ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ: ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଦେବଗଡ଼,୧୫।୪: ଦେବଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଓଟିଇଟି (ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ) ପରୀକ୍ଷା ବେଳେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର କେନ୍ଦ୍ର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) କୁମୁଦ ବନ୍ଧୁ ପୃଷ୍ଟିଙ୍କୁ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରିଛନ୍ତି। ମୋବାଇଲରେ ପ୍ରଶ୍ନପତ୍ରର ଚିତ୍ର ଉତ୍ତୋଳନ କରିଥିବା ପରୀକ୍ଷାର୍ଥତ୍ନୀ ରଜନୀ ବେହେରାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସମ୍ବଲପୁର ଜିଲାପାଳ ତଥା ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ସମ୍ବଲପୁର ଜିଲା ନାକଟିଦେଉଳ ୟୁଜିୟୁପି ସ୍କୁଲର କନିଷ୍ଠ ଶିକ୍ଷୟିତ୍ରୀ ପଦବୀରୁ ବହିଷ୍କୃତ କରିବା ସହ ଲଗାତର ୩ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲେ। ଅନୁରୂପ ଭାବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷା ଅଧିକାରୀ ବେହେରା ଗତ ୧୨ ତାରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଗେଟ୍‌ ଚେକିଂ ଓ ଇନ୍‌ଭିଜିଲେଟର ଦାୟିତ୍ୱରେ ଥିବା ଶିକ୍ଷକ ସୁଶାନ୍ତ କୁମାର ରାୟ, ବିଶ୍ୱନାଥ କିଷାନ ଓ ଶିକ୍ଷୟିତ୍ରୀ (ରିଲିଭର) ରଞ୍ଜିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର...

ପାଣି ପାଇଁ ଗଣଧାରଣା

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ନିକଟରେ ପ୍ରତିଷ୍ଠିତ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟ ପାର୍ଶ୍ୱବର୍ତ୍ତୀ ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ବାରମ୍ବାର...

‘ଡ. ବିଧାନଚନ୍ଦ୍ର ପରପିଢ଼ି ପାଇଁ ଆଦର୍ଶ’

ଢେଙ୍କାନାଳ ଅଫିସ, ୨୨।୧ଡ. ବିଧାନ ଚନ୍ଦ୍ର ମିଶ୍ର ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଜଣେ ସୁସଙ୍ଗଠକ, ଶିକ୍ଷାବିତ୍‌, ସାହିତି୍ୟକ, ଆଇନଜୀବୀ ଭାବେ ବିଭିନ୍ନ ବିଭାଗରେ ତାଙ୍କର...

ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ...

ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର...

ଚିନ୍ତା ବଢ଼ାଉଛି ଔଷଧ ପାର୍ଶ୍ୱ ପ୍ରତିକ୍ରିୟା

କଟକ ଅଫିସ,୪ା୧୨:କେତେକ ଔଷଧ ଜୀବନ ନେଉଛି। ଆଉ କେତେକ ଔଷଧ ଖାଇବା ପରେ ରୋଗୀ ଗୁରୁତର ହୋଇପଡ଼ୁଛନ୍ତି। ବିଶେଷକରି କାହାର ହୃଦ୍‌ଘାତ ହେଉଛି ତ କାହାର...

ମହିଳାଙ୍କୁ ରୋଜଗାର ଦେଇଛି ସବାଇଘାସ

ବାରିପଦା ଅଫିସ,୨୬ା୭(ରଞ୍ଜନ କୁମାର ପ୍ରଧାନ): ସବାଇ ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡ଼ି,ପାଛିଆ, ବ୍ୟାଗ୍‌ ସହିତ...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୪.୮୩ ଲକ୍ଷ

ଶେରଗଡ଼,୨୮ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ଶିକ୍ଷକମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ଫଣ୍ଡକୁ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୪ଲକ୍ଷ ୮୩ହଜାର ୪୪୧ଟଙ୍କା ସୋମବାର...

Advertisement
Archives

Model This Week