ଛତ୍ରପୁର ସହରକୁ ବାହାର ଲୋକ ଆସିବା ମନା: ପ୍ରବେଶ ପଥ ସିଲ୍‌

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି। କେବଳ ଡିଆର୍‌ଡିଏ ଛକରେ ପୋଲିସ, ପ୍ରଶାସନିକ ଅଧିକାରୀଙ୍କ ଗାଡି ଓ ଆମ୍ବୁଲାନ୍ସକୁ ସହର ମଧ୍ୟକୁ ଯିବାକୁ ଅନୁମତି ରହିଛି। ବାହାର ଅଞ୍ଚଳର ଲୋକଙ୍କୁ ଛତ୍ରପୁର ସହରକୁ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ଡିଆର୍‌ଡିଏ ଛକରେ ପୋଲିସ ପକ୍ଷରୁ ଯାଞ୍ଚ କରାଯିବା ବ୍ୟବସ୍ଥା ହୋଇଛି। ଏଥିସହ ଜାତୀୟ ରାଜପଥରେ ଟ୍ରକ, ବସ୍‌ ଓ ମାଲ ପରିବହନ ଗାଡ଼ି ବ୍ୟତୀତ ବାଇକ୍‌, କାର ଓ ଅନ୍ୟ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ବୁଧବାର ପୋଲିସ ପକ୍ଷରୁ ଜାତୀୟ ରାଜପଥରେ କଡାକଡ଼ି ଯାଞ୍ଚ କରାଯାଇଛି। ଛତ୍ରପୁର ସହର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ କରଯାଇଛି। ଲୋକେ ଚାଲିକି ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ କୁହାଯାଇଛି। ଅପରାହ୍ନ ୪ଟାରୁ ଆସନ୍ତା ମଙ୍ଗଳବାର ସକାଳ ୭ ଟା ପର୍ଯ୍ୟନ୍ତ ୫ ଦିନ ଛତ୍ରପୁର ଏନ୍‌ଏସି ସମ୍ପୂର୍ଣ୍ଣ ଶଟଡାଉନ ରହିବ ବୋଲି ଜ଼ିଲାପାଳ ଘୋଷଣା କରିସାରିଛନ୍ତି। ଏଥିପାଇଁ ପନିପରିବା ଓ ରାସନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଛତ୍ରପୁରର ବିଭିନ୍ନ ସାହିରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଧିକାଂଶ ସାହିକୁ ସିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୧୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ...

ଏଟିଏମ୍‌ ଭାଙ୍ଗିଦେଲେ ଦୁର୍ବୃତ୍ତ

ଅମରପାଲି,୨୯।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଟଙ୍କା ଲୁଟ୍‌...

କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର

କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ...

ଶାଖା ତତ୍ତ୍ୱାବଧାରକ ବହିଷ୍କୃତ

ମାଲକାନଗିରି,୨୫ା୯(ସ୍ବ.ପ୍ର.): ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ମାଥିଲି ଲ୍ୟାମ୍ପରେ କାର୍ଯ୍ୟରତ ଶାଖା ତତ୍ୱାବଧାରକ ସତ୍ୟ ନାରାୟଣ ସ୍ବାଇଁଙ୍କୁ ବହିଷ୍କୃତ କରାଯାଇଛି। ମାଥିଲି...

ଅଶ୍ଳୀଳ ଭିଡିଓ ପଠାଇ ଅଡୁଆରେ ଓଏଏସ୍‌ ଅଫିସର

ଭୁବନେଶ୍ୱର,୭।୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଅଡୁଆରେ ପଡିଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ...

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୦ ଯାତ୍ରୀ ଆହତ

କୋରାପୁଟ,୧୯।୭(ସ୍ବ.ପ୍ର): କୋରାପୁଟ ଜିଲା ୨୬ନଂ ଜାତୀୟ ରାଜପଥର ପଟାଙ୍ଗି ଥାନା ଅନ୍ତର୍ଗତ ଶୁଣ୍ଢି ପୁଙ୍ଗାର ନିକଟରେ ମଙ୍ଗଳବାର ସକାଳୁ ଏହି ବସ ଦୁର୍ଘଟଣା ଘଟିଛି। ଏଥିରେ...

ଛତ୍ରପୁର ଉପଖଣ୍ଡରେ ୮୩% ସୁସ୍ଥ

  ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ଛତ୍ରପୁର ଉପଖଣ୍ଡରେ ଥିବା ୮ ବ୍ଲକ ଓ ୯ ସହରାଞ୍ଚଳରେ ଟେଷ୍ଟ ତୁଳନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜୁଲାଇ ୨୩ରୁ...

ପ୍ରତିଷେଧକ ଶକ୍ତି ବୃଦ୍ଧି ଯୋଜନା: ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ ଅଫିସ, ୭ା୬: କରୋନା(କୋଭିଡ-୧୯)କୁ ନଜରରେ ରଖି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ହୋମିଓପାଥି ଔଷଧ ଦିଆଯିବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା...

Advertisement
Archives

Model This Week