ଓଡ଼ିଶାରେ ବିକ୍ରି କଲେ ଧାନ, କେରଳ ଆକାଉଣ୍ଟରେ ଜମା ହେଲା ଟଙ୍କା

ଲୋଇସିଂହା,୨।୨(ସୁଶାନ୍ତ ବାରିକ):ଏବେ ବି ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ଲାଗି ରହିଛି। ଧାନ ବିକ୍ରି ବାବଦ ଟଙ୍କା ପାଇବାରେ ଚାଷୀଙ୍କୁ ହଟହଟା ହେବକୁ ପଡୁଛି। ଧାନ ବିକ୍ରି ଟଙ୍କା ଆଣିବାକୁ ଯାଇ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଜଣେ ଯୁବ ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ଆଗଲପୁର ବ୍ଲକ ନଅଗାଁ(କ) ଗ୍ରାମର ବଳରାମ ପଧାନ। ବଳରାମଙ୍କ ଖରିଫ ଧାନ ବିକ୍ରି ବାବଦ ଟଙ୍କା ସ୍ଥାନୀୟ ବ୍ୟାଙ୍କ ଆକାଉଣ୍ଟରେ ପଇଠ ନ ହୋଇ ବାହାର ରାଜ୍ୟ କେରଳରେ ଥିବା ତାଙ୍କ ଆକାଉଣ୍ଟରେ ଜମା ହୋଇଛି। ସେହି ଟଙ୍କା ଉଠାଣ କରିବାକୁ ଯାଇ ସେଠାରେ ତାଙ୍କର ଆକସ୍ମିକ ଭାବେ ଶନିବାର ମୃତ୍ୟୁ ଘଟିଛି। ସରକାରଙ୍କ ଦୂରଦୃଷ୍ଟିହୀନତା ଏବଂ କୌଣସି ନିର୍ଦ୍ଦିଷ୍ଟ ନୀତିର ଅଭାବ ଯୋଗୁ ଅକାଳରେ ବଳରାମଙ୍କ ଜୀବନ ଯାଇଥିବା ଅଭିଯୋଗ କରି ସ୍ଥାନୀୟ ସାଲେଭଟାର ଯୁବନେତା ଆକାଶ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଗଲପୁର ବ୍ଲକ ନଅଗାଁ(କ) ପଞ୍ଚାୟତ ନଅଗାଁ(କ) ଗ୍ରାମର ଯୁବଚାଷୀ ବଳରାମଙ୍କ ମା’ ବାପାଙ୍କ ବହୁବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି। ତାଙ୍କର ୨ ଭଉଣୀଙ୍କ ବିବାହ ହୋଇସାରିଛି। ବଳରାମ ଅବିବାହିତ ଥିବା ବେଳେ ଘରେ ଏକାକୀ ରହୁଥିଲେ। ଚଳିତବର୍ଷ ତାଙ୍କ ପୈତୃକ ଚାଷ ଜମିରେ ଖରିଫ ଧାନ ଚାଷ କରିଥିଲେ।

ପାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ଡିସେମ୍ବର ୨୨ରେ ବଳରାମ ତାଙ୍କର ଅମଳ ଧାନ ୬୭ ବସ୍ତା (୩୦ କୁଇଣ୍ଟାଲ ନଅଗାଁ(କ) ପ୍ରାଥମିକ ସମବାୟ ସମିତି(ପାକ୍ସ)ରେ ବିକ୍ରି କରିଥିଲେ। କୁଇଣ୍ଟାଲ ପିଛା ୨୩ ଶହ ଏମ୍‌ଏସପି ଦର ଅନୁଯାୟୀ ୭୧ ହଜାର ୩ ଶହ ଟଙ୍କା ହୋଇଥିଲା। ଏମ୍‌ଏସପି ସହିତ ବୋନସ ୮ ଶହ ଟଙ୍କା ମିଶାଇଲେ ମୋଟ ୯୧ ହଜାର ୧୦୦ ଟଙ୍କା ଧାନ ବିକ୍ରି ବାବଦରେ ସେ ପାଇବା କଥା। ସରକାର ସପ୍ତାହକ ମଧ୍ୟରେ ଧାନ ବିକ୍ରି ଟଙ୍କା ଚାଷୀ ଆକାଉଣ୍ଟରେ ଜମା ହେଉଥିବା କହୁଛନ୍ତି। କିନ୍ତୁ ଧାନ ବିକ୍ରିର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବଳରାମଙ୍କ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଡିନଥିଲା। ବାରମ୍ବାର ଆକାଉଣ୍ଟ ଯାଞ୍ଚ କରି ସେ ନିରାଶ ହୋଇଥିଲେ। ଖୋଳତାଡ଼ କଲା ପରେ କିଛି ବର୍ଷ ପୂର୍ବରୁ ଦାଦନ ଖଟୁଥିବା ସମୟରେ କେରଳ ଅଞ୍ଚଳରେ ଖୋଲିଥିବା ବ୍ୟାଙ୍କ ଆକାଉଣ୍ଟରେ ଚଳିତବର୍ଷର ଧାନ ବିକ୍ରି ଟଙ୍କା ପଡିଥିବା ଜାଣିବାକୁ ପାଇଥିଲେ।
ପରେ ଚାଷ ସମୟର ଧାରକରଜ ଟଙ୍କା ପରିଶୋଧ କରିବା ପାଇଁ ବଳରାମ ତାଙ୍କର ଜଣେ ସହଯୋଗୀଙ୍କୁ ସାଙ୍ଗରେ ଧରି କେରଳ ଅଭିମୁଖେ ଗତ ଗୁରୁବାର ଯାଇଥିଲେ। କିନ୍ତୁ ସେଠାରେ ଶନିବାର ପହଞ୍ଚତ୍ ଅସୁସ୍ଥ ଅନୁଭବ କରିଥିଲେ। ସାଙ୍ଗରେ ଯାଇଥିବା ସହଯୋଗୀ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଥିବା ବେଳେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିବା ତାଙ୍କ ଭିଣେଇ ସୁବଳ ସାହୁଙ୍କ ସୂତ୍ରରୁ ପ୍ରକାଶ। ଭିଣେଇଙ୍କ କହିବା ଅନୁଯାୟୀ, କେରଳ ଗଲା ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିଲା। ଆକସ୍ମିକ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ ଓ ଭିଣେଇ ଭାଙ୍ଗି ପଡିଥିବା ସୁବଳ କହିଛନ୍ତି। ସରକାରଙ୍କ ମଣ୍ଡି ପରିଚାଳନାଗତ ଅବ୍ୟବସ୍ଥା ନେଇ ଚାଷୀ ସଂଗଠନ ପକ୍ଷରୁ ଜାନୁଆରୀ ୨୮ରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାସତ୍ତ୍ୱେ ଅବ୍ୟବସ୍ଥାର ସୁଧାର ହେଉନ ଥିବାରୁ ଧାନ ବିକ୍ରି ବାବଦ ଟଙ୍କା ଉଠାଣ ପାଇଁ ସୁଦୂର କେରଳକୁ ଯାଇ ଜଣେ ଯୁବଚାଷୀଙ୍କ ଜୀବନ ଚାଲିଯିବା ଘଟଣାରେ ବିଜେଡି ଯୁବ ନେତା ଆକାଶ ମିଶ୍ର ନିଜ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି। ମୃତ ଯୁବଚାଷୀଙ୍କ ମରଶରୀର ଗାଁକୁ ଆଣିବା ବ୍ୟବସ୍ଥା କରିବା ସାଙ୍ଗକୁ ଖର୍ଚ୍ଚ ଜିଲା ପ୍ରଶାସନ ବହନ କରିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମିଶ୍ର କହିଛନ୍ତି। ଏ ସମ୍ପର୍କରେ ପାକ୍ସ ସମ୍ପାଦକ ରଞ୍ଜନ ସାହୁଙ୍କୁ ପଚାରିବାରେ ପାକ୍ସରେ ଶହ ଶହ ଚାଷୀ ପଞ୍ଜୀକୃତ ଅଛନ୍ତି। ନିର୍ଦ୍ଧିଷ୍ଟ ଜଣେ ଚାଷୀଙ୍କ ସମ୍ପର୍କରେ ତଥ୍ୟ ଜାଣିବା ଏତେଟା ସହଜ ନୁହେଁ। ଏବେ ସରକାର ଡିବିଟି ମାଧ୍ୟମରେ ଟଙ୍କା ପଇଠ କରୁଛନ୍ତି। ଏକ୍ଷେତ୍ରରେ କେରଳର ଆକାଉଣ୍ଟ କାର୍ଯ୍ୟକ୍ଷମ ଥିବ, ତେଣୁ ସେହି ଆକାଉଣ୍ଟରେ ଟଙ୍କା ଜମା ହୋଇଥିବ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?