ପଦନିପାଳ ସରପଞ୍ଚ, ଅନ୍ୟମାନଙ୍କ ନାମରେ ମାମଲା ରୁଜୁ

ଆଳି,୩୧।୧୨(ଡି.ଏନ.ଏ.): ଆଳି ଥାନା ପଦନୀପାଳ ଗ୍ରାମର ମାଳତି ମଲ୍ଲିକଙ୍କ ସ୍ଥିତିବାନ ସତ୍ତ୍ୱକୁ ଜଣେ ବ୍ୟକ୍ତି ଉପଯୋଗ କରି ବାଲି ଚାଲାଣ କରୁଛନ୍ତି। ସେ ଗ୍ରାମର କେତେଜଣ ମହିଳାଙ୍କୁ ନେଇ ଗାଡି ଅଟକ ରଖିଥିବା ବେଳେ ପଦନୀପାଳ ସରପଞ୍ଚ କେତେଜଣ ବ୍ୟକ୍ତିଙ୍କ ସହ ତାଙ୍କୁ ଅଶାଳୀନ ଭାବେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପଦନୀପାଳ ଗ୍ରାମ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରୁ ଜଣେ ବ୍ୟକ୍ତି ନିୟମିତ ଭାବେ ବାଲି ଉଠାଣ କରୁଥିବା ବେଳେ ତାଙ୍କ ସ୍ଥିତିବାନ ଜମିକୁ ବ୍ୟବହାର କରୁଛନ୍ତି। ଫଳରେ ତାହା ନଷ୍ଟ ହେବାକୁ ବସିଲାଣି। ତେଣୁ ସେ ଗୁରୁବାର ଗ୍ରାମର ଆରତୀ ମଲିକ, ଝୁନାରାଣୀ ମଲିକ, ସଞ୍ଜୁଲତା ମଲିକ, ପ୍ରତିମା ମଲିକ, ବିଳାସୀ ମଲିକ, ସୁକୁମାରୀ ମଲିକ, ଚମ୍ପାବତୀ ମଲିକ ବିରୋଧ କରି ବାଲି ନେଉଥିବା ଗାଡିକୁ ବାଲି ନ ଉଠାଇ ଫେରାଇ ଦେଇଥିଲେ। ଏଥିଯୋଗୁ ସରପଞ୍ଚ ବିକ୍ରମ ମଲିକ, କ୍ଷୀରୋଦ ମଲିକ, ପ୍ରମୋଦ ମଲିକ, ପ୍ରଭାକର ମଲିକ, ବିକାଶ ମଲିକ, ଅଶୋକ ମଲିକ, ଚୌଧୁରୀ ମଲିକ ପ୍ରମୁଖ ସେମାନଙ୍କୁ ରାସ୍ତାରେ ଅଟକ ରଖି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରି କି ତାଙ୍କ ବେକରୁ ସୁନାଚେନ ଛିଡାଇ ନେଇ ଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଗ୍ରାମରେ ଏହି ଘଟଣାର କୌଣସି ସମାଧାନ ନ ହେବାରୁ ସେମାନେ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଥାନାରେ ପୋଲିସ ନଂ. ୫୭୨/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri