ଆମ ଅଧିକାର ଓ ନ୍ୟାୟିକ ବ୍ୟବସ୍ଥା

ଆମ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରୁ ଜଣେ ବିଦେଶରେ ବକ୍ତବ୍ୟ ପ୍ରଦାନ କରିବା ସମୟରେ ଆଶ୍ଚର୍ଯ୍ୟଜନକ ବିଷୟ ଉପସ୍ଥାପନ କରିଥିଲେ। ଏକ ଲିଗାଲ ଓ୍ବେବ୍‌ସାଇଟ ତାଙ୍କ ବକ୍ତବ୍ୟକୁ ପ୍ରସାର କରିଥିଲା। ବିଚାରପତି (ଯାହାଙ୍କ ନାମ ପ୍ରକାଶ କରାଯାଉନାହିଁ) କହିଥିଲେ ଯେ, ଦେଶରେ ବିବାଦୀୟ ଧାରା ବଢୁଛି ଏବଂ ଏହା ରାଜନୈତିକ ମନ୍ତବ୍ୟରେ ଧୈର୍ଯ୍ୟର ଅଭାବକୁ ସୂଚିତ କରୁଛି। ଫଳରେ କିଛି ଖରାପ ସ୍ଥିିତି ଉପୁଜିବାର ସମ୍ଭାବନା ରହୁଛି, ଯେଉଁଠି ଅଧିକାରଗୁଡ଼ିକୁ ଅନୁଭବ କରିବା ଲାଗି କୋର୍ଟଗୁଡ଼ିକୁ ଏକ ମାତ୍ର ଅଙ୍ଗ ଭାବେ ମାନିନିଆଯାଉଛି। କୋର୍ଟଗୁଡ଼ିକ ମଧ୍ୟ ବିଧିବ୍ୟବସ୍ଥା ଓ କାର୍ଯ୍ୟପାଳିକା ସହ ଜଡ଼ିତ ସମସ୍ୟା ସମାଧାନ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ କ’ଣ କରୁଛନ୍ତି ତାହା ବିଚାରପତିଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବୁଝିହେଉଛି। ବିଚାରପତି କହିଛନ୍ତି ଯେ, ନାଗରିକମାନେ ସେମାନଙ୍କ ଅଧିକାର ପାଇଁ ସରକାର ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଜଡ଼ିତ ରହିବା ଗୁରୁତ୍ୱପୂର୍ଣ୍ଣ। କୋର୍ଟଗୁଡ଼ିକର ମଧ୍ୟ ଏହି ପ୍ରକ୍ରିୟାରେ ଗୁରୁତ୍ୱ ରହିଛି। କିନ୍ତୁ କୋର୍ଟ ଗୋଟିଏ ସ୍ଥାନ ନୁହେଁ ଯେଉଁଠି ଅଧିକାରଗୁଡ଼ିକୁ ଦାବି କରାଯାଇପାରିବ କିମ୍ବା ସୁରକ୍ଷିତ ରଖାଯାଇପାରିବ। ବିଶେଷ କରି ସୁପ୍ରିମକୋର୍ଟ ହେଉଛି ଏକମାତ୍ର ଅଙ୍ଗ ଯାହା ସହ ଅଧିକାରକୁ ନେଇ ନାଗରିକମାନେ ଜଡ଼ିତ ରହୁଛନ୍ତି। ଦେଖିବାକୁ ଗଲେ ଆମେରିକାରେ ସୁପ୍ରିମକୋର୍ଟ ବର୍ଷକୁ କେବଳ ୮୦ଟି ମାମଲା ଶୁଣାଣି ଶେଷ କରୁଛି। କିନ୍ତୁ ଭାରତରେ ସୁପ୍ରିମକୋର୍ଟରେ ୭୦,୦୦୦ ମାମଲା ବିଚାର ପଡ଼ିରହିଛିି। ଏହା ହିଁ ଦୁଇ ଦେଶର ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ବଡ଼ ପ୍ରଭେଦକୁ ସୂଚିତ କରୁଛି, ଯଦିଓ ଅନେକ କ୍ଷେତ୍ରରେ ଆମେରିକା ନ୍ୟାୟିକ ବ୍ୟବସ୍ଥା ସହ ଆମର ସାମଞ୍ଜସ୍ୟ ରହିଛି। ୧୯୪୯ରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଭାରତରେ ଗଠିତ ସୁପ୍ରିମ୍‌କୋର୍ଟରେ ୮ରୁ ଅଧିକ ବିଚାରପତି ରହିବେ ନାହିଁ (ଅନୁଚ୍ଛେଦ ୧୨୪)। ହେଲେ ଭାରତରେ ଏବେ ୩୦ ଜଣ ବିଚାରପତି ଥିବାବେଳେ ଆମେରିକାରେ ଅଛନ୍ତି ୯ ଜଣ। ଆମେରିକା କୋର୍ଟ ଏକାଠି ମାମଲାଗୁଡ଼ିକର ବିଚାର କରିଥାଆନ୍ତି। କିନ୍ତୁ ଭାରତର ସୁପ୍ରିମକୋର୍ଟ ଅନେକ ଛୋଟ ଛୋଟ ବେଞ୍ଚ୍‌ ଜାମିନଠାରୁ ଆରମ୍ଭ କରି ଜମିଜମା ବିବାଦୀୟ ମାମଲାର ଶୁଣାଣିି କରୁଛନ୍ତି। ଏଣୁ ଆମ ନ୍ୟାୟିକ ବ୍ୟବସ୍ଥା ଯେଉଁ ଭାବେ ଗଠିତ ହୋଇଥିଲା ତାହା ଏବେ ଭିନ୍ନ ପ୍ରକାରେ ପ୍ରକାଶ ପାଇଆସୁଛି।
ଏବେ ବିଚାରପତି କ’ଣ କହିଥିଲେ ତା’ ପ୍ରତି ଦୃଷ୍ଟି ଦେବା। ଭାରତରେ ନ୍ୟାୟିକ ବ୍ୟବସ୍ଥା ନାଗରିକ କାର୍ଯ୍ୟକଳାପ ସହ ଅଧିକ ଜଡ଼ିତ ରହୁଥିବା ସତ୍ତ୍ୱେ, ଅନ୍ତତପକ୍ଷେ ସଂଖ୍ୟା ଦୃଷ୍ଟିରୁ ବର୍ଦ୍ଧିତ ବିବାଦୀୟ ଧାରା ଏବଂ ରାଜନୈତିକ ପ୍ରକ୍ରିୟା ସହ ଏହା ପର୍ଯ୍ୟାପ୍ତ ଭାବେ ଜଡ଼ିତ ହେଉନାହିଁ ବୋଲି ବିଚାରପତିମାନେ ଅନୁଭବ କରିବା ଉଚିତ। ମୋ ମତରେ, ବିଚାରପତିଙ୍କ ସମୀକ୍ଷା ଠିକ୍‌। ପ୍ରଶ୍ନ ହେଉଛି, ଏହା କାହଁିକି ଘଟୁଛି। କୁହାଯାଇପାରେ ଯେ, ଭାରତରେ ସ୍ଥିତି ଅନିୟନ୍ତ୍ରିତ ଓ ବିଘଟନକାରୀ। ଯଦି ସରକାର ଏବଂ ରାଜନୈତିକ ଦଳଗୁଡ଼ିକ ଏହାକୁ ନିୟନ୍ତ୍ରଣ କରି ବିନା ବିଚାର ଓ ଦଣ୍ଡରେ ଲୋକଙ୍କ ଘର ଭାଙ୍ଗିବାକୁ ଚାହଁୁଛନ୍ତି, ତେବେ ସେମାନେ କେଉଁଠିକୁ ଯିବେ? କାର୍ଯ୍ୟପାଳିକାକୁ ଯାଇପାରନ୍ତି ସେମାନେ, କିନ୍ତୁ ତାହା ହିଂସାର ମୂଳ କାରଣ। ସେମାନେ ମଧ୍ୟ ବିଧି ବ୍ୟବସ୍ଥାକୁ ଯାଇପାରନ୍ତି। ଅର୍ଥାତ୍‌ ବିରୋଧୀଙ୍କ ସହ ମିଶି ସରକାରଙ୍କୁ ଏହାର କାରଣ ଜଣାଇବା ଲାଗି କହିପାରନ୍ତି। ଏହା ଏବେ ଭାରତରେ ହେଉ ନାହିଁ କି? ନିର୍ଦ୍ଦିଷ୍ଟ ଭାବେ ନାଗରିକ, ସିଭିଲ ସୋସାଇଟି ଗ୍ରୁପ, ଆକ୍ଟିଭିଷ୍ଟ ଯେଉଁମାନେ କୋର୍ଟ ଯାଉଛନ୍ତି ସେମାନେ ସରକାରଙ୍କ ସହ ନିଶ୍ଚିତ ଭାବେ ଜଡ଼ିତ ରହୁଛନ୍ତି। କିନ୍ତୁ ଦାୟିତ୍ୱରେ ଥିବା ରାଜନୈତିକ ଦଳକୁ ଅତ୍ୟନ୍ତ କ୍ରୂର ଓ ଅନ୍ୟାୟ ବ୍ୟବହାର କରିବାକୁ ପ୍ରେରିତ କରାଗଲେ କ’ଣ କରାଯାଇପାରିବ? ବିଚାରପତି ଜଣଙ୍କ ଏହା ଉପରେ କିଛି ପ୍ରକାଶ ନ କରି କହିଲେ ଯେ, ସୁପ୍ରିମକୋର୍ଟ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକର ସୁରକ୍ଷା କରୁଥିବାବେଳେ ଏହାଠାରୁ ତଳକୁ ଖସି ନିର୍ବାଚିତ ପ୍ରତିନିଧିମାନେ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ। ଏହା କରିବା ଦ୍ୱାରା କେବଳ ସାମ୍ବିଧାନିକ କାର୍ଯ୍ୟରୁ କୋର୍ଟ ଦୂରେଇ ଯାଉନାହିଁ, ବରଂ ଗଣତାନ୍ତ୍ରିକ ସମାଜର ସେବା ବି କରୁନାହିଁ ବୋଲି ବୁଝିବାକୁ ହେବ।
ଏକ ସୁସ୍ଥ ଗଣତନ୍ତ୍ରରେ ନାଗରିକମାନେ ଉତ୍ତମ ବ୍ୟବହାର କରିବାକୁ ସକ୍ଷମ ହେବା ଦରକାର ଏବଂ ବ୍ୟବସ୍ଥାର ସବୁ ଅଙ୍ଗ ସହ ଜଡ଼ିତ ହେବା ଉଚିତ। ତେବେ କୁହାଯାଇପାରେ ଯେ, ନ୍ୟାୟପାଳିକାର ଏକ ପ୍ରାଥମିକ କାର୍ଯ୍ୟ ରହିଛି। ଏହା କାର୍ଯ୍ୟପାଳିକାର ମାତ୍ରାଧିକ କାର୍ଯ୍ୟ ବନ୍ଦ କରିବା ଓ ତାହା ସହ ଏକପାଖିଆ ଏକମତ ନ ହେବା ଦରକାର। ବିଶେଷ କରି ଅଧିକାର ବାହାରେ କାର୍ଯ୍ୟପାଳିକାର ଅତ୍ୟଧିକ କାର୍ଯ୍ୟ ଭାରତର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାର ଆବଶ୍ୟକତା ରହିଛି। ଏବେ ସ୍ଥିତି ଏଭଳି ହୋଇଛି ଯେ, ନାଗରିକତ୍ୱକୁ ନେଇ ମାମଲା ଏବଂ ନିର୍ବାଚନୀ ରାଜନୀତିର ବେନାମୀ ପାଣ୍ଠିଯୋଗାଣ ମାମଲା କୋର୍ଟ ଦ୍ୱାରା ବିଚାର ହୋଇପାରିନାହିଁ। କଶ୍ମୀରରେ ଅଟକ ବା ବନ୍ଦୀ ଥିବା ଲୋକଙ୍କ ଜାମିନ ଲାଗି ଆବେଦନ ମଧ୍ୟ କୋର୍ଟରେ ପଡ଼ିରହିଲା। ସମାଲୋଚକ ଓ ଆକ୍ଟିଭିଷ୍ଟମାନେ ନ୍ୟାୟପାଳିକା ଉପରେ ଏ ପ୍ରକାର ଚାପ ପକାଇଛନ୍ତି ଯେ, ବିଚାରପତି ଜଣଙ୍କୁ ସମ୍ଭବତଃ ପ୍ରତିକ୍ରିୟା ରଖିତ୍ବାକୁ ପଡ଼ିଲା। ଅଧିକାଂଶଙ୍କୁ ଏହା ମନେହେଉଛି ଯେ, ଜଣେ ନିର୍ବିବାଦୀୟ ନେତା ଓ ଗୋଟିଏ ରାଜନୈତିକ ଦଳ ଦ୍ୱାରା ନିୟନ୍ତ୍ରିତ ସରକାରଙ୍କ ଦ୍ୱାରା ଭାରତ ଏକ ଭିନ୍ନ ଦିଗରେ ଯାଉଛି। କିନ୍ତୁ ଭାରତର ସମ୍ବିଧାନ କିମ୍ବା ପରମ୍ପରା ବା ଆଧୁନିକତା ସହ ତାଳଦେଇ ତାହା ସେହି ଦିଗରେ ଯାଉନାହିଁ। ବୈଧାନିକ ଓ କାର୍ଯ୍ୟପାଳିକା ସହ ଦେଶର ଆଉ ଯେଉଁ ଅଙ୍ଗ ରହିଲା ସେସବୁ ଠିକ୍‌ ରହିବା ଦରକାର, ଯେଉଁଠିକୁ ନାଗରିକମାନେ ଯାଇପାରିବେ ଓ ଦେଶର ଅଧିକାରଗୁଡ଼ିକ ଦାବି କରିପାରିବେ। କିନ୍ତୁ ଏହା ନିର୍ବିବାଦୀୟ ହେବା ଦରକାର। ଏହି ଯୁଦ୍ଧର ପ୍ରାଥମିକ ରଣଭୂମି ନ୍ୟାୟିକ ବ୍ୟବସ୍ଥାରେ ରହିବା ଦରକାର, ଯେଉଁଠି ବିଚାରପତିମାନେ ଏକ ଅନିୟନ୍ତ୍ରିତ ଏବଂ କ୍ଷତିକାରକ ଦେଶ ବିରୋଧରେ ନାଗରିକମାନଙ୍କ ପାଇଁ ଠିଆ ହେବେ।

  • ଆକାର ପଟେଲ
  • Email:aakar.patel@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?