ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୮୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ କରୋନାରେ ୪୬୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୫ ହଜାର ୮୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୩ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୬୮ ହଜାର ୫୫୮ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୦୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୩୭ ହଜାର ୮୩୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୬୩ କୋଟି ୯ ଲକ୍ଷ ୧୭ ହଜାର ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୩ ଲକ୍ଷ ୮୫ ହଜାରରୁ ଅଧିକ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୧ କୋଟି ୮୬ ଲକ୍ଷ ୪୨ ହଜାର ୯୨୯ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୭ ଲକ୍ଷ ୫୫ ହଜାର ୩୨୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୮ ଲକ୍ଷ ୮୮ ହଜାର ୬୪୨ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୬ ଲକ୍ଷ ୯୫ ହଜାର ୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ତଥା ମୃତ୍ୟୁ ସଂଖ୍ୟା ଅଧିକ ହେଉଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୩୧,୨୬୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୫୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri