ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ଗତମାସ ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଗୋଡଭଗା ମଣ୍ଡିରୁ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ କରାଯାଉଥିବା ବେଳେ ସମ୍ଭାବ୍ୟ ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଜିଲାରେ ପ୍ରଥମଥର ପାଇଁ ଆରମ୍ଭରୁ ଏଭଳି ସ୍ଥିତି ଉପୁଜି ଥିବାରୁ ଚାଷୀ ମହଲରେ ଅସନ୍ତୋଷ ତେଜି ଉଠିଛି। ଏହାକୁ ନେଇ ଜିଲାର ଚାଷୀମାନେ ଆନ୍ଦୋଳନମୁହାଁ ହୋଇଛନ୍ତି। ସୋମବାର ସକାଳୁ ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ ଏବଂ ବିଭିନ୍ନ କୃଷକ ସଙ୍ଗଠନର ପ୍ରତିନିଧିମାନେ ସମବେତ ହୋଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ପ୍ରତିବାଦରେ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ବେଳେ ସମ୍ଭାବ୍ୟ ଚାଷୀ ଆନ୍ଦୋଳନ ଆଶଙ୍କା କରି ସକାଳୁ ଉକ୍ତ ମଣ୍ଡିରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ଅନ୍ୟପଟେ ଖବର ପାଇ ପୂର୍ବାହ୍ନରେ ଅତିରିକ୍ତ ଉପଜିଲାପାଳ ମଦନଲାଲ ପଣ୍ଡା ଏବଂ ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ବ୍ୟୋମକେଶ ମାଝି ଉକ୍ତ ମଣ୍ଡିକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଉପୁଜିଥିବା ସମସ୍ୟା ଲାଗି ଜିଲା ଏବଂ ରାଜ୍ୟସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଏହାର ସମାଧାନ ହୋଇଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବଧି ଅତିକ୍ରାନ୍ତ ହେବା ସତ୍ତ୍ୱେ କୌଣସି ନିର୍ଯାସ ବାହାରି ନାହିଁ। ଫଳରେ କଲାପାଣି ମଣ୍ଡିରେ ଚାଷୀମାନେ ଶୀତ, କାକର ସହି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଧାନକିଣା ସମ୍ପର୍କିତ କିଛି ଠୋସ୍‌ ପ୍ରତିଶ୍ରୁତି ନ ମିଳିଲେ ଚାଷୀମାନେ କୌଣସି ମୁହୂର୍ତ୍ତରେ କଲାପାଣି ମଣ୍ଡି ସମ୍ମୁଖ ଜାତୀୟ ରାଜପଥକୁ ଧାନ ବୋଝେଇ ଟ୍ରାକ୍ଟର ସହିତ ଓହ୍ଲାଇବାର ଆଶଙ୍କା ରହିଛି। ଏହି ଆଶଙ୍କାରେ ମଣ୍ଡି ପରିସର ପୋଲିସ ଛାଉଣୀରେ ରହିଥିବା ମଧ୍ୟ ପରିଲକ୍ଷିତ ହୋଇଛି।
ଅନ୍ୟବର୍ଷ ତୁଳନାରେ ଏଥର ପ୍ରଥମଥର ପାଇଁ ପାଖାପାଖି ଏକମାସ ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଚାଷୀମାନେ କହିଛନ୍ତି। ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁଯାୟୀ, ନଭେମ୍ବର ମାସ ପହିଲାରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା କଥା। ମାତ୍ର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଗତ ନଭେମ୍ବର ୨୮ତାରିଖରୁ ମଣ୍ଡିଗୁଡ଼ିକୁ ଖୋଲି ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିଳମ୍ବରେ ମଣ୍ଡି ଖୋଲିଥିଲେ ସୁଦ୍ଧା ଧାନ ଆଦୌ ବିକ୍ରି ହୋଇପାରି ନାହିଁ। ସେହିପରି ଜିଲାର ୫ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ହୋଇପାରି ନାହିଁ। ଗୋଟିଏ ପଟେ ଧାନବିକ୍ରି ଠପ୍‌ ପଡ଼ିଥିବାବେଳେ ଅନ୍ୟପଟେ ସୋମବାର ଭୋର୍‌ରେ ହୋଇଥିବା ବର୍ଷା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଫଳରେ ସଂଯୁକ୍ତ କୃଷକ ସଂଗଠନ ୫ଦଫା ଦାବି କରିଛି ଏବଂ ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ଅମଳ ଧାନକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି।
ଚାଷୀଙ୍କ କଷ୍ଟୋପାର୍ଜିତ ସମସ୍ତ ଧାନକୁ କିଣିବା ବ୍ୟବସ୍ଥା କରାଯିବା ସହିତ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ସମସ୍ତ ଚାଷୀଙ୍କୁ ପଞ୍ଜୀକୃତ କରି ଟୋକନ ପ୍ରଦାନ, ଜମି ତୁଳନାରେ କମ୍‌ ପରିମାଣ ଧାନବିକ୍ରିକୁ ସଂଶୋଧନ କରି ବିନା କଟ୍‌ନୀଛଟ୍‌ନୀରେ ବଳକା ଧାନକ୍ରୟ, ମିଲର୍ସଙ୍କ ଆଳ ନ ଦେଖାଇ ସରକାର ନିଜ ସଂସ୍ଥାରେ ଧାନକିଣି ଗଚ୍ଛିତ ରଖିବା ସହିତ ଆବଶ୍ୟକମତେ ମିଲିଂ ପାଇଁ ମିଲର୍ସଙ୍କୁ ପ୍ରଦାନ, କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ବୋନସ ଏବଂ କେନ୍ଦ୍ର ସରକାରଙ୍କ ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୬୯ଟଙ୍କାକୁ ମିଶାଇ ୩୧୬୯ଟଙ୍କା ପ୍ରଦାନ କରିବାକୁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଏହା ସହିତ ମଣ୍ଡିରେ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ତାକୁ କିଣାଯିବା ଏବଂ ଜାନୁୟାରୀ ମାସ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନକ୍ରୟ ଶେଷ କରିବାକୁ ମଧ୍ୟ ଦାବି ହୋଇଛି। ଏହି ଦାବି ସମୂହ ତୁରନ୍ତ ପୂରଣ କରାଯାଉ, ଅନ୍ୟଥା ଚାଷୀଙ୍କ ସହିତ ରାଜନୀତି କରା ନ ଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। କଲାପାଣି ମଣ୍ଡିରେ ସଂଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି, ତପନ ମିଶ୍ର, ଟେକରାଜ ପ୍ରଧାନ, ବିରେନ କର, ସୁରେଶ କର୍ଣ୍ଣ, ସୁରେନ୍ଦ୍ର ମେହେର, ଆଦିତ୍ୟ ଦାଶ, ବୁଦ୍ଧଦେବ ନନ୍ଦ, ପ୍ରଶାନ୍ତ ସାହୁ, ଅଶୋକ ସାହୁ, ଗଗନ ପ୍ରଧାନ, ସି.ଏସ୍‌. ଶ୍ରୀନିବାସ, ଏସ. ସମରାଜୁ, ଏମ. ସତ୍ୟନାରାୟଣ ପ୍ରମୁଖ ଖବର ଲେଖାହେବା ସୁଦ୍ଧା ଉପସ୍ଥିତ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?