ଲିବିଆ ଉପକୂଳରେ ଓଲଟିଲା ଜାହାଜ : ଶିଶୁ-ମହିଳାଙ୍କ ସମେତ ୬୧ ମୃତ…

ତ୍ରିପୋଲି,୧୭।୧୨: ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ଲିବିଆ ଉପକୂଳରେ ଓଲଟ ପଡଛି। ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୬୧ ଜଣ ପ୍ରବାସୀ ବୁଡ଼ି ଯାଇଥିଲେ। ଏହି ସୂଚନା ସୋସିଆଲ ମିଡିଆରେ ଲିବିଆରେ ଥିବା ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର ମାଇଗ୍ରେଶନ (ଆଇଓଏମ) ଦ୍ୱାରା ପ୍ରଦାନ କରାଯାଇଛି।

ଆଇଓଏମ ବଞ୍ଚିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କହିଛି ଜାହାଜରେ ସମୁଦାୟ ୮୬ ଜଣ ଲୋକ ଥିଲେ। ଏହା ଲିବିଆର ଜୱାରା ସହର ଯାତ୍ରା ଆରମ୍ଭ କରିଥିଲା।

ସମୁଦ୍ର ଦେଇ ୟୁରୋପରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଲିବିୟା ଏକ ପ୍ରମୁଖ ରାସ୍ତା। ଆଫ୍ରିକା ଏବଂ ମଧ୍ୟ ପୂର୍ବରେ ଅବସ୍ଥିତ ଦେଶଗୁଡିକର ଲୋକମାନେ ସେଠାରେ ଘଟୁଥିବା ଯୁଦ୍ଧ ଏବଂ ଅଶାନ୍ତିରୁ ରକ୍ଷା ପାଇବା ପାଇଁ ଲିବିୟା ଦେଇ ୟୁରୋପ ଯିବାକୁ ଚାହୁଁଛନ୍ତି। ମାନବ ଚାଲାଣ ନେଟୱାର୍କ ଏହି ମାର୍ଗରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ସାମରିକ ଗୋଷ୍ଠୀ ଦ୍ୱାରା ପରିଚାଳିତ। ସେମାନେ ଭୂମଧ୍ୟସାଗର ଦେଇ ପ୍ରବାସୀମାନଙ୍କୁ ନେଇ ଜାହାଜ ଏବଂ ଡଙ୍ଗା ଗୁଡିକ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି। ଗତ କିଛି ମାସ ହେବ, ଲିବିଆର ସୁରକ୍ଷା ବାହିନୀ ପ୍ରବାସୀମାନଙ୍କୁ ଅଟକ ରଖି ସେମାନଙ୍କୁ କଟକଣା ଜାରି କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ପ୍ରବାସୀମାନେ ବୁଡ଼ିଯିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସିଛି। ଜୁନ ମାସରେ ମଧ୍ୟ ଏଭଳି ଘଟଣା ଘଟିଥିଲା, ଯେତେବେଳେ ୭୯ ପ୍ରବାସୀ ବୁଡ଼ି ଯାଇଥିଲେ ଏବଂ ଶହ ଶହ ଲୋକ ନିଖୋଜ ହୋଇଯାଇଥିଲେ। ଫେବୃଆରୀରେ ଝଡ଼ ସମୟରେ ସେମାନଙ୍କ ଡଙ୍ଗା ଇଟାଲୀର କାଲାବ୍ରିଆନ ଉପକୂଳରେ ବୃହତ ଆକାରର ପଥରରେ ମାଡ ହୋଇଥିଲା। ଫଳରେ ୯୬ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜାହାଜ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଜାହାଜରେ ଥିବା ଅଧିକାଂଶ ଲୋକ ଇଜିପ୍ଟ, ସିରିଆ ଏବଂ ପାକିସ୍ଥାନର।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri