ ପାରନ୍ତି, କିନ୍ତୁ ତାଙ୍କ ପାଖରେ ରାଜନୈତିକ ଅଭିଜ୍ଞତା ନାହିଁ କହିଲେ ଠିକ୍‌ ହେବ ନାହିଁ। ବର୍ଷା ସ୍ବର୍ଗତ ବରିହାଙ୍କ ଝିଅ ହୋଇଥିବାବେଳେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂଙ୍କ ବୋହୂ। ପିଲାବେଳେ ସେ ତାଙ୍କ ବାପାଙ୍କଠାରୁ ରାଜନୀତି ବାବଦରେ ଜ୍ଞାନ ଆହରଣ କରିବା ସହିତ ବାପାଙ୍କ ସେବା ମନୋବୃତ୍ତି ଆଖିରେ ଦେଖି ଆସିଥିବା କହିଛନ୍ତି।
ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଆସିଛନ୍ତି। ପଦ୍ମପୁର ଆସନରୁ ସେ ୩ଥର ବିଜୟ ଲାଭ କରିଛନ୍ତି। ୧୯୮୦, ୧୯୮୫ ଏବଂ ୨୦୦୪ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଆଶୀର୍ବାଦ କରି ସାହୁଙ୍କୁ ବିଜୟୀ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଆଉ ସୁଯୋଗ ଦେଇନାହାନ୍ତି। ଏପରିକି ୨୦୧୪ ସାଧାରଣ ନିର୍ବାଚନରେ ଦଳ ମଧ୍ୟ ସତ୍ୟଭୂଷଣଙ୍କ ପ୍ରତି ଆସ୍ଥା ପ୍ରକଟ କରି ନ ଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସତ୍ୟଭୂଷଣଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଥିବା ବେଳେ ଚଳିତ ଉପନିର୍ବାଚନରେ ମଧ୍ୟ ତାଙ୍କୁ ସୁଯୋଗ ଦେଇଛି । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସବୁ ପ୍ରାର୍ଥୀଙ୍କ ମଧ୍ୟରୁ ବର୍ଷୀୟାନ ସତ୍ୟଭୂଷଣଙ୍କ ନିରାଡ଼ମ୍ବର ପ୍ରଚାର, ବ୍ୟକ୍ତିତ୍ୱ ଲୋକଙ୍କୁ ଆକୃଷ୍ଟ କରୁଛି। ଅନ୍ୟପଟେ ବିଜେଡ଼ି ଏବଂ ଭାଜପା ନେତାଙ୍କ ମଧ୍ୟରେ ଯେଭଳି ବୟାନବାଜି ଚାଲିଛି, ତାହା ମଧ୍ୟ କଂଗ୍ରେସ ପାଇଁ ସହାୟକ ହୋଇଛି। ଏହି ଦୃଷ୍ଟିରୁ ତାଙ୍କ ସପକ୍ଷରେ ଅଧିକ ମତଦାନ ହେବ ବୋଲି ସତ୍ୟଭୂଷଣ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?