ବିଡିଓ, ଭେଣ୍ଡରଙ୍କୁ ଜବାବ ତଲବ

କୋରେଇ,୨୭ା୪(ଡି.ଏନ.ଏ.): ଜାଲ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ବିଲ କରି ଟିକସ ଫାଙ୍କି ଅଭିଯୋଗ ଘଟଣାରେ ଯାଜପୁର ଜିଲା କୋରେଇ ବିଡିଓ ହରଡ଼ଘଣାରେ ପଡିଛନ୍ତି। ଏନେଇ ସିଟିଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଆଞ୍ଚଳିକ ଅଧିକାରୀ ତଦନ୍ତ କରି ଗତ ୬ ତାରିଖରେ କୋରେଇ ବିଡ଼ିଓକୁ ଜବାବ୍‌ ତଲବ କରିଥିଲେ। ବେହେରା ଟ୍ରେଡ଼ର୍ସ ନାମକ ଭେଣ୍ଡରଙ୍କ ଗତ ଗୋଟିଏ ବର୍ଷର ନେଣଦେଣର ସମସ୍ତ ରସିଦ ପ୍ରଦାନ ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହିତ ଆଞ୍ଚଳିକ ଉପ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତଙ୍କ ପକ୍ଷରୁ ସିଜିଏସ୍‌ଟି ଅଧିନିୟମ ୨୦୧୭ ଆଇନର ଧାରା ୭୦( କ ) ଅନୁଯାୟୀ ବେହେରା ଟ୍ରେଡ଼ର୍ସ ଭେଣ୍ଡରଙ୍କୁ ସମନ ହୋଇଛି ।
ଅଭିଯୋଗ ଅନୁସାରେ କୋରେଇ ବ୍ଲକର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭେଣ୍ଡରଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ନେଇ ମିଳିମିଶି ଠକି ଚାଲିଥିଲେ। ବ୍ଲକ ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ବିଲ ଭେଣ୍ଡରଙ୍କ ମାଧ୍ୟମରେ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହାପରେ କେତେକ ଦୁର୍ନୀତିଖୋର ଅଧିକାରୀ ଏବଂ ଭେଣ୍ଡରମାନଙ୍କୁ ଏହା ବେଶ ସୁହାଇଥିଲା। ସରକାରଙ୍କ ନିର୍ଦ୍ଦେଶକୁ ଅପବ୍ୟବହାର କରି କେତେଜଣ ଅଧିକାରୀ ଭେଣ୍ଡରଙ୍କ ଜାଲ୍‌ ରସିଦରେ କୋଟି କୋଟି ଟଙ୍କାର ବିଲ କରି ଲାଭବାନ ହେଉଥିଲେ। ଜିଏସ୍‌ଟି ନିୟମ-୪୬ର ଧାରା ୩୧ ଅନୁସାରେ ବିକ୍ରୟ ରସିଦ ପ୍ରସ୍ତୁତ କରିବା କଥା । କିନ୍ତୁ ବାସ୍ତବରେ କୋରେଇ ବ୍ଲକରେ ଭେଣ୍ଡରମାନେ ଦେଉଥିବା ସାମଗ୍ରୀ କ୍ରୟ ଓ ବିକ୍ରୟ ରସିଦରେ ଏହି ନିୟମ ପାଳନ କରାଯାଉ ନ ଥିଲା। ବିକ୍ରୟ ରସିଦରେ ସାମଗ୍ରୀ ବିକ୍ରୟର ଗନ୍ତବ୍ୟସ୍ଥଳୀ ଲେଖାଯିବା କଥା କିନ୍ତୁ ତାହା ଲେଖା ଯାଉ ନ ଥିଲା। ସେହିପରି କ୍ରୟ କରୁଥିବା ସଂସ୍ଥାର ଜିଏସ୍‌ଟି ନମ୍ବର ନ ଥିଲା। କେଉଁ ତାରିଖରେ ସାମଗ୍ରୀ ବିକ୍ରି କରାଯାଉଛି ରସିଦରେ ତାର କୌଣସି ଲିପିବଦ୍ଧ ହେଉ ନ ଥିଲା। କୌଣସି ସାମଗ୍ରୀରେ (ଏଚ୍‌ଏସ୍‌ଏନ୍‌ କୋଡ଼), କେନ୍ଦ୍ରୀୟ ବିକ୍ରୟ ଟିକସ ଓ ରାଜ୍ୟ ବିକ୍ରୟ ଟିକସ ଦର୍ଶାଯାଇ ନ ଥିଲା। ଏହି ବିକ୍ରୟ ରସିଦ ଗୁଡ଼ିକରେ ବିକ୍ରୟ କରାଯାଇଥିବା ସାମଗ୍ରୀଗୁଡିକ ଉପରେ କେତେ ଶତକଡ଼ା ଟିକସ ଦିଆଯାଉଛି ତାହା ଉଲ୍ଲେଖ ନ ଥିଲା। ଏଭଳି ଭାବେ କୋରେଇ ବ୍ଲକରେ ଜାଲ ରସିଦ ଦେଇ ଏକାଧିକ ଭେଣ୍ଡର କୋଟି କୋଟି ଟଙ୍କାର ଟିକସ ଫାଙ୍କି ହେଉଥିବା ଅଭିଯୋଗ ହୋଇଛି । ବାସ୍ତବରେ ଅଫିସରମାନଙ୍କ ନାମରେ ୱାର୍କ ଅର୍ଡର ରହୁଥିବା ବେଳେ ସ୍ଥାନୀୟ ଠିକାଦାର ସବୁ କାର୍ଯ୍ୟ କରୁଛନ୍ତି ଏବଂ ଆବଶ୍ୟକ ସାମଗ୍ରୀ ବାହାରୁ କ୍ରୟ କରୁଛନ୍ତି । ଲେବର ପେମେଣ୍ଟ ଓ ସାମଗ୍ରୀ କ୍ରୟର ଅର୍ଥରାଶି ଭେଣ୍ଡରଙ୍କ ରସିଦ ମାଧ୍ୟମରେ ପୈଠ ହେଉଥିବା କାରଣକୁ ଅଧିକାରୀ ଓ ଭେଣ୍ଡର ଚଞ୍ଚକତା କରି ଜାଲ୍‌ ରସିଦ ସାହାଯ୍ୟରେ ବହୁ କୋଟି ଟଙ୍କାର ବିଲ କରୁଛନ୍ତି । ଫଳରେ ସରକାରଙ୍କୁ ଯେଉଁ ଆକାରରେ ଟିକସ ମିଳିବା କଥା ତାହା ମିଳୁନାହିଁ । ଅଧିକାରୀ ଓ ଭେଣ୍ଡର ମିଳିମିଶି ସରକାରଙ୍କ ରାଜସ୍ବରୁ ବାର୍ଷିକ ଅନେକ କୋଟି ଟଙ୍କାର ଅନୁଦାନ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଧିକାରୀ ଓ ଭେଣ୍ଡରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଫଳରେ ଏହି ଟିକସ ଫାଙ୍କି କୋରେଇ ବ୍ଲକ ଅଧୀନରେ ଦିନକୁ ଦିନ ବଢ଼ି ଚାଲିଛି । ଏନେଇ ଧରିତ୍ରୀରେ ଗତ ୨୫ା୩ା୨୦୨୩ରେ ଏକ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏନେଇ ଉପ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ପୁଷ୍କର ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି, ବେହେରା ଟ୍ରେଡର୍ସ ନାମକ ଭେଣ୍ଡରକୁ ସମନ କରିଥିବା ବେଳେ କୋରେଇ ବିଡ଼ିଓଙ୍କୁ ଗତ ୧ ବର୍ଷର ତଥ୍ୟ ମଗାଯାଇଛି। ଅନ୍ୟପକ୍ଷେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ମତାମତ ନେବାରେ ସେ ବାହାରେ ଅଛନ୍ତି ଏବଂ ଅଫିସ ଯାଇ ଏ ବିଷୟରେ ଟିପ୍ପଣୀ ଦେବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri