ମହାକାଶ ଯିବ ଓଡ଼ିଆ ଛାତ୍ରଙ୍କ ପ୍ରକଳ୍ପ

ସୁନାବେଡ଼ା ,୨୦ା୬(ସ୍ବ.ପ୍ର.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତା ୨୪ ତାରିଖରେ ଏସ୍‌ଆର୍‌-୭ ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଉକ୍ତ ମିଶନରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶକୁ ନେଇ ପ୍ରସ୍ତୁତ ଏକ ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ୭ଜଣ ଛାତୀଛାତ୍ର ଭୁବନେଶ୍ୱରସ୍ଥିତ ୟଙ୍ଗ୍‌ ଟିଙ୍କର ଏକାଡେମୀରେ ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ମଧ୍ୟରେ କୋରାପୁଟ ଜିଲା ସୁନାବେଡ଼ା ପବ୍ଲିକ ସ୍କୁଲର ଛାତ୍ର ଆରିୟନ ପଟ୍ଟନାୟକ ସାମିଲ ହୋଇଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ପ୍ରକଳ୍ପରେ ସାମିଲ ହୋଇଥିବା ଅନ୍ୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ କଳାହାଣ୍ଡିର ସାତ୍ୱିକ ପରାସର ବେହେରା, ବରଗଡ଼ର ଏମ୍‌.ସାଇକ୍ରିଷ୍ଣା ଏବଂ ଭୁବନେଶ୍ୱରର ଋଷଭ ମିଶ୍ର, ଦ୍ୱୀପାୟନ ଜେନା ,ଶିବମ ସୁନ୍ଦର ମହାକୁଡ଼, ଶ୍ରୀୟା ସାହୁ ସାମିଲ ଥିଲେ। ଆମେରିକାର ନାସା ପକ୍ଷରୁ ଅନୁଷ୍ଠିତ ପ୍ରକଳ୍ପ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ଏହି ପ୍ରକଳ୍ପ ମନୋନୀତ ହୋଇଥିଲା। ପ୍ରତିଯୋଗିତାରେ ବିଶ୍ୱର ୭୩ଟି ଦେଶର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଆମେରିକାର ନାସା ମାଧ୍ୟମରେ ସେମାନଙ୍କ ପ୍ରକଳ୍ପ ମହାକାଶ ଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଖବର ପାଇ ଛାତ୍ରୀଛାତ୍ରମାନେ ଖୁସି ପ୍ରକାଶ କରିଛନ୍ତି। ତେବେ କୋଭିଡ୍‌ କଟକଣା ଯୋଗୁ ସେମାନେ ନାସା ପରିଦର୍ଶନରେ ଯାଇପାରିନାହାନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଭର୍ଚୁଆଲ ମିଟ୍‌ରେ ସେମାନଙ୍କୁ ଯୋଗଦେବାକୁ ଭୁବନେଶ୍ୱରସ୍ଥିତ ଏକାଡେମୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?