ବାୟୁରେ ଅମ୍ଳଜାନ

ଭୂପୃଷ୍ଠର ପ୍ରାୟ ୭୧ ପ୍ରତିଶତ ଜଳ ଦ୍ୱାରା ଆଚ୍ଛାଦିତ। ଏହି ଜଳ ମଧ୍ୟରୁ ମହାସାଗରର ଭାଗ ହେଉଛି ଶତକଡ଼ା ୯୬.୫, ଯାହାକି ଲବଣାକ୍ତ ଏବଂ ଆମେ ପିଇବା ପାଇଁ ଅନୁପଯୋଗୀ। ଏହାକୁ ଆଖି ଆଗରେ ରଖି ପ୍ରସିଦ୍ଧ ବ୍ରିଟିଶ କବି ସାମୁଏଲ ଟେଲର (୧୭୭୨-୧୮୩୪) ‘ଦି ରାଇମ୍‌ ଅଫ୍‌ ଆନ୍‌ସିଏଣ୍ଟ ମାରିନର’ ନାମକ ବହି (୧୭୯୮)ରେ ମନ୍ତବ୍ୟ ଦେଇଛନ୍ତି, ”ଓ୍ବାଟର୍‌ ଓ୍ବାଟର ଏଭ୍ରିହୋୟର୍‌, ନଟ୍‌ ଏ ଡ୍ରପ୍‌ ଟୁ ଡ୍ରିଙ୍କ।“ ସମୁଦ୍ରରେ ଯାତ୍ରା କରୁଥିବା ଗୋଟିଏ ବିପଦଗ୍ରସ୍ତ ନାବିକର ଏହା ହେଉଛି ଖେଦୋକ୍ତି। ଅବଶ୍ୟ ଏହାକୁ ପାନୀୟ ଭାବେ ବ୍ୟବହାର କରିବାକୁ ‘ରିଭର୍ସ ଆସମୋସିସ୍‌’ ପ୍ରକ୍ରିୟା ସ୍ଥଳ ବିଶେଷରେ ଏବେ ଅବଲମ୍ବନ କରାଯାଉଛି; କିନ୍ତୁ ଏହା ଖୁବ୍‌ ବ୍ୟୟବହୁଳ।
ସେମିତି ଆମ ଶ୍ୱାସକ୍ରିୟା ପାଇଁ ଅପରିହାର୍ଯ୍ୟ ଅମ୍ଳଜାନ ଆମକୁ ଆଚ୍ଛାଦିତ କରି ରହିଥିବା ବାୟୁମଣ୍ଡଳରେ ପ୍ରାୟ ୨୧ ପ୍ରତିଶତ ରହିଛି। କିନ୍ତୁ ଆଧୁନିକ ଶିଳ୍ପ ସମୃଦ୍ଧ ଜୀବନ ଶୈଳୀ ଯୋଗୁ କିଛି ସ୍ଥାନରେ (ବିଶେଷ ଭାବେ ନଗର ଓ ସହରମାନଙ୍କରେ) ଏହା ପ୍ରଦୂଷିତ। ଏହାର ସେବନ ଆମକୁ ରୋଗାକ୍ରାନ୍ତ କରିଥାଏ।
ବିଶେଷଜ୍ଞଙ୍କ ମତରେ ବାୟୁ ପ୍ରଦୂଷଣ ଏକାଧିକ ସ୍ବାସ୍ଥ୍ୟ ଜଟିଳତାର ସହାୟକ ହୋଇଥାଏ। ଯଥା: ହୃଦ୍‌ଘାତ, ବହୁମୂତ୍ର, ଉଚ୍ଚ ରକ୍ତଚାପ ଇତ୍ୟାଦି। ଯଦି ଜଣେ ବ୍ୟକ୍ତି ଏମିତି ସମସ୍ୟା ଦ୍ୱାରା ପୀଡ଼ିତ ହୋଇଥାଏ, ତେବେ କରୋନା-ଭୂତାଣୁର ସଂକ୍ରମଣତା କ୍ଷେତ୍ରରେ ଅଧିକ ସାଂଘାତିକ ହେବ। ଏପରିକି ଏହା ପ୍ରାଣ ଘାତକ ହେବା ସମ୍ଭାବନା ରହିବ। ଜିଓଉ, ରାଚେଲ ନେଥେରି ଓ ରାଚେଲ ନେଥେରିଙ୍କ ଏକ ଅନୁଧ୍ୟାନ ହାର୍ଭାର୍ଡ ଟି.ଏଚ. ଚାନ ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥ ତରଫରୁ କରାଯାଇଥିଲା। ଯଦି କ୍ୟୁବିକ୍‌ ମିଟର ପିଛା ଏକ ମାଇକ୍ରୋଗ୍ରାମ ପ୍ରଦୂଷଣକାରୀ ଦ୍ରବ୍ୟର ବୃଦ୍ଧି ଘଟେ ଏବଂ ଏହି ବାୟୁ ଦୀର୍ଘଦିନ ଆମ ଶ୍ୱାସକ୍ରିୟାରେ ବ୍ୟବହୃତ ହୁଏ, ତେବେ କୋଭିଡ୍‌-୧୯ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଶତକଡ଼ା ଏଗାର ଭାଗ ବୃଦ୍ଧି ଘଟେ। ପ୍ରକାଶ ଥାଉ କି, ଯୁକ୍ତରାଷ୍ଟ୍ରରେ ଏହି ପ୍ରଦୂଷଣର ମାତ୍ରା କ୍ୟୁବିକ୍‌ ମିଟର ପିଛା ୮ ମାଇକ୍ରୋଗ୍ରାମ। ୨୦୨୦ରେ ସଂଗୃହୀତ ତଥ୍ୟାନୁସାରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ତିରିଶଟି ସହର ମଧ୍ୟରେ କେବଳ ଭାରତରେ ୨୧ଟି ରହିଛି। ଆମ ଦେଶର ପ୍ରାୟ ୧୪୦ ନିୟୁତ ବ୍ୟକ୍ତି ଏହି ପ୍ରଦୂଷିତ ବାୟୁରେ ଚଳପ୍ରଚଳ ହେଉଛନ୍ତି। ବାର୍ଷିକ ପ୍ରାୟ ଦୁଇ ନିୟୁତ ବ୍ୟକ୍ତିଙ୍କ ମୃତ୍ୟୁ ପଛର ଏହା ହେଉଛି ଏକ ପ୍ରମୁଖ କାରଣ। ଗୃହନିର୍ମାଣ, ଯାନବାହନ, ଡିଜେଲ ଜେନେରେଟର, ଶିଳ୍ପ, ରନ୍ଧନଶାଳା ଓ ବର୍ଜ୍ୟବସ୍ତୁ ଦହନ ଏଥିପାଇଁ ମୁଖ୍ୟତଃ ଦାୟୀ।
ସାମ୍ପ୍ରତିକ ମହାମାରୀ କାଳରେ ଏହାର ପରୋକ୍ଷ ପ୍ରଭାବ ଆକ୍ରାନ୍ତଙ୍କ ଉପରେ ପଡ଼ିଥାଏ। ସେମାନଙ୍କ ଆରୋଗ୍ୟ ପାଇଁ ଉପଲବ୍ଧ ବାୟୁ ଅନୁପଯୁକ୍ତ, ଅପେକ୍ଷାକୃତ ଶୁଦ୍ଧ ମେଡିକାଲ-ଅକ୍ସିଜେନ ଅତ୍ୟାବଶ୍ୟକ।
ସମ୍ପୂର୍ଣ୍ଣ ଟିକାକରଣ ସମୟସାପେକ୍ଷ। ପୁଣି ଏହା କାର୍ଯ୍ୟକାରୀ ହୋଇସାରିବା ସତ୍ତ୍ୱେ କୋଭିଡ୍‌ର ତୃତୀୟ ଲହର ଆସିବା ସମ୍ଭାବନା ରହିଛି। ଏହାର ବ୍ୟାପକତା ରୋକିବାକୁ ଏକ ଅମୋଘ ଅସ୍ତ୍ର ହେଉଛି କୋଭିଡ କଟକଣାଗୁଡିକୁ ଅକ୍ଷରେ ଅକ୍ଷରେ ପାଳନ କରିବା। ଦ୍ୱିତୀୟ ଲହର ପ୍ରଶମିତ ହେବା ପରେ ମଧ୍ୟ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ; କାରଣ କରୋନା ଭୂତାଣୁର ସ୍ବଭାବ ରହସ୍ୟଜନକ ଏବଂ କେଉଁ ରୂପରେ ଏହାର ପୁନଃ ଆବିର୍ଭାବ ହେବ, ତାହା ଗବେଷକମାନେ ମଧ୍ୟ ଅଦ୍ୟାବଧି ଜାଣିପାରିନାହାନ୍ତି।
ତଥାପି ବୈଜ୍ଞାନିକ ଓ ଗବେଷକଙ୍କ ଅଦମ୍ୟ ଚେଷ୍ଟା ବଳରେ ଏହି ମହାମାରୀ ବିଶ୍ୱରୁ ସମ୍ପୂର୍ଣ୍ଣ ଲୋପ ନ ପାଇଲେ ମଧ୍ୟ ହଇଜା, ବସନ୍ତ ପରି ଦିନେ ପୃଥିବୀକୁ ଭୀତତ୍ରସ୍ତ କରି ରଖିଥିବା ସଂକ୍ରମଣର ପ୍ରକୋପ ଯଥେଷ୍ଟ ହ୍ରାସ ପାଇବ ଏବଂ ସାଧାରଣ ସ୍ତରକୁ ଖସିଯିବା ଆଶା କରାଯାଇପାରିବ। ସମ୍ପ୍ରତି ଯୁକ୍ତରାଷ୍ଟ୍ରରେ ମାକ୍ସର ବାଧ୍ୟତାମୂଳକ ବ୍ୟବହାର ପ୍ରତି ଯେମିତି କୋହଳ ନୀତି ପ୍ରଣୟନ କରାଯାଇଛି, ଏହା ଏହି ସଂକ୍ରମଣର ଭୟାବହତାକୁ ଆୟତ୍ତ କରାଯାଇପାରିଥିବା ପରି ଏକ ଉତ୍ସାହଜନକ ସୂଚନା।
କରୋନାର ଭୟ କମିଯିବା ପରେ ଆମେ ନିଶ୍ଚିତ ରହିପାରିବା ନାହିଁ। ଏହା ଆମକୁ ଯେଉଁ ଶିକ୍ଷା ଦେଇଛି, ସେଇ ଅନୁସାରେ ଆମକୁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ। ଏଥିମଧ୍ୟରୁ ଗୋଟିଏ ହେଉଛି ଅମ୍ଳଜାନର ଅଭାବ ଦୂରୀକରଣ। ବିଶେଷ ଭାବେ ପ୍ରାକୃତିକ ଭାବେ ଅମ୍ଳଜାନ ବାୟୁରେ ଯେଉଁ ପରିମାଣରେ ଉପସ୍ଥିତ, ଏହା ସୁସ୍ଥ ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ। କିନ୍ତୁ ଆଧୁନିକ ଜୀବନରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିବେକହୀନ ନିର୍ବିଚାରରେ ଯେମିତି ପ୍ରୟୋଗମାନ କରାଯାଉଛି, ଏହା ପ୍ରକୃତିର ଭାରସାମ୍ୟକୁ ବିଗାଡ଼ିଦେଉଛି। ଉଦାହରଣ ଭାବେ ଗଛକୁ ବିଚାର କରାଯାଇପାରେ।
ଆମେ ଯଦି ଅତୀତକୁ ଫେରିଯିବା, ତେବେ ସ୍ପଷ୍ଟ ହେବ ଯେ ବହୁ ପୂର୍ବରୁ ଆମେ ବଡ଼ବଡ଼ ଗଛ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛେ। ଏହାର ଦୃଷ୍ଟାନ୍ତ ଆମ ଦେଶରେ ରେଳପଥର ପ୍ରତିଷ୍ଠା ଦିନରୁ ପରିଲକ୍ଷିତ ହେଉଛି। ୧୮୫୩ ମସିହାରେ ରେଳପଥ ନିର୍ମାଣର ପ୍ରାରମ୍ଭରୁ ପ୍ରାୟ ଶହେ ବର୍ଷ ମଧ୍ୟରେ ଯେଉଁ ଲକ୍ଷେ କିଲୋମିଟର ରେଳପଥ ପାଇଁ ଆବଶ୍ୟକ ଶ୍ଲିପଟ ସକାଶେ ବ୍ୟବହୃତ ଶାଳକାଠ ଘଞ୍ଚ ଜଙ୍ଗଲରୁ ସଂଗୃହୀତ ହୋଇଥିଲା। ଫଳରେ ଅରଣ୍ୟ ଶ୍ରୀହୀନ ହୋଇଗଲା। ବୃକ୍ଷ ଆମକୁ ଶୁଦ୍ଧ ଅମ୍ଳଜାନ ଯୋଗାଇବା ପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ। ତେଣୁ ଏତାଦୃଶ ଜଙ୍ଗଲ କ୍ଷୟ ଓ ବୃକ୍ଷଶୂନ୍ୟତା ଆମ ଗମନାଗମନକୁ ବେଗଶୀଳ କଲେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ଆମକୁ ଭୋଗିବାକୁ ପଡ଼ିଲା। ପ୍ରକୃତିର ସନ୍ତୁଳନ ବିଘ୍ନିତ ହେଲା। ଅନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଗଛକଟା ଅବ୍ୟାହତ ରହିଛି।
ପ୍ରକୃତିଦତ୍ତ ବୃକ୍ଷରାଜିରୁ ଆମେ ଯେଉଁ ଅମୂଲ୍ୟ ଅମ୍ଳଜାନ ପ୍ରାପ୍ତ କରୁଛେ, ତା’ର ବିଶ୍ଳେଷଣ ଓ ଉପାଦେୟତା ଉପସ୍ଥାପନ କରାଯାଇପାରେ। ଗୋଟିଏ ହିସାବରୁ ଜଣାଯାଏ ଯେ, ଦୈନିକ ୫୫୦ ଲିଟର ନିରୋଳା ଅମ୍ଳଜାନ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ଦରକାର। ଅବଶ୍ୟ ବ୍ୟାୟାମ କରୁଥିବା ବ୍ୟକ୍ତି ପାଇଁ ଏହାର ପରିମାଣ ଅଧିକ। (କ୍ରମଶଃ..)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?