୨୫୦ରୁ ଊର୍ଦ୍ଧ୍ୱ ବେଆଇନ ପାଥୋଲାଜି

ନୟାଗଡ଼ ଅଫିସ,୧୦।୪: ନୟାଗଡ଼ ଜିଲାରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ଚାଲିଛି। ଜିଲାରେ ମାତ୍ର ୧୫ଟି ପାଥୋଲୋଜିକୁ ଲାଇସେନ୍ସ ମିଳିଛି।
ହେଲେ ୨୫୦ରୁ ଊର୍ଦ୍ଧ୍ୱ ବେଆଇନ ଭାବେ ଚାଲିଛି। ବର୍ଷତମାମ ଏପରି ପାଥୋଲୋଜି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଉଛି। ଏହା ପରେ ବି ତଦନ୍ତ ହେଉ ନାହିଁ। ଏଭଳିସ୍ଥଳେ ସରକାର ରାଜସ୍ବ ହରାଉଛନ୍ତି। ଆଉ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ତଥାପି ସବୁ ଘଟଣା ଲୋକଲୋଚନକୁ ଆସି ପାରୁନି।
ଏ ଦିଗରେ ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ଦିନକୁ ଦିନ ପରିସ୍ଥିତି ସାଂଘାତିକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ୫ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କଲେ ବିଭିନ୍ନ ଅନାମଧେୟ ସଂସ୍ଥାରୁ ଟେକ୍‌ନସିଆନ ସାର୍ଟିଫିକେଟ୍‌ ହାସଲ କରାଯାଇ ପାରୁଛି।
ସାର୍ଟିଫିକେଟ ହାସଲ ପରେ କ୍ୟାବିନ୍‌ ଗୋଟିଏ ପକାଇ ପାଥେ୍‌ାଲୋଜି ଫଳକ ମାରି ରକ୍ତ, ମଳ, ମୁତ୍ର ଆଦି ପରୀକ୍ଷା କରା ଯାଉଛି । ବ୍ୟବହାରିକ ଓ ବୃତ୍ତିଗତ ଜ୍ଞାନ ଅଭାବରୁ ରୋଗୀମାନେ ଆର୍ଥିକ ଦୃଷ୍ଟିରୁ ଶୋଷିତ ହୋଇ ଚାଲୁଛନ୍ତି। ଅନ୍ୟପକ୍ଷେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ଯୋଗୁ ରୋଗୀଙ୍କ ବ୍ଲଡ ଗ୍ରୁପ ଭିନ୍ନ ବୋଲି ଦର୍ଶା ଯାଉଛି । ପୁଣି ବିଭିନ୍ନ ପରୀକ୍ଷଣ ରିପୋର୍ଟରେ ତ୍ରୁଟି ରହୁଛି। ଫଳରେ କେତେକ କ୍ଷେତ୍ରରେ ରୋଗୀ ଗୁରୁତର ଓ ପ୍ରାଣ ହରାଉଛନ୍ତି।
ଏଭଳି ଘଟଣା ବିଭିନ୍ନ ସମୟରେ ଘଟି ଚାଲିଥିଲେ ମଧ୍ୟ ଅଭିଯୋଗକୁ ଆର୍ଥିକ ଲୋଭ ଓ ରାଜନୈତିକ ଚାପ ପକାଇ ଚାପି ଦିଆଯାଉଥିବା ଅଭିଯୋଗ ହୋଇଛି।
ଏନେଇ ନୟାଗଡ଼ର ଚନ୍ଦ୍ରବିଜୟୀ ମିଶ୍ର କୁହନ୍ତି, କେଉଁ ପାଥୋଲାଜି ବେଆଇନ ଓ କିଏ ପଞ୍ଜିକୃତ ରୋଗୀ ଜାଣିବେ କିପରି ।
ସବୁ ପାଥୋଲାଜି ସଂସ୍ଥା ବୋର୍ଡ ମାରି ରୋଗୀମାନଙ୍କ ରକ୍ତ,ମଳ,ମୂତ୍ର ସହିତ ବିଭିନ୍ନ ପରୀକ୍ଷା କରୁଛନ୍ତି । କିଏ ଅସଲି କିଏ ନକଲି ରୋଗୀ ଜାଣି ନ ପାରି ଟଙ୍କା ଖର୍ଚ୍ଚକରି ବିପଦକୁ ଆମନ୍ତ୍ରଣ କରୁଛନ୍ତି । ସ୍ବାସ୍ଥ୍ୟବିଭାଗ ତୁରନ୍ତ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ନଚେଚ୍‌ ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବ ବୋଲି କହିଛନ୍ତି।
ଗଣିଆର ସୁଦାମ ସ୍ବାଇଁ, ନୂଆଗଁାର ଭକ୍ତବଲ୍ଲଭ ସାହୁ, ରଣପୁରର ସୀତା ପ୍ରଧାନ କୁହନ୍ତି, ରୋଗୀ କ’ଣ ଜାଣି ପାରିବ ପାଥୋଲୋଜି ପରୀକ୍ଷାଗାର ଅସଲ କି ନକଲି। ସ୍ବାସ୍ଥ୍ୟ ବିଭାଗ ଏନେଇ ଜାଣି ଚୁପ ରହିଛି କିପରି। ରୋଗୀଙ୍କ ଜୀବନ ସହ ଖେଳୁଥିବା ପାଥୋଲୋଜି ସଂସ୍ଥାର ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ହେବା ଦରକାର ବୋଲି କହିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା କୁହନ୍ତି, ଏନେଇ ଆମେ ତଦନ୍ତ ଆରମ୍ଭ କରିଛୁ। ଯେଉଁମାନେ ପଞ୍ଜିକୃତ ନ କରି ପାଥୋଲୋଜି ଖୋଲିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?