ପ୍ଲେବୟର ଫ୍ରଣ୍ଟ କଭରରେ ଫ୍ରାନ୍ସ ମନ୍ତ୍ରୀଙ୍କ ଫଟୋ, ପୂର୍ବରୁ ବି ରହି ସାରିଛନ୍ତି ବିବାଦରେ

ପ୍ୟାରିସ,୩।୪: ଫ୍ରାନ୍ସ ସରକାରଙ୍କର ଜଣେ ମହିଳା ମନ୍ତ୍ରୀ ପ୍ଲେବୟ ପତ୍ରିକାର କଭରରେ ପୋଷାକ ପିନ୍ଧି ଦେଖାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଏବେ ସେ ଏହାକୁ ନେଇ ସଫେଇ ଦେଉଛନ୍ତି।
ମାର୍ଲିନ ସିୟାପ୍ପା ଜଣେ ୪୦ ବର୍ଷୀୟା ନାରୀବାଦି ଲେଖିକା ପୂର୍ବରୁ ବି ବିବାଦରେ ରହି ଆସିଛନ୍ତି। ସେ ଦକ୍ଷିଣପନ୍ଥିଙ୍କୁ ଅନେକଥର ନାରାଜ କରିଦେଇଛନ୍ତି। ଏମିତିକି ପ୍ରଧାନମନ୍ତ୍ରୀ ଓ ବାମପନ୍ଥୀ ଆଲୋଚକମାନେ କୁହନ୍ତି, ସେ ପ୍ଲେବୟ ଫ୍ରଣ୍ଟ କଭର ପାଇଁ ପୋଜ ଦେଇ ଭୁଲ କରିଛନ୍ତି।

ଏହା ଉପରେ ସଫେଇ ଦେଇ ସିୟପ୍ପା କହିଛନ୍ତି ଫ୍ରାନ୍ସର ମହିଳା ସ୍ବତନ୍ତ୍ର। ସେମାନେ କିଛି ବି କରିପାରନ୍ତି। ତାଙ୍କର ଏଭଳି ବୟାନ ସରକାରଙ୍କ କେତେଜଣ ସହଯୋଗୀଙ୍କୁ ଅସନ୍ତୁଷ୍ଟ କରିଦେଇଛି, ଯେଉଁମାନେ ଅବସର ବୟସ ସୀମାକୁ ଦୁଇ ବର୍ଷ ବଢାଇବାର ଯୋଜନା ବିରୋଧରେ ପ୍ରଦର୍ଶନ ଓ ହିଂସା ପ୍ରଦର୍ଶନ ମଧ୍ୟରେ ଗତି କରୁଥିଲେ। ଏକ ଗ୍ଲାମର ପତ୍ରିକା ପାଇଁ ଡିଜାଇନର କପଡା ପିନ୍ଧିଥିବା ସିୟାପ୍ପାଙ୍କ ବିଚାରକୁ ଅନେକେ ଭୁଲ ବାର୍ତ୍ତା ଦେଉଥିବା କହିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଯେତେବେଳେ ସେ ଏସମ୍ପର୍କରେ ପ୍ରଥମେ ଶୁଣିଲେ ତାଙ୍କୁ ଏପ୍ରିଲ ଫୁଲର ଜୋକ୍ସ ଭଳି ଲାଗିଲା।
ସମ୍ପାଦକ ଜିନ କ୍ରିଷ୍ଟୋଫ ଫ୍ଲୋରେଣ୍ଟିନ ଏଏଫପିକୁ କହିଛନ୍ତି କି ପ୍ଲେବୟ କୌଣସି ସପ୍ଟ ପର୍ନ ମାଗାଜିନ ନୁହେଁ। ବରଂ ଏହା ୩୦୦ ପୃଷ୍ଠାର ଏକ ତ୍ରୟମାସିକ ’ମୁକ’(ଏକ ପୁସ୍ତକ ଓ ଏକ ପତ୍ରିକାର ମିଶ୍ରଣ), ଯାହା ବୌଦ୍ଧିକ ଓ ଚଳନିୟ। ସେ କହିଛନ୍ତି ଏବେବି କିଛି ବିନା କପଡାରେ ଥିବା ମହିଳାଙ୍କ ଫଟୋ ରହିଛି, ହେଲେ ଅଧିକାଂଶ ପୃଷ୍ଠାରେ ଏହା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

ଇରାନକୁ ସହାୟତା କରୁଛି ରୁଷିଆ! ଜେଲେନସ୍କିଙ୍କ ଦାବି ଉପରେ ଟ୍ରମ୍ପଙ୍କ ବଡ଼ ବୟାନ

ଓ୍ବାଶିିଂଟନ,୨୮।୭: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦ୍ୱାରା କରାଯାଇଥିବା ଏକ ଦାବିର ଜବାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲେନସ୍କି କହିଥିଲେ ଯେ ରୁଷିଆ ଆମେରିକା…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri