ମିଲ୍‌ରେ ସ୍ଥାନାଭାବରୁ ମଣ୍ଡିରେ ବାଧକ ଧାନ ଉଠାଣ

ଭବାନୀପାଟଣା, ୨୫ା୧(ଉତ୍ତମ କୁମାର ଦାଶ): ଚଳିତ ଖରିଫରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହୀନସ୍ଥା ହେଉଛି। ଟୋକନ ଠିକ୍‌ ମିଳୁନାହିଁ। ଯେଉଁ ଟୋକନ ଆସୁଛି ତାହାର ସମୟ ଅବଧିକୁ ଜାଣିଶୁଣି ବୃଦ୍ଧି କରାଯାଉଛି। ମିଲର୍ସ ଆସୋସିଏଶନର ରାଜ୍ୟ ସଭାପତି ମହେଶ ବଂଶଲ କହିଛନ୍ତି, ଧାନ ମଣ୍ଡିରୁ ଆଣି ମିଲରେ ଗଦାକରି ରଖିବା ପାଇଁ ସ୍ଥାନାଭାବ ଏକପ୍ରକାର ଉତ୍କଟ ସମସ୍ୟା ସୃଷ୍ଟି କରୁଛି। ଏଫ୍‌ସିଆଇ ଠିକଭାବେ ଚାଉଳ ଗ୍ରହଣ କରିବା ଏବଂ ବାହାରକୁ ପଠାଇବା ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ମିଲରେ ପୂର୍ବବର୍ଷର ଚାଉଳ ମହଜୁଦ ରହିଛି। ବର୍ତ୍ତମାନ ଧାନ ରଖିବା ସମ୍ଭବ ହେଉନାହିଁ। ହରିୟାଣା ଓ ପଞ୍ଜାବରେ କେନ୍ଦ୍ର ସରକାର ଉତ୍ପାଦିତ ଫସଲର ବିକ୍ରିବଟା ତଥା ଏଫ୍‌ସିଆଇକୁ ଯେଉଁ ଦୃଷ୍ଟିରେ ଦେଖି ମାତ୍ର ୩ମାସରେ ସବୁ କାର୍ଯ୍ୟ କରୁଛନ୍ତି, ଆମ ରାଜ୍ୟ ପାଇଁ କାହିଁକି ଏତେ ଅବହେଳା ବୋଲି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରେ ସେ ମଧ୍ୟ ମିଲରେ ଧାନ ଷ୍ଟୋରେଜ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଜିଲାପାଳଙ୍କୁ ଚିଠି କରି ଜଣାଇ ଦିଆଯାଇଛି। ସ୍ବତନ୍ତ୍ର ସ୍ଥାନରେ ଧାନ ରଖାଯିବା ପାଇଁ ବ୍ୟବସ୍ଥା ଜରୁରୀ ବୋଲି ଜିଲାପାଳଙ୍କ ଦୃଷ୍ଟିକୁ ନିଆଯାଇଥିବା ବିଷୟ ସିଏସ୍‌ଓ ମିଶ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯେଉଁ ମିଲର୍ସ ବିଲ ଦାଖଲ କରିଛନ୍ତି ତାଙ୍କ ପ୍ରାପ୍ୟ ତଦନ୍ତ କରି ଯୋଗାଇ ଦିଆଯାଉଛି। ବିଭିନ୍ନ ସମୟରେ ମଣ୍ଡିରେ ଗାଡି ପହଞ୍ଚତ୍ପାରୁ ନ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ପଛର କାରଣ ମିଲରେ ସ୍ଥାନ ଅଭାବ। ରାଜ୍ୟ ସରକାର ଓ ସ୍ଥାନୀୟ ଯୋଗାଣ ବିଭାଗ ସମସ୍ତେ ଜାଣି ସୁଦ୍ଧା ଘଟଣାକୁ ଭିନ୍ନ ବାଟରେ ନେଉଛନ୍ତି। ଦ୍ୱିତୀୟରେ ମିଲର୍ସମାନେ ନିଜ ମିଲରେ ଧାନ ଗଚ୍ଛିତ ରଖିବା ବାବଦରେ ଯେଉଁ ପ୍ରାପ୍ୟ ପାଇବା କଥା ତାହା ବକେୟା ରଖିବା ଦ୍ୱାରା ମିଲର୍ସଙ୍କ ପକ୍ଷରୁ ସ୍ବର ତୀବ୍ର ହୋଇଥିଲା। ଶେଷରେ ଏବେ ଧାନ ଷ୍ଟୋରେଜ ପାଇଁ ବିଲ ଦାଖଲ ପରେ ଟଙ୍କା ଦିଆଯାଉଛି। କିନ୍ତୁ ଜିଲାର ସମସ୍ତ ମିଲର୍ସ ଟଙ୍କା ପାଇନାହାନ୍ତି। ୨୦୨୩-୨୪ରୁ ଏହି ଟଙ୍କା ଯୋଗାଣ ବିଭାଗ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି। ଏଯାବତ ମଣ୍ଡିରୁ ଧାନ ଆଣି ମିଲରେ ରଖିବା ପ୍ରାପ୍ୟ ଆନୁମାନିକ ୫କୋଟିରୁ ଊର୍ଦ୍ଧ୍ୱ ବୋଲି ସଭାପତି ବଂଶଲ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri