ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ: ବିକ୍ରି ପାଇଁ ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଜୋର୍‌ ଧରିଛି। ଜିଲାରେ ଗତମାସ ଶେଷ ସପ୍ତାହରୁ ଏହା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍‌ ଆସନ୍ତା ୨୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥଳେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ଖୋଲା ଆକାଶତଳେ ପଡ଼ି ରହିଛି। ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଶୀତ, କାକର ସହି ସେହି ଧାନକୁ ଜଗି ରହିଛନ୍ତି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇ ନଥିଲେ ସୁଦ୍ଧା ମଙ୍ଗଳବାର ବରଗଡ଼ ବ୍ଲକ କଲାପାଣି ମଣ୍ଡିରେ ଚାଷୀମାନେ ବିକ୍ରି ପାଇଁ ଅମଳ ଧାନ ପୂରାଇଛନ୍ତି। ଏହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ। ମାତ୍ର ଏଥର ପ୍ରଥମଥର ପାଇଁ ନଭେମ୍ବର ମାସ ଶେଷ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗୋଟିଏ ପଟେ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରେ ବିଗତବର୍ଷର ଚାଉଳ ପୂରି ରହିଛି ଏବଂ ସେହି ଚାଉଳ ଉଠା ନଗଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ ବୋଲି ମିଲର୍ସ ଆସୋସିଏଶନ ଆଗରୁ ଖବରଦାତା ସମ୍ମିଳନୀରେ ରୋକ୍‌ଠୋକ୍‌ ଶୁଣାଇ ସାରିଛି। ସେହିପରି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସେଭଳି ଦୂରଦୃଷ୍ଟିହୀନତାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଏହାସତ୍ତ୍ୱେ ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କୁ ପଞ୍ଜୀକୃତ କରାଯାଇ ନଥିବାବେଳେ ଜିଲାର ରାଇସ୍‌ ମିଲ ଗୁଡ଼ିକରୁ ମଧ୍ୟ ଚାଉଳ ଖାଲି କରାଯାଇ ନାହିଁ। କେବଳ ଜିଲାରେ ରହିଥିବା ଶାସକ ଦଳର ବିଧାୟକମାନେ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇପାରି ନାହିଁ ଏବଂ ତାହା କେବଳ ଆଲୋଚନାରେ ସୀମିତ ରହିଛି।
ଅପରପକ୍ଷେ ଧାନବିକ୍ରି ସମସ୍ୟାକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଧାରଣା ମଙ୍ଗଳବାର ନବମ ଦିବସରେ ପହଞ୍ଚିଛି। ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ହକ୍‌ ଦାବିରେ ଧାରଣାରେ ସାମିଲ ହୋଇଛନ୍ତି। ଶୀତ, କାକରରେ ସମସ୍ତେ ଧାରଣାରେ ବସିଛନ୍ତି। କେତେବେଳେ ଧାରଣାସ୍ଥଳରେ ଚାଷୀମାନେ ମାଣବସା ଗୁରୁବାର ପାଳନ କରୁଛନ୍ତି ତ ଆଉକେବେ ରାତିରେ କୀର୍ତ୍ତନ କରି ଅଭିନବ ପ୍ରତିବାଦ କରୁଛନ୍ତି ଏବଂ ଧାନବିକ୍ରି ପାଇଁ ସେମାନଙ୍କୁ ତୁରନ୍ତ ପଞ୍ଜୀକୃତ କରିବାକୁ ସେମାନେ ଦାବି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇ ନାହିଁ। ଏଭଳି ସ୍ଥିତିରେ କଲାପାଣି ଅଞ୍ଚଳର ୪ଜଣ ଚାଷୀ ମଙ୍ଗଳବାର ସ୍ଥାନୀୟ ମଣ୍ଡିକୁ ପ୍ରାୟ ୬୦୦ ପ୍ୟାକେଟ୍‌ ଧାନ ପୂରାଇଥିଲେ। ଅଞ୍ଚଳର ଚାଷୀନେତା ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଧାନ ପ୍ରବେଶ ସମୟରେ ପୂଜାର୍ଚ୍ଚନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?