Posted inଖେଳ

ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ଫାଇନାଲରେ କ୍ରିଷ୍ଣା- ବିଷ୍ଣୁ, ସାଇନା ଆଉଟ୍‌

ପ୍ୟାରିସ୍‌,୨୮।୩(ପି.ଟି.): ଏଠାରେ ଚାଲିଥିବା ଓରଲେନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଭାରତୀୟ ଯୋଡି କ୍ରିଷ୍ଣା ପ୍ରସାଦ ଗାରାଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ପାଞ୍ଜାଲା ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତର ଟାଇଟଲ ଆଶା ଉଜ୍ଜୀବିତ ରହିଛି।
ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ସେମିରେ ଡେନମାର୍କର ଲାଇନ୍‌ କ୍ରିଷ୍ଟୋଫେର୍ସେନଙ୍କଠାରୁ ୧୭- ୨୧, ୧୭ -୨୧ରେ ମାତ୍ର ୨୮ ମିନିଟ୍‌ରେ ପରାସ୍ତ ହୋଇଥିଲେ। ଅନ୍ୟପଟେ ମହିଳା ଡବଲ୍ସ ଯୋଡି ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକ୍କି ରେଡ୍ଡୀ ସେମିରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହି ଭାରତୀୟ ମହିଳା ଯୋଡି ୧୮- ୧୨, ୯- ୨୧ରେ ଟପ୍‌ ସିଡ୍‌ ଥାଇଲାଣ୍ଡ ଯୋଡି ଜଙ୍ଗ୍‌କୋଲଫାନ କିଟିଥାରାକୁଲ ଓ ରାଓ୍ବିଣ୍ଡା ପ୍ରଜୋଙ୍ଗଜାଇଙ୍କଠାରୁ ପରାସ୍ତ ହୋଇଛନ୍ତି।
ତେବେ କ୍ରିଷ୍ଣା ଓ ବିଷ୍ଣୁ ୨୧-୧୭, ୨୧-୧୭ରେ ପୁରୁଷ ଡବଲ୍ସ ସେମିଫାଇନାଲରେ ଇଂଲଣ୍ଡ ଯୋଡି କାଲମ ହେମିଂ ଓ ଷ୍ଟିଭେନ ଷ୍ଟାଲୁଡଙ୍କୁ ମାତ୍ର ୩୫ ମିନିଟ୍‌ରେ ପରାସ୍ତ କରି ପ୍ରଥମଥର ପାଇଁ ଫାଇନାଲକୁ ଉଠିଛନ୍ତି ଓ ଭାରତର ଟାଇଟଲ ଆଶା ଉଜ୍ଜୀବିତ ରଖିଛନ୍ତି। ପ୍ରଥମଥର ପାଇଁ ଏହି ଯୋଡି ଏକାଠି ହୋଇ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏବେ ଫାଇନାଲରେ ଏହି ଯୋଡି ଇଣ୍ଡୋନେସିଆର ସବର କରିୟାମାନ ଗୁଟାମା ଓ ମୋ ରେଜା ପହଲେଭି ଇସ୍‌ଫାନି କିମ୍ବା ଚତୁର୍ଥ ସିଡ୍‌ ଇଂଲଣ୍ଡ ଯୋଡି ବେନ ଲେନ୍‌ ଓ ସିନ ଭେଣ୍ଡିଙ୍କୁ ରବିବାର ଫାଇନାଲରେ ଭେଟିବେ। ୨୧ ବର୍ଷୀୟ କ୍ରିଷ୍ଣା ଭାରତର ଏକନମ୍ବର ଡବଲ୍ସ ଖେଳାଳି ରହିଛନ୍ତି। ଜୁନିୟରସ୍ତରରେ ସେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀଙ୍କ ସହ ଡବଲ୍ସ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri