ମଙ୍ଗଳରେ ଅମ୍ଳଜାନ ଉତ୍ପାଦନ

ମଙ୍ଗଳ ହେଉଛି ଆମର ପଡ଼ୋଶୀ ଗ୍ରହ। ଏହା ଅନେକାଂଶରେ ପୃଥିବୀ ସହ ସମାନ। ପୃଥିବୀ ଭଳି ଏହା ୨୪ ଘଣ୍ଟାରେ ଥରେ ନିଜ କକ୍ଷ ଚାରିପଟେ ଘୂରିଥାଏ ଏବଂ ଏଥିଯୋଗୁ ଏଠାରେ ପୃଥିବୀ ଭଳି ପ୍ରାୟ ପ୍ରତି ୧୨ ଘଣ୍ଟାରେ ଦିନ ରାତିରେ ପରିବର୍ତ୍ତନ ହୋଇଥାଏ। ପୃଥିବୀ ଭଳି ମଙ୍ଗଳର ବାୟୁମଣ୍ଡଳ ଅଛି; କିନ୍ତୁ ସେଥିରେ ଜୀବନଧାରଣ ପାଇଁ ଆବଶ୍ୟକ ଅମ୍ଳଜାନ ନାହିଁ। ମଙ୍ଗଳର ବାୟୁମଣ୍ଡଳରେ ୯୫ ପ୍ରତିଶତ ହେଉଛି ଅଙ୍ଗାରକାମ୍ଳ ଓ ଅବଶିଷ୍ଟ ପାଞ୍ଚ ପ୍ରତିଶତ ଯବକ୍ଷାରଜାନ ଓ ଆରଗନ ଗ୍ୟାସ। ଜୀବନ ତିଷ୍ଠିବା ପାଇଁ ଅନ୍ୟ ଏକ ଆବଶ୍ୟକ ଉପାଦାନ ଜଳ ମଧ୍ୟ ଏଠାରେ ନାହିଁ। ମାତ୍ର ମଙ୍ଗଳ ପୃଷ୍ଠରେ ଅନେକ ଶୁଖିଲା ନଈ ଓ ଧୂସର ଉପତ୍ୟକା ଦେଖିଲେ ମନେହୁଏ, ବହୁ ପୂର୍ବରୁ ଏଠାରେ ଜଳ ଥିଲା ଏବଂ କୌଣସି କାରଣରୁ ଏହା ବାଷ୍ପୀଭୂତ ହୋଇଯାଇଛି।
ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ବହୁ ପୂର୍ବରୁ ମଙ୍ଗଳରେ ଜୀବଜଗତ ଥିଲା ଏବଂ ଜଳଗୁଡ଼ିକ ବାଷ୍ପୀଭୂତ ହୋଇଯିବାରୁ ଏହା ଜୀବଶୂନ୍ୟ ଗ୍ରହରେ ପରିଣତ ହୋଇଛି। ପୂର୍ବରୁ ସେଠାରେ ଜୀବଜଗତ ଥିଲା ନା ନାହିଁ, ତାହାର ଅନୁସନ୍ଧାନ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଗତବର୍ଷ ଜୁଲାଇ ୩୦ ତାରିଖରେ ମଙ୍ଗଳ ଅଭିମୁଖେ ଗୋଟିଏ ମହାକାଶ ଯାନ ପଠାଇଥିଲା। ଏହା ସାଥିରେ ଥିବା ପର୍ସିଭିୟରେନ୍ସ ରୋଭର ଏହି ବର୍ଷ ଫେବୃୟାରୀ ୧୮ ତାରିଖରେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି। ବିଭିନ୍ନ ପରୀକ୍ଷା କରିବା ପାଇଁ ଏଥିରେ ୭ଟି ଯନ୍ତ୍ର, ୧୯ଟି କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ ଖଞ୍ଜାଯାଇଛି। ପୂର୍ବରୁ ମଙ୍ଗଳରେ ଜୀବଜଗତ ଥିଲା ନା ନାହିଁ ଏହା ପରୀକ୍ଷା କରିବ ଏବଂ ବିଭିନ୍ନ ସ୍ଥାନରୁ ମୃତ୍ତିକା ଓ ପଥର ସଂଗ୍ରହ କରିବ। ଏହା ସାଥିରେ ମଧ୍ୟ ଗୋଟିଏ ଛୋଟ ହେଲିକପ୍ଟର ଯାଇଛି, ଯାହା ଏହି ବର୍ଷ ଏପ୍ରିଲ ୧୯ ତାରିଖରେ ତାହାର ପ୍ରଥମ ଉଡ଼ାଣ କରିଛି। ପୃଥିବୀ ବାହାରେ କୌଣସି ଗ୍ରହରେ ହେଲିକପ୍ଟର ଉଡ଼ିବାରେ ଏହା ହେଉଛି ପ୍ରଥମ। ୧୨୦ ସେ.ମି. ବ୍ୟାସ ଓ ୧.୮ କି.ଗ୍ରା ଓଜନର ଏହି ହେଲିକପ୍ଟର ହେଉଛି ଗୋଟିଏ ପରୀକ୍ଷାମୂଳକ ବିମାନ। ଏହାର ସଫଳତା ପରେ ଭବିଷ୍ୟତର ମଙ୍ଗଳ ଅଭିଯାନରେ ଏହାଠାରୁ ଶକ୍ତିଶାଳୀ ଓ ବଡ଼ ହେଲିକପ୍ଟର ପଠାଯିବାର ଯୋଜନା ଅଛି। ମଙ୍ଗଳର ପୃଷ୍ଠରେ ପାହାଡ଼, ପର୍ବତ, ଖାଲ, ଗର୍ତ୍ତ ଆଦି ଅଛି। ଏଣୁ ଯେଉଁସବୁ ଅଞ୍ଚଳକୁ ରୋଭର ଯାଇ ପାରିବ ନାହିଁ, ସେଠାକୁ ହେଲିକପ୍ଟର ପଠାଇ ତଥ୍ୟ ସଂଗ୍ରହ କରିବା ହେଉଛି ଲକ୍ଷ୍ୟ। ଯୁକ୍ତରାଷ୍ଟ୍ର ଆମେରିକା ୨୦୩୩ ମସିହା ସୁଦ୍ଧା ମଙ୍ଗଳ ଗ୍ରହକୁ ମହାକାଶ ଯାତ୍ରୀ ପଠାଇବାର ଯୋଜନା କରିଛି। ଆମେରିକାର ଗୋଟିଏ ଘରୋଇ କମ୍ପାନୀ ‘ସ୍ପେସଏକ୍ସ’ ମଙ୍ଗଳରେ ବସତି ସ୍ଥାପନ କରି ସେଠାରେ ସ୍ଥାୟୀ ଭାବରେ ଲୋକମାନଙ୍କୁ ରଖିବାର ଯୋଜନା ମଧ୍ୟ କରିଛି। ସେଥିପାଇଁ ଏହା ପୂର୍ବରୁ ମହାକାଶ ଯାନ ଓ ରୋଭର ପଠାଯାଇ ବିଭିନ୍ନ ପରୀକ୍ଷା କରାଯାଉଛି। ମନୁଷ୍ୟ ରହିବା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ। ଅବଶ୍ୟ ମହାକାଶଚାରୀ ମାନଙ୍କୁ ପୃଥିବୀରୁ ଅମ୍ଳଜାନ ସାଥିରେ ନେଇ ଯିବାକୁ ହେବ। କିନ୍ତୁ ସେଠାରେ ସ୍ଥାୟୀ ଭାବରେ ରହିବାକୁ ହେଲେ ପୃଥିବୀରୁ ଅମ୍ଳଜାନ ପଠାଇବା ସମ୍ଭବ ହେବ ନାହିଁ। ଏଣୁ ସେଠାରେ ହିଁ ଅମ୍ଳଜାନ ପ୍ରସ୍ତୁତ କରିବାକୁ ପଡ଼ିବ।
ନାସା ମଙ୍ଗଳକୁ ପଠାଇଥିବା ପର୍ସିଭିୟରେନ୍‌ସ ରୋଭରରେ ମାକ୍‌ସି ନାମକ ଗୋଟିଏ ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ଅଛି। ଏହା ପରୀକ୍ଷାମୂଳକ ଭାବେ ଏପ୍ରିଲ ୨୧ ତାରିଖରେ ମଙ୍ଗଳ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳରୁ ଅମ୍ଳଜାନ ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ଗୋଟିଏ କାର୍ବନ ପରମାଣୁ ଓ ଦୁଇଟି ଅମ୍ଳଜାନ ପରମାଣୁକୁ ନେଇ ଅଙ୍ଗାରକାମ୍ଳ ଅଣୁ ଗଠିତ। ମାକ୍‌ସି ଯନ୍ତ୍ରରେ ଅଙ୍ଗାରକାମ୍ଳକୁ ଉତ୍ତପ୍ତ କରି ଅମ୍ଳଜାନ ପରମାଣୁ ଓ କାର୍ବନ ମନୋକ୍‌ସାଇଡ ଅଣୁରେ ପରିଣତ କରାଯାଏ। ଏହାପରେ ଗୋଟିଏ ଉତ୍ତପ୍ତ ଚାର୍ଜିତ ସିରାମିକ ପାତ୍ରରେ ଅମ୍ଳଜାନ ପରମାଣୁ ଅଲଗା ହୁଏ ଏବଂ ଶେଷରେ ଦୁଇଟି ଅମ୍ଳଜାନ ପରମାଣୁ ମିଶି ଗୋଟିଏ ଅମ୍ଳଜାନ ଅଣୁ ସୃଷ୍ଟି ହୁଏ। ଏଥିପାଇଁ ଅଙ୍ଗାରକାମ୍ଳକୁ ୮୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡ଼ିଥାଏ। ଏଣୁ ଏହି ଉଚ୍ଚ ତାପମାତ୍ରାକୁ ସହ୍ୟ କରିପାରିବା ଭଳି ନିକେଲ ମିଶ୍ରଧାତୁରୁ ମାକ୍‌ସି ଯନ୍ତ୍ର ନିର୍ମିତ ହୋଇଛି। ଏଥିରୁ ତାପ ବାହାରି ଯାଇ ରୋଭରର କ୍ଷତି ନ ପହଞ୍ଚାଇବା ପାଇଁ ଏହାକୁ ଗୋଟିଏ ପତଳା ସୁନା ଆବରଣରେ ଆଚ୍ଛାଦିତ କରାଯାଇଛି।
ପରୀକ୍ଷାରେ ମାକ୍‌ସି ୫.୪ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିଛି। ଏଥିରେ ଜଣେ ମହାକାଶଚାରୀ ୧୦ ମିନିଟ୍‌ ଶ୍ୱାସକିୟା ନେଇପାରିବ। ଯଦିଓ ଏହି ପରିମାଣ ଯଥେଷ୍ଟ ନୁହେଁ, ଗବେଷଣା ଦୃଷ୍ଟିରୁ ଏହା ହେଉଛି ଗୋଟିଏ ବଡ଼ ସଫଳତା। ମାକ୍‌ସିର ପ୍ରତି ଘଣ୍ଟାରେ ୧୨ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିବାର କ୍ଷମତା ଅଛି। ଗୋଟିଏ ବଡ଼ ଗଛର ଅମ୍ଳଜାନ ନିର୍ଗତ ସହ ଏହା ସମାନ।
ଏହି ସଫଳତା ପରେ ଭବିଷ୍ୟତ ଅଭିଯାନରେ ଏହାଠାରୁ ବଡ଼ ଯନ୍ତ୍ର ପଠାଇ ଅଧିକ ଅମ୍ଳଜାନ ଉତ୍ପାଦନ ପାଇଁ ଯୋଜନା ଅଛି। ଏହାକୁ ଡିଜାଇନ କରିଥିବା ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଇଞ୍ଜିନିୟର ମାଇକେଲ ହେକଟ ପ୍ରକାଶ କରିଛନ୍ତି ଯେ, ୨୫ ଟନ ଓଜନର ଏହିଭଳି ଏକ ଯନ୍ତ୍ର ୨୫ ଟନ ଅମ୍ଳଜାନ ପ୍ରସ୍ତୁତ କରିପାରିବ, ଯାହା ମଙ୍ଗଳ ପୃଷ୍ଠରୁ ଗୋଟିଏ ରକେଟ ଉତ୍‌କ୍ଷେପଣ ପାଇଁ ଆବଶ୍ୟକ ଇନ୍ଧନ ହୋଇପାରିବ। ମହାକାଶଚାରୀମାନେ ମଙ୍ଗଳ ପୃଷ୍ଠରେ ଅବତରଣ ପରେ ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ସେଠାରେ ଉତ୍ପାଦିତ ଅମ୍ଳଜାନ ବ୍ୟବହାର କରିପାରିବେ। ଫଳରେ ମହାକାଶଯାନର ଓଜନ, ଇନ୍ଧନ ଓ ଖର୍ଚ୍ଚ ହ୍ରାସ ହୋଇପାରିବ। ଉଲ୍ଲେଖନୀୟ, ପୃଥିବୀଠାରୁ ମଙ୍ଗଳର ହାରାହାରି ଦୂରତା ହେଉଛି ୨୯.୨୭ କୋଟି କି.ମି. ଏବଂ ପୃଥିବୀରୁ ମଙ୍ଗଳକୁ ଯିବା ପାଇଁ ଯାନକୁ ସାତରୁ ନଅ ମାସ ଲାଗିଥାଏ।
ମଙ୍ଗଳ ଗ୍ରହକୁ ଯାଇପାରିଲେ ଏହାର ଅନେକ ବର୍ଷର ସ୍ବପ୍ନ ପୂରଣ ହେବ। ବିଜ୍ଞାନ ଆଜି ଏହି ଅସାଧ୍ୟକୁ ସାଧନ କରିବାକୁ ଯାଉଛି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସୁବିଧାରେ ପରିଣତ କରିପାରୁଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର ଫେଜ୍‌ ୧
ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୦୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri