‘ଆମ ଭଞ୍ଜ ଆମ ଅସ୍ମିତା’

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା କକ୍ଷରେ ଶନିବାର ସମ୍ଭବ ସାହିତ୍ୟ ପରିବାର ଓ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜ ସାହିତ୍ୟ କୃତୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ଭବ ପତ୍ରିକା ଓ ଆକାଶ ଛାତିରେ ବର୍ଷାର ଛିଟା (ଗଳ୍ପ) ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଘୁମୁସର ମାଟିରେ  ବିଶ୍ୱ ପ୍ରସିଦ୍ଧ  କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ। ତାଙ୍କର ଲେଖା ବହୁ ଉଚ୍ଚକୋଟିର। କିନ୍ତୁ ଏହିଭଳି ଜଣେ  ବିଶ୍ୱପ୍ରସିଦ୍ଧ କବିଙ୍କ କାବ୍ୟ, ଇତିହାସ ବିଗତ ଦିନରେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବ ଥିଲା। ମୁଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଘୁମୁସର ଇତିହାସ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ପ୍ରଚାର ପ୍ରସାର ପାଇଁ ଚେଷ୍ଟା ଚଳାଇଛି। ଆଗାମୀ ଦିନରେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଘୁମୁସରରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବ ବୋଲି ବିଧାୟକ ନାୟକ କହିଥିଲେ।

ଅନୁଷ୍ଠାନର ସଭାପତି ଡ. ଶ୍ୟାମାପ୍ରସାଦ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ଆମ ଭଞ୍ଜ, ଆମ ଅସ୍ମିତା। ବିଶ୍ୱ ଭାରତୀ ଶାନ୍ତିନିକେତନର ସହକାରୀ ପ୍ରଫେସର ଡ. ଶରତ କୁମାର ଜେନା, ଅବସରପ୍ରାପ୍ତ ପ୍ରଫେସର ଡ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଡ. ଶ୍ୟାମା ପ୍ରସାଦ ମିଶ୍ର, ଝାଡ଼ଭୂମି ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ।। ସଭାକୁ କବି ରଞ୍ଜିତ କୁମାର ପ୍ରଧାନ ସଂଯୋଜନା କରିଥିଲେ। ରତ୍ନାକର ସିୟ ମଞ୍ଚ ପରିଚାଳନା କରିଥିଲେ। ସମ୍ଭବ ସାହିତ୍ୟର ସମ୍ପାଦିକା ଡ. ରୋଜାଲିନ ସେନାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଇ. ବିଜୟ ମିଶ୍ର ମୁଖ୍ୟ ଅତିଥି, ବଂଶୀଧର ସେଠୀ, ଡ. ଲକ୍ଷ୍ମୀ ନାରାୟଣ ଦାସ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ. ଦୀପକ କୁମାର ମିଶ୍ର, ପ୍ରଭାତୀ ମଞ୍ଜରୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅନେକ କବି ଯୋଗଦେଇ ନିଜର କବିତା ପାଠ କରିଥିଲେ। ଏଥିରେ ସଭାପତିତ୍ୱ କରିଥିଲେ ରାଜେଶ କୁମାର ପାତ୍ର।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri