ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ କମ୍ପାନୀ ୬୮.୩ ବିଲିୟନ୍‌ ଡଲାର ଆୟ କରିଥିବା ବେଳେ ଓ୍ବାରେନ ବଫେଟଙ୍କ କମ୍ପାନୀ ୬୭.୯ ବିଲିୟନ ଡଲାରରେ ପହଞ୍ଚିଛି। Berkshire Hathawayର ପ୍ରତିଷ୍ଠାତା ବଫେଟଙ୍କୁ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ ନିବେଶକ ଭାବେ ଜଣାଯାଏ। ୨୦୦୮ରେ ବଫେଟ ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ହେବା ସହ ଦୀର୍ଘ ଦିନ ଧରି ଶ୍ରେଷ୍ଠ ୩ ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥିଲେ। ବର୍ତ୍ତମାନ ଫୋର୍ବସ ଅନୁଯାୟୀ ବିଶ୍ୱର ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ସପ୍ତମ ସ୍ଥାନ ହାସଲ କରିବା ସହ ବଫେଟ, ଗୁଗଲର ଲେରୀ ପେଜ୍‌ ଓ ସର୍ଜ ବ୍ରିନ୍‌ଙ୍କୁ ପଛରେ ପକାଇଦେଇଛନ୍ତି। ବିଶ୍ୱର ଶେଷ୍ଠ ୧୦ ଧନୀ ତାଲିକାରେ ସାରା ଏସିଆରୁ କେବଳ ମୁକେଶ ଅମ୍ବାନୀ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ତାଲିକାରେ ସର୍ବପ୍ରଥମେ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ବର୍ନାଡ ଅର୍ନୋଲ୍ଟ ପରିବାର, ଚତୁର୍ଥ ସ୍ଥାନରେ ଫେସ୍‌ବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ, ପଞ୍ଚମରେ ଷ୍ଟିଭ୍‌ ବାଲମର ଓ ଲେରି ଏଲ୍‌ସନ୍‌ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି। ସୂଚନାଯୋଗ୍ୟ, ଫୋର୍ବସ ରିୟଲ ଟାଇମ୍‌ ବିଲେନିୟର ର଼୍ୟାଙ୍କିଙ୍ଗ ପ୍ରତିମିନିଟ୍‌ରେ ଅପଡେଟ୍‌ ହୋଇଥାଏ। ଏଥିରେ କୋଟିପତିଙ୍କ ସମ୍ପତ୍ତିକୁ ସେମାନଙ୍କ କମ୍ପାନୀ କିମ୍ବା ଶେୟାରର ମୂଲ୍ୟ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ। ଏଥିଯୋଗୁ ବିଲେନିୟରଙ୍କ ସମ୍ପତ୍ତି ପରିବର୍ତ୍ତନ ହେବା ସହ ର଼୍ୟାଙ୍କିଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ଘଟିଥିବା ନିର୍ବାଚନ କର୍ମଚାରୀଙ୍କ ପରିବାରକୁ ମିଳୁ କୋଟିଏ ଟଙ୍କାର ସହାୟତା: ହାଇକୋର୍ଟ …

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିଯୁକ୍ତ ହୋଇଥିବା କେତେକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବା ନେଇ ଆହ୍ଲାବାଦ୍‌...

ଘର ବାହାରେ ତାଲା ଝୁଲୁଥିଲା ବୋଲି ଚିମିନି ବାଟଦେଇ ପଶୁଥିଲେ ଯୁବତୀ; ପାଇପ୍‌ରେ ଏମିତି ଫସିଲେ ଯେ…

ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍‌ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ...

କଂଗ୍ରେସରେ ଗଡ୍‌ସେ ଭକ୍ତଙ୍କ ଏଣ୍ଟ୍ରି ପରେ ଉଠିଲା ବିବାଦ

ଭୋପାଳ,୨୬।୨: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ଭକ୍ତ ବାବୁଲାଲ ଚୌରସିଆ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସରେ ବିବାଦ ଉଠିଛି।...

‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବ ହରିୟାଣା

ଚଣ୍ଡିଗଡ଼,୨ା୧୧(ପି.ଟି.): ‘ଲଭ୍‌ ଜିହାଦ’ ବିରୋଧରେ ଆଇନ ଆଣିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ହରିୟାଣା ମଧ୍ୟ ଅନୁରୂପ ଆଇନ...

ପ୍ରଚାରରେ ଭାଜପା ରଙ୍ଗରେ ସଜ୍ଜିତ ଘୋଡ଼ା

ଇନ୍ଦୋର,୨୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ନୂଆ ଚେହେରାଙ୍କୁ ଜନସାଧାରଣଙ୍କ ସହ ପରିଚିତ କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ରାଜ୍ୟରେ...

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...

୨ ମିନିଟ୍‌ ପୂର୍ବରୁ ସରକାରୀ କର୍ମଚାରୀ ଅଫିସ ଛାଡ଼ିଲେ, କଟିଲା ମୋଟା ଅଙ୍କର ଦରମା; ଜାଣିଲେ…

ଭାରତରେ ସରକାରୀ କର୍ମଚାରୀ ନିଜ ଅଫିସକୁ କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତାର କୌଣସି ଠିକଣା ନ ଥାଏ। ଅଫିସକୁ ବିଳମ୍ବରେ ଆସି ଘରକୁ ଶୀଘ୍ର...

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ...

Advertisement
Archives

Model This Week