ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ କମ୍ପାନୀ ୬୮.୩ ବିଲିୟନ୍‌ ଡଲାର ଆୟ କରିଥିବା ବେଳେ ଓ୍ବାରେନ ବଫେଟଙ୍କ କମ୍ପାନୀ ୬୭.୯ ବିଲିୟନ ଡଲାରରେ ପହଞ୍ଚିଛି। Berkshire Hathawayର ପ୍ରତିଷ୍ଠାତା ବଫେଟଙ୍କୁ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ ନିବେଶକ ଭାବେ ଜଣାଯାଏ। ୨୦୦୮ରେ ବଫେଟ ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ହେବା ସହ ଦୀର୍ଘ ଦିନ ଧରି ଶ୍ରେଷ୍ଠ ୩ ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥିଲେ। ବର୍ତ୍ତମାନ ଫୋର୍ବସ ଅନୁଯାୟୀ ବିଶ୍ୱର ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ସପ୍ତମ ସ୍ଥାନ ହାସଲ କରିବା ସହ ବଫେଟ, ଗୁଗଲର ଲେରୀ ପେଜ୍‌ ଓ ସର୍ଜ ବ୍ରିନ୍‌ଙ୍କୁ ପଛରେ ପକାଇଦେଇଛନ୍ତି। ବିଶ୍ୱର ଶେଷ୍ଠ ୧୦ ଧନୀ ତାଲିକାରେ ସାରା ଏସିଆରୁ କେବଳ ମୁକେଶ ଅମ୍ବାନୀ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ତାଲିକାରେ ସର୍ବପ୍ରଥମେ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ବର୍ନାଡ ଅର୍ନୋଲ୍ଟ ପରିବାର, ଚତୁର୍ଥ ସ୍ଥାନରେ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ, ପଞ୍ଚମରେ ଷ୍ଟିଭ୍‌ ବାଲମର ଓ ଲେରି ଏଲ୍‌ସନ୍‌ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ଫୋର୍ବସ ରିୟଲ ଟାଇମ୍‌ ବିଲେନିୟର ର଼୍ୟାଙ୍କିଙ୍ଗ ପ୍ରତିମିନିଟ୍‌ରେ ଅପଡେଟ୍‌ ହୋଇଥାଏ। ଏଥିରେ କୋଟିପତିଙ୍କ ସମ୍ପତ୍ତିକୁ ସେମାନଙ୍କ କମ୍ପାନୀ କିମ୍ବା ଶେୟାରର ମୂଲ୍ୟ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ। ଏଥିଯୋଗୁ ବିଲେନିୟରଙ୍କ ସମ୍ପତ୍ତି ପରିବର୍ତ୍ତନ ହେବା ସହ ର଼୍ୟାଙ୍କିଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri