ମୋଟରରେ ପାଣି ମଡ଼ାଇ ଚାଲିଛି ଧାନଚାଷ

ପଟ୍ଟାମୁଣ୍ଡାଇ,୪ା୯ (କଳ୍ପତରୁ ନାୟକ): ସରିଲା ଦୁଇମାସିଆ ଶ୍ରାବଣ, କିନ୍ତୁ ମୌସୁମୀ କି ଲଘୁଚାପଜନିତ ବର୍ଷାର ଦେଖାନାହିଁ। ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁ ନ ଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସବୁଠି ସ୍ଥିତି ବେହାଲ। ଚାଷୀ ଧାନ ଚାଷ କାର୍ଯ୍ୟ ପାଇଁ ମୋଟର ଲଗାଇ ଜମିକୁ ପାଣି ମଡାଇ ରୁଆ ପୋତା କରୁଛନ୍ତି। ପଟ୍ଟାମୁଣ୍ଡାଇ ଓ ଗୋବରୀ ସମ୍ପ୍ରସାରିତ ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ ମାଡୁନାହିଁ। ସରକାରୀ ବାବୁମାନଙ୍କୁ ହାତବାରିସି କରି ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକ ଖରା ମାସରେ କେନାଲ, କାଡା କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମାତ୍ର ଏବେ କେନାଲ ଭିତରେ ଦଳ ଭର୍ତ୍ତି ଥିବାରୁ ପାଣି କ୍ଷେତରେ ପହଞ୍ଚତ୍ ପାରୁନାହିଁ। ଯଦି ସପ୍ତାହେ ମଧ୍ୟରେ ବର୍ଷା ନ ହୁଏ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଇଛି। କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୧୧ .୩୪୧ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ଯାଇଥିବାବେଳେ ୩୦୦୭ ହେକ୍ଟର ଜମିରେ ଅଦ୍ୟାବଧି ବେଉଷଣ ସରିନାହିଁ। ତନ୍ମଧ୍ୟରୁ ୧୪୦ ହେକ୍ଟର ଜମିରେ ପାଣି ଅଭାବ ଯୋଗୁ ରୁଆ କାର୍ଯ୍ୟ ହୋଇପାରିନାହିଁ। ଅନେକ ସ୍ଥାନରେ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଚାଷ ବଞ୍ଚାଇବା ପାଇଁ ଚାଷୀ ଉଦ୍ୟମ କରୁଛନ୍ତି।
ସମବାୟବିତ୍‌ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ୩ ମାସରେ ପଟ୍ଟାମୁଣ୍ଡାଇରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟରୁ ଜଣାପଡ଼ିଛି। ୨୦୨୨ ଜୁନରେ ୧୪୯ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୮୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେହିପରି ୨୦୨୨ ଜୁଲାଇରେ ୨୮୬ ମିମି ହୋଇଥିବା ବେଳେ ଚଳିତ ବର୍ଷ ୨୬୭ ଓ ୨୦୨୨ ଅଗଷ୍ଟରେ ୫୩୩ ମିମି ବର୍ଷା ହୋଇଥିବା ବେଳେ ଚଳିତବର୍ଷ ୨୧୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ପାଣି ପାଇଁ ଧାନ ଫସଲ ନଷ୍ଟ ହେବାକୁ ଯାଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପାଣି ଅଭାବ ଯୋଗୁ କେହି କେହି ଏ ପର୍ଯ୍ୟନ୍ତ ଚାଷ କାମ ଆରମ୍ଭ କରିନାହାନ୍ତି। ଅନେକ ଚାଷୀ ରୁଆ କାମ ସାରିଥିବା ବେଳେ କେନାଲରେ ପାଣି କ୍ଷେତକୁ ଆସୁ ନ ଥିବାରୁ ଜମି ଫାଟି ଅଁା କରିବା ସହ ତଳି ମଧ୍ୟ ଶୁଖି ଗଲାଣି। ଏପରି ସ୍ଥିତିରେ କିଛି ସ୍ଥାନରେ ଚାଷୀ ମୋଟର ଲଗାଇ ପାଣି ମଡାଇ ଚାଷ କରୁଥିବା ଦେଖିବାକୁ ମିଳିଛି। କୃଷକନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମୁଦାୟ ଜଳସେଚିତ ୧୧,୦୪୯ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲ ଓ ତାହାର ଶାଖା କେନାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଇ ସୁଦ୍ଧା କ୍ଷେତକୁ ପହଞ୍ଚତ୍ ପାରୁନାହିଁ। ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାଦ୍ୱାରା ଅଗଷ୍ଟ ଶେଷ ହୋଇଥିବା ବେଳେ ଠିକ୍‌ ଭାବେ କେନାଲ ସଫେଇ ହୋଇ ନ ଥିବାରୁ ପାଣି ଚାଷଜମିକୁ ମାଡି ପାରିନାହିଁ। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଅଭିଯୋଗ କରିବାକୁ ଯାଇ କୌଣସି ବିଭାଗୀୟ ଅଧିକାରୀଙ୍କୁ ନ ପାଇ ନିରାଶରେ ଫେରିଛନ୍ତି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୂର୍ଯ୍ୟ ନାରାୟଣ ଦାଶ କହିଛନ୍ତି, ଚଳିତ ବର୍ଷରେ ନାଳ ଓ ପାଟ ନାଳ ଖନନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ଏଥିରେ କେବଳ ଠିକାଦାର ମାଲାମାଲ ହୋଇଥିବାବେଳେ ନାଳର କୌଣସି ଅଂଶ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନାହିଁ। ବହୁ କେନାଲ ଭିତରୁ ମାଟି ଖୋଳି ବନ୍ଧ କାମ କରାଯାଉଛି। ଫଳରେ ବର୍ଷା ପାଣିରେ ଉକ୍ତ ମାଟି ବୋହି ପୁଣି କେନାଲରେ ପଶୁଛି। ବିଭାଗ ପକ୍ଷରୁ ନାଳ ସଫେଇ ପାଇଁ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ନାମକୁ ମାତ୍ର ସଫା କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ କେନ୍ଦ୍ରାପଡାରେ ୩୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପଟ୍ଟାମୁଣ୍ଡାଇରେ ସବୁଠୁ କମ୍‌ ବର୍ଷା ରେକର୍ଡ ହୋଇଛି। ତେବେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି। କୃଷି ବିଭାଗ ଏ ନେଇ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନାଳରେ ତୁରନ୍ତୁ ସଫେଇ ପାଇଁ ସ୍ଥାନୀୟ ଚାଷୀ କୁଞ୍ଜବିହାରୀ ନାୟକ, ପ୍ରଶାନ୍ତ ଦାସ, ନରେଶ ଜେନା, ରଞ୍ଜିତ ପ୍ରଧାନ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରେ ପାଣି ପଞ୍ଚାୟତକୁ ସଫେଇ ପାଇଁ ଅର୍ଥ ବରାଦ କରାଯାଇଛି, ଖୁବ୍‌ ଶୀଘ୍ର କେନାଲ ସଫେଇ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri