ବକେୟା ଜଳକର ଆଦାୟ ପାଇଁ ଓଟିଏସ୍‌

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): କୋର୍ଟ କଚେରିରେ ଥିବା ମାମଲା ଯୋଗୁ ଦୀର୍ଘଦିନ ଧର ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ଥିବା ୧୨୧୯କୋଟି ଟଙ୍କାର ବକେୟା ଜଳକର ଆଦାୟ ନିମନ୍ତେ ରାଜ୍ୟ ସରକାର ଓଟିଏସ୍‌ (ୱାନ୍‌ ଟାଇମ୍‌ ସେଟଲମେଣ୍ଟ) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ରାଜ୍ୟର ୨୧ଟି ବୃହତ୍‌ ଶିଳ୍ପ ଓ ୬୪୫ଟି ଶିଳ୍ପ ସଂସ୍ଥା ଉପରେ ପ୍ରାୟ ୧୨୧୯କୋଟି ଟଙ୍କା ଜଳକର ବକେୟା ପଡ଼ିଛି। କୋର୍ଟରେ ମାମଲା ଯୋଗୁ ଏସବୁ ଟଙ୍କା ଆଦାୟ ହୋଇପାରୁ ନ ଥିବାରୁ କୋର୍ଟ ବାହାରେ ଏସବୁର ସମାଧାନ ପାଇଁ ରାଜ୍ୟ ସରକାର ଓଟିଏସ୍‌ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଧିବଦ୍ଧ ଭାବେ ଜଳସମ୍ପଦ ବିଭାଗକୁ ଆବେଦନ କରି ଏହାର ଫାଇଦା ନେଇପାରିବେ। ସେଥିପାଇଁ ସେମାନଙ୍କୁ କୋର୍ଟରୁ ମାମଲା ପ୍ରତ୍ୟାହାର କରିବା ନେଇ ଲିଖିତ ଭାବେ ଦେବାକୁ ପଡ଼ିବ। ଏହି ଓଟିଏସ୍‌ ବ୍ୟବସ୍ଥା ସ୍ବଳ୍ପ ସମୟ ପାଇଁ ବଳବତ୍ତର ରହିବ।
ମହାନଦୀରେ ଜଗତ୍‌ସିଂହପୁର ଚୌଧୁରୀପଡ଼ା ଓ କେନ୍ଦ୍ରାପଡ଼ା ଜିଲାର ପାଇକା ନଦୀର ତିଖିରିରେ ଜଳ ସଂରକ୍ଷଣ ପାଇଁ ଆନ୍ତଃନଦୀ ଆନିକଟ ନିର୍ମାଣ ହେବ। ଏଥିପାଇଁ ୧୧ ହଜାର ୭ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ନିର୍ମାଣ ପରେ ଠିକାସଂସ୍ଥା ଆଗାମୀ ୫ ବର୍ଷ ଯାଏ ରକ୍ଷଣାବେକ୍ଷଣା କରିବେ। ଫଳରେ ଏହି ଦୁଇ ଜିଲାର ୮୯ଟି ଗାଁର ଲୋକ ପାନୀୟ ଜଳ ଓ ଜଳସେଚନର ସୁବିଧା ପାଇବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। କ୍ୟାବିନେଟ ସ୍ବତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨କୁ ଅନୁମୋଦନ କରିଛି। ଗ- ବର୍ଗ ଅନ୍ତର୍ଗତ ସ୍ବତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ। ଏହାଦ୍ୱାର ପରୀକ୍ଷାର୍ଥୀଙ୍କର ସମୟ ଓ ଅର୍ଥ ବ୍ୟୟ କମ୍‌ ହେବା ସହିତ ରାଜ୍ୟ ସରକାରଙ୍କ ବ୍ୟୟଭାର ହ୍ରାସପାଇବ।
ରାଜ୍ୟରେ ସମସ୍ତ ଖଣିଜ ପଦାର୍ଥର ବିକାଶ ଓ ଏହାର ନିୟନ୍ତ୍ରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଲଘୁ ଖଣିଜ ପଦାର୍ଥ (ଓଏମ୍‌ଏମ୍‌ସି) ରୁଲ୍ସ-୨୦୧୬ ସଂଶୋଧନ କରିଛନ୍ତିି। ଏହାକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟ କ୍ୟାବିନେଟ ଓଡ଼ିଶା ଦାନ୍ତ ଡାକ୍ତରୀ ସେବା ନିୟମାବଳୀ-୨୦୨୨କୁ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ୪୩୮ରୁ ୫୮୪କୁ ବୃଦ୍ଧି କରାଯିବ।
ଜଳ ଜୀବନ ମିଶନରେ ରାଜ୍ୟ ସରକାର ଅନୁଗୋଳ ଜିଲାରେ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩୫୭ କୋଟି ୯୨ ଲକ୍ଷ ୧୯୦ ଟଙ୍କାର ଏହି ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉକ୍ତ ଜିଲାର ୨ଟି ବ୍ଲକ ଅଧୀନରେ ଥିବା ୨୭୭ ଗ୍ରାମର ୨ ଲକ୍ଷ ୩୨ ହଜାର ୧୮୯ ଜଣଙ୍କୁ ନିରାପଦ ପାନୀୟ ଜଳ ମିଳିପାରିବ।
ଦୁର୍ବିପାକ ପ୍ରବଣ ଓଡ଼ିଶା ପାଇଁ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ବିକାଶ ଲାଗି ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବେ। ଓସ୍‌ଡମା ମାଧ୍ୟମରେ ଓଡ଼ିଶା ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକାରୀ କରାଯିବ। ଯୋଜନା ଓ ସଂଯୋଜନା ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ବିଶ୍ବ ବ୍ୟାଙ୍କ ଋଣ ସହାୟତାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବ। ପ୍ରକଳ୍ପର ଅବଧି ପାଞ୍ଚ ବର୍ଷ ଥିବା ବେଳେ ୧୧୮୩ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶା ଅମଲା ସେବା ଅଧସ୍ତନ କର୍ମଚାରୀ ନିଯୁକ୍ତି ନିୟମାବଳୀ ୨୦୧୯ର ସଂଶୋଧନ ହେବ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୧୯ ବର୍ଷର ବକେୟା ଜଳକର ବାବଦରେ ସୁଧକୁ ରାଜ୍ୟ ସରକାର ଛାଡ଼ କରିଛନ୍ତି। ମୋଟ ୨୨୦ କୋଟି ୬୭ ଲକ୍ଷ ଟଙ୍କାର ଜଳକର ବାବଦରେ ସୁଧ ଛାଡ଼ କରାଯାଇଛି।
ଅନ୍ୟ ଯେଉଁ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ସେଥିରେ ବିଶ୍ୱବ୍ୟାଙ୍କ ଋଣ ସହାୟତାରେ ରାଜ୍ୟରେ ‘ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ’ କରାଯିବ। ବିଶେଷକରି ସାମାଜିକ ସୁରକ୍ଷା ପ୍ରଦାନର ପ୍ଲାଟଫର୍ମ, ପରିସଂଖ୍ୟାନ ପ୍ରଣାଳୀର ସୁଦୃଢ଼ୀକରଣ ଓ ଓସ୍‌ଡମା ମାଧ୍ୟମରେ ଭିତ୍ତିଭୂମି ବିକାଶ ପାଇଁ ମୋଟ ୧୧୮୩କୋଟି ଟଙ୍କାର ଋଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିରେ ବିଶ୍ୱବ୍ୟାଙ୍କ ୮୧୬ କୋଟି ଟଙ୍କା ଓ ରାଜ୍ୟ ସରକାର ୩୬୭କୋଟି ଟଙ୍କା ଖର୍ଚ୍ଚ କରିବେ।
ରାଜ୍ୟର ୧୭୯୨ ଅପହଞ୍ଚ ଗ୍ରାମରେ କେନ୍ଦ୍ର ସରକାର ବିଏସ୍‌ଏନ୍‌ଏଲ୍‌ ୪-ଜି ସେବା ଯୋଗାଇ ଦେବେ। ଏଥିପାଇଁ ରାଜ୍ୟ ସରକାର ୧୬୮୭ ସ୍ଥାନରେ ୨ ହଜାର ବର୍ଗଫୁଟ ସରକାରୀ ଜାଗାର ପ୍ରିମିୟମ ଛାଡ କରିଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?