ପଦ୍ମନାଭପୁର ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଦିଗପହଣ୍ଡି,୨୫ା୬(ଡି.ଏନ୍‌.ଏ.): କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ କଡ଼ା ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁକୁ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ପଞ୍ଚାୟତ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଏକ ସପ୍ତାହବ୍ୟାପୀ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେ ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ସବିଶେଷ ଆଲୋଚନା କରିଥିବା କହିଛନ୍ତି। ଶଟ୍‌ଡାଉନ୍‌ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏପରିକି ପୋଖରୀରେ ଗାଧୋଇବା ଶୌଚ ହେବା ମନା। ଜରୁରୀ କାମ ନ ଥିଲେ ଘରୁ ବାହାରକୁ ବାହାରିବେ ନାହିଁ। ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ପଦ୍ମନାଭପୁର ଗ୍ରାମର ସଙ୍ଗରୋଧ କେନ୍ଦ୍ରରୁ ଫେରି ହୋମ୍‌ କ୍ୱାରାଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି। ଏ ନେଇ ଗୁରୁବାର ରିପୋର୍ଟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସମଗ୍ର ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା ସହ ପଦ୍ମନାଭପୁର ଗାଁକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଷ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ...

ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ...

ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ପୁରସ୍କୃତ

ଅନୁଗୋଳ ଅଫିସ, ୧୮।୭ – ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରକୁ ପୂର୍ବ ଜୋନାଲରେ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଭାବେ ବିବେଚିତ କରାଯାଇ ପଣ୍ଡିତ ଦୀନଦୟାଲ...

ଡାକ୍ତରଖାନା କର୍ମଚାରୀ ମୃତ

ଅନୁଗୋଳ ଅଫିସ୍, ୨୫ା୩- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ସକାଳେ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି।...

୧୯୫ ଦେଶରେ କରୋନା: ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦

ଓ୍ବାଶିଂଟନ,୨୬।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଇତିମଧ୍ୟରେ କରୋନା ସଂକ୍ରମଣରେ...

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶକ୍ତି ସହ ଲଢ଼େଇ କରୁଛି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ହେଲେ...

ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ...

CORONAVIRUS UPDATE: ରାଜ୍ୟରେ ଆଉ ୭୫ ପଜିଟିଭ୍‌ ଚିହ୍ନଟ; ୨,୮୫୬ରେ ପହଞ୍ଚିଲା ମୋଟ ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୭୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ଥିବା ବେଳେ ଲୋକାଲ୍‌ କେସ୍‌ ୩ ରହିଛି। ତେବେ...

Coronavirus Update

Archives

Model This Week

Why Dharitri