ବକେୟା ଜଳକର ଆଦାୟ ପାଇଁ ଓଟିଏସ୍‌

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): କୋର୍ଟ କଚେରିରେ ଥିବା ମାମଲା ଯୋଗୁ ଦୀର୍ଘଦିନ ଧର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ଥିବା ୧୨୧୯କୋଟି ଟଙ୍କାର ବକେୟା ଜଳକର ଆଦାୟ ନିମନ୍ତେ ରାଜ୍ୟ ସରକାର ଓଟିଏସ୍‌ (ୱାନ୍‌ ଟାଇମ୍‌ ସେଟଲମେଣ୍ଟ) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ରାଜ୍ୟର ୨୧ଟି ବୃହତ୍‌ ଶିଳ୍ପ ଓ ୬୪୫ଟି ଶିଳ୍ପ ସଂସ୍ଥା ଉପରେ ପ୍ରାୟ ୧୨୧୯କୋଟି ଟଙ୍କା ଜଳକର ବକେୟା ପଡ଼ିଛି। କୋର୍ଟରେ ମାମଲା ଯୋଗୁ ଏସବୁ ଟଙ୍କା ଆଦାୟ ହୋଇପାରୁ ନ ଥିବାରୁ କୋର୍ଟ ବାହାରେ ଏସବୁର ସମାଧାନ ପାଇଁ ରାଜ୍ୟ ସରକାର ଓଟିଏସ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଧିବଦ୍ଧ ଭାବେ ଜଳସମ୍ପଦ ବିଭାଗକୁ ଆବେଦନ କରି ଏହାର ଫାଇଦା ନେଇପାରିବେ। ସେଥିପାଇଁ ସେମାନଙ୍କୁ କୋର୍ଟରୁ ମାମଲା ପ୍ରତ୍ୟାହାର କରିବା ନେଇ ଲିଖିତ ଭାବେ ଦେବାକୁ ପଡ଼ିବ। ଏହି ଓଟିଏସ୍‌ ବ୍ୟବସ୍ଥା ସ୍ବଳ୍ପ ସମୟ ପାଇଁ ବଳବତ୍ତର ରହିବ।
ମହାନଦୀରେ ଜଗତ୍‌ସିଂହପୁର ଚୌଧୁରୀପଡ଼ା ଓ କେନ୍ଦ୍ରାପଡ଼ା ଜିଲାର ପାଇକା ନଦୀର ତିଖିରିରେ ଜଳ ସଂରକ୍ଷଣ ପାଇଁ ଆନ୍ତଃନଦୀ ଆନିକଟ ନିର୍ମାଣ ହେବ। ଏଥିପାଇଁ ୧୧ ହଜାର ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ନିର୍ମାଣ ପରେ ଠିକାସଂସ୍ଥା ଆଗାମୀ ୫ ବର୍ଷ ଯାଏ ରକ୍ଷଣାବେକ୍ଷଣା କରିବେ। ଫଳରେ ଏହି ଦୁଇ ଜିଲାର ୮୯ଟି ଗାଁର ଲୋକ ପାନୀୟ ଜଳ ଓ ଜଳସେଚନର ସୁବିଧା ପାଇବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। କ୍ୟାବିନେଟ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ଅନୁମୋଦନ କରିଛି। ଗ- ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ। ଏହାଦ୍ୱାର ପରୀକ୍ଷାର୍ଥୀଙ୍କର ସମୟ ଓ ଅର୍ଥ ବ୍ୟୟ କମ୍‌ ହେବା ସହିତ ରାଜ୍ୟ ସରକାରଙ୍କ ବ୍ୟୟଭାର ହ୍ରାସପାଇବ।
ରାଜ୍ୟରେ ସମସ୍ତ ଖଣିଜ ପଦାର୍ଥର ବିକାଶ ଓ ଏହାର ନିୟନ୍ତ୍ରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଲଘୁ ଖଣିଜ ପଦାର୍ଥ (ଓଏମ୍‌ଏମ୍‌ସି) ରୁଲ୍ସ-୨୦୧୬ ସଂଶୋଧନ କରିଛନ୍ତିି। ଏହାକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଦାନ୍ତ ଡାକ୍ତରୀ ସେବା ନିୟମାବଳୀ-୨୦୨୨କୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ୪୩୮ରୁ ୫୮୪କୁ ବୃଦ୍ଧି କରାଯିବ।
ଜଳ ଜୀବନ ମିଶନରେ ରାଜ୍ୟ ସରକାର ଅନୁଗୋଳ ଜିଲାରେ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩୫୭ କୋଟି ୯୨ ଲକ୍ଷ ୧୯୦ ଟଙ୍କାର ଏହି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉକ୍ତ ଜିଲାର ୨ଟି ବ୍ଲକ ଅଧୀନରେ ଥିବା ୨୭୭ ଗ୍ରାମର ୨ ଲକ୍ଷ ୩୨ ହଜାର ୧୮୯ ଜଣଙ୍କୁ ନିରାପଦ ପାନୀୟ ଜଳ ମିଳିପାରିବ।
ଦୁର୍ବିପାକ ପ୍ରବଣ ଓଡ଼ିଶା ପାଇଁ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ଲାଗି ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବେ। ଓସ୍‌ଡମା ମାଧ୍ୟମରେ ଓଡ଼ିଶା ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକାରୀ କରାଯିବ। ଯୋଜନା ଓ ସଂଯୋଜନା ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ବିଶ୍ବ ବ୍ୟାଙ୍କ ଋଣ ସହାୟତାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ପ୍ରକଳ୍ପର ଅବଧି ପାଞ୍ଚ ବର୍ଷ ଥିବା ବେଳେ ୧୧୮୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶା ଅମଲା ସେବା ଅଧସ୍ତନ କର୍ମଚାରୀ ନିଯୁକ୍ତି ନିୟମାବଳୀ ୨୦୧୯ର ସଂଶୋଧନ ହେବ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୧୯ ବର୍ଷର ବକେୟା ଜଳକର ବାବଦରେ ସୁଧକୁ ରାଜ୍ୟ ସରକାର ଛାଡ଼ କରିଛନ୍ତି। ମୋଟ ୨୨୦ କୋଟି ୬୭ ଲକ୍ଷ ଟଙ୍କାର ଜଳକର ବାବଦରେ ସୁଧ ଛାଡ଼ କରାଯାଇଛି।
ଅନ୍ୟ ଯେଉଁ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ସେଥିରେ ବିଶ୍ୱବ୍ୟାଙ୍କ ଋଣ ସହାୟତାରେ ରାଜ୍ୟରେ ‘ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ’ କରାଯିବ। ବିଶେଷକରି ସାମାଜିକ ସୁରକ୍ଷା ପ୍ରଦାନର ପ୍ଲାଟଫର୍ମ, ପରିସଂଖ୍ୟାନ ପ୍ରଣାଳୀର ସୁଦୃଢ଼ୀକରଣ ଓ ଓସ୍‌ଡମା ମାଧ୍ୟମରେ ଭିତ୍ତିଭୂମି ବିକାଶ ପାଇଁ ମୋଟ ୧୧୮୩କୋଟି ଟଙ୍କାର ଋଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିରେ ବିଶ୍ୱବ୍ୟାଙ୍କ ୮୧୬ କୋଟି ଟଙ୍କା ଓ ରାଜ୍ୟ ସରକାର ୩୬୭କୋଟି ଟଙ୍କା ଖର୍ଚ୍ଚ କରିବେ।
ରାଜ୍ୟର ୧୭୯୨ ଅପହଞ୍ଚ ଗ୍ରାମରେ କେନ୍ଦ୍ର ସରକାର ବିଏସ୍‌ଏନ୍‌ଏଲ୍‌ ୪-ଜି ସେବା ଯୋଗାଇ ଦେବେ। ଏଥିପାଇଁ ରାଜ୍ୟ ସରକାର ୧୬୮୭ ସ୍ଥାନରେ ୨ ହଜାର ବର୍ଗଫୁଟ ସରକାରୀ ଜାଗାର ପ୍ରିମିୟମ ଛାଡ କରିଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri