ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ

ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀମାନଙ୍କ ଶରୀରରେ ଅମ୍ଳଜାନସ୍ତର କମୁଥିବା ଦେଖିବାକୁ ମିଳୁଛି। ଏଣୁ ଏବେ ଶରୀରରେ ଅମ୍ଳଜାନସ୍ତର ଠିକ୍‌ ରହିବା ଆବଶ୍ୟକ ହୋଇପଡ଼ିଛି। ଡାଏଟ୍‌ ଏକ୍ସପର୍ଟଙ୍କ ଅନୁସାରେ ଯଦି ଖାଦ୍ୟରେ ୧୦ଟି ସାମଗ୍ରୀ  ସାମିଲ କରାଯାଏ ତେବେ ଶରୀରରେ ଅମ୍ଳଜାନର ସ୍ତର ନିୟନ୍ତ୍ରଣରେ ରହିପାରିବ।

୧୦ ଖାଦ୍ୟକୁ ପ୍ରତ୍ୟହ ସେବନ କରନ୍ତୁ:

-କଳା ଚଣା(ବୁଟ): କଳା ବୁଟରେ ଆଇରନ୍‌ ଭରପୂର ମାତ୍ରାରେ ଥାଏ। ଏହା ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହାକୁ ସର୍ବଦା ସେବନ କଲେ ଶରୀରରେ ଅମ୍ଳଜାନ ପରିମାଣ ଭଲ ରହିଥାଏ।

-ସପୁରୀ: ବିଶେଷଜ୍ଞଙ୍କ ଅନୁସାରେ ସପୁରୀ ଶରୀରରେ ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି) ବଢ଼ାଇଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଥାଏ। ଏହାଛଡ଼ା ସପୁରୀରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ଭରପୁର ଥାଏ। ଏହାକୁ ନିୟମିତ ସେବନ କଲେ ଶରୀରରେ ଅମ୍ଳଜାନସ୍ତର ଠିକ୍‌ ରହିଥାଏ।

-ତରଭୂଜ: ଏଥିରେ ପାଣିର ମାତ୍ରା ଅଧିକ। ଫଳରେ ଶରୀରରେ ପାଣିର ଅଭାବ ରହି ନ ଥାଏ। ଏଥିରେ ଥିବା ଭିଟାମିନ୍‌ ସି ଶରୀରରେ ରକ୍ତର ଅଭାବ ପୂରଣ ହେବା ସହ ଅକ୍ସିଜେନ୍‌ ସ୍ତର ନିୟନ୍ତ୍ରଣରେ ରହିବାରେ ସହାୟକ ହୋଇଥାଏ।

-ଷ୍ଟ୍ରବେରୀ: ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ପୋଲିଫେନୋଲ ଗୁଣ ରହିଥାଏ। ଏହା ଆମକୁ ସୁସ୍ଥ ରଖିଥାଏ। ଏହାଛଡ଼ା ଏଥିରେ ଥିବା ଭିଟାମିନ୍‌ ସି ଆମ ଶରୀରକୁ ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

-ସେଓ: ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଅଧିକ। ଏହା ରୋଗ ଦାଉରୁ ରକ୍ଷା କରିଥାଏ। ଯଦି କେହି ନିୟମିତ ସେଓ ସେବନ କରନ୍ତି ତେବେ ଶରୀରରେ ଅମ୍ଳଜାନସ୍ତର ସଠିକ୍‌ ରହିଥାଏ।

-ଆମ୍ବ: ଆମ୍ବରେ ଭିଟାମିନ୍‌ ସି ରହିଛି। ଏହାକୁ ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାଛଡ଼ା ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରହିଥାଏ।

-ଅଁଳା: ଏଥିରେ ଭିଟାମିନ୍‌ ସି ଅଧିକ ପରିମାଣରେ ଥିବା ଯୋଗୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାଛଡ଼ା ନିୟମିତ ସେବନ କଲେ ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରହିଥାଏ।

-ଜିରା(ଭିଜା):
ଜିରା ଶରୀର ପାଇଁ ଲାଭଦାୟକ। ଏଥିରେ ଭରପୂର ମାତ୍ରାରେ ଆଇରନ୍‌ ମିଳିଥାଏ। ଶରୀରରେ ରକ୍ତର ଅଭାବକୁ ଏହା ଦୂର କରିବା ସହ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରଖିଥାଏ।
-ଭିଟାମିନ୍‌ ଡି ଯୁକ୍ତ ଅନ୍ୟାନ୍ୟ ଖାଦ୍ୟ: ଏହା ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରଖିଥାଏ। ଏଣୁ କରୋନା ରୋଗୀମାନଙ୍କୁ ଏହାର ସେବନ କରିବାକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri