ଚାଷୀ, ଚାଷକୁ ଭୁଲିଗଲେ ସରକାର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ରେ ଥିବା ବଲାଙ୍ଗୀ ବନ୍ଧ ବଲାଙ୍ଗୀ ପାର୍କରେ ରୂପାନ୍ତରିତ ହେବା ପରେ ଚାଷୀ, ଚାଷ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁଃଖ ଆଣିଛି । ଆମୋଦ ପ୍ରମୋଦ ନଁାରେ ସରକାର ଚାଷୀ ଓ ଚାଷ ପାଇଁ ବ୍ୟବସ୍ଥା ନ କରି ଭୁଲିଯିବା ପରେ ନୟାଗଡ଼ ବ୍ଲକର ଲକ୍ଷ୍ମୀପ୍ରସାଦ ଓ ସିନ୍ଦୁରିଆ ପଞ୍ଚାୟତବାସୀ ଜଳସେଚନ କ୍ଷେତ୍ରରେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେତେଜଣ ଲୋକ ବନ୍ଧକୁ ପୋଖରୀ ଭାବେ ବ୍ୟବହାର କରି ସ୍ନାନ କରୁଥିଲେ। ଏପରି କି ଶୁଦ୍ଧକ୍ରିୟା ପାଇଁ ବଲାଙ୍ଗୀ ବନ୍ଧ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର କେତେଜଣ ବାସିନ୍ଦା ପାଇଁ ସୁବିଧା ହେଉଥିଲା। ବନ୍ଧଟି ପାର୍କ ହୋଇ ଯିବା ପରେ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।
ବଲାଙ୍ଗୀବନ୍ଧ ସାହିର ସନ୍ତୋଷ ପ୍ରଧାନ କୁହନ୍ତି, ଚାଷୀ ଓ ଚାଷର ସୁବିଧା ପାଇଁ ସରକାର ବଲାଙ୍ଗୀ ବନ୍ଧ ପ୍ରକଳ୍ପ କରିଥିଲେ। ଚାଷୀ ଘଣ୍ଟା ପ୍ରତି ମ୍ୟୁନିସିପାଲିଟିରେ ୬୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ଦେଇ ଜମିରେ ପାଣି ମଡାଇଛନ୍ତି। ମରୁଡ଼ି ସମୟରେ ବଲାଙ୍ଗୀ ବନ୍ଧ ଜଳସେଚନ ପାଇଁ ଭଲ କାମ କରୁଥିଲା। ପୁଣି ଶୁଦ୍ଧିକ୍ରିୟା ସମୟରେ ବନ୍ଧରେ ଶୁଦ୍ଧକର୍ମ କରିବା, ଗାଧୋଇବା କାର୍ଯ୍ୟରେ ଲାଗୁଥିଲା । ଆମ ଅଞ୍ଚଳରେ ପୋଖରୀ ନ ଥିବାରୁ ଲୋକେ ସ୍ନାନ କରୁଥିଲେ। ସରକାର ପାର୍କ କରନ୍ତୁ ବିରୋଧ ନାହିଁ। ତେବେ ଚାଷୀ, ଚାଷ ଓ ସ୍ଥାନୀୟ ଲୋକଙ୍କ ଅସୁବିଧାକୁ ଉପଲବ୍ଧ କରି ଏହାର ସମାଧାନ ନ ହେବାରୁ ସମସ୍ୟା ସୃଷ୍ଟି ହୋଇଛି। ଆମୋଦପ୍ରମୋଦ ନଁାରେ ଅନ୍ୟକୁ କଷ୍ଟ ଦେବା, ହଇରାଣ କରିବା କି ପ୍ରକାରର ବିକାଶ ବୋଲି ପ୍ରଶ୍ନ ଉଠିଛି । ସିନ୍ଦୁରିଆର ଯୁବ ସଙ୍ଗଠକ ଶେକ୍‌ ଅବଦୁଲ ଆହାଦ୍‌ କୁହନ୍ତି, ବଲାଙ୍ଗୀ ବନ୍ଧକୁ ପାର୍କ କରାଯିବା ପୂର୍ବରୁ ଏହାର ସୁବିଧା ଅସୁବିଧା ଦିଗକୁ ବିଚାରକୁ ନେବାର ଥିଲା । ହେଲେ ଏ ଦିଗକୁ ସମୀକ୍ଷା କରାଯାଇ ନ ଥିବାରୁ ଚାଷୀ, ଚାଷ ଓ ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି। ଏବେ ବି ସମୟ ଅଛି।
ଲୋକଙ୍କ ଯାହା ସୁବିଧା ଅସୁବିଧା ଅଛି ତାକୁ ଅଭିଯୋଗ ଶୁଣାଣୀ କରି ସମାଧାନ କରାଇବା ଦରକାର। ନ ହେଲେ ଏହା ଆନ୍ଦେନାଳନର ରୂପ ନେବ।
କଂଗ୍ରେସ ଜିଲା ସଭାପତି ରଣଜିତ୍‌ ଦାଶ କୁହନ୍ତି, ବିକାଶ ନଁାରେ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦିଆଯାଉଛି। ବିକାଶ ହେଉ ବିରୋଧ ନାହିଁ, ହେଲେ ଲୋକଙ୍କ ଅଭାବ ଅସୁବିଧାକୁ କ’ଣ ଅଣଦେଖା କରାଯିବ । ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଏହା କି ପ୍ରକାରର ବିକାଶ ବୋଲି ସେ ପ୍ରଶ୍ନ କରିଛନ୍ତି।
ବଲାଙ୍ଗୀ ପାର୍କରେ ଥିବା ବଲାଙ୍ଗୀ ବନ୍ଦରୁ ଯେପରି ପୂର୍ବରୁ ଚାଷୀ ଜମିରେ ପାଣି ମଡାଉଥିଲେ ସେପରି ସୁବିଧା ଦିଆଯାଉ।
ଲୋକଙ୍କ ପାଇଁ ନୂଆ ପୋଖରୀ ଖନନ କରାଯାଉ ବୋଲି କହିଛନ୍ତି । ଗୋଡ଼ିସାହିର ଚାଷୀ କୈଳାସ ଭୂୟଁା କୁହନ୍ତି, ବଲାଙ୍ଗୀ ବନ୍ଧ ପାର୍କ ହୋଇଯିବା ପରେ ମରୁଡ଼ି ସମୟରେ ଆମ ଦୁଃଖ ବଳାଇ ଯାଉଛି।
ଜମିରେ ପାଣି ମଡ଼ାଇ ପାରୁନୁ। ସରକାର ଆମ ପାଇଁ ଜଳସେଚନ ବ୍ୟବସ୍ଥା କରିବା ଦରକାର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?