ଓଡ଼ିଆକୁ ପୋଲିସର ଅଣଦେଖା

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ହେବ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ନିମନ୍ତେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ-୨୦୧୮ ଗୃହୀତ ହୋଇଛି। ହେଲେ ଉକ୍ତ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରତିବାଦ କିମ୍ବା କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଅନେକ ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷାର ବ୍ୟବହାର କରାଯାଉଛି। ଖୋଦ୍‌ ରାଜଧାନୀରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳୁଛି। କମିଶନରେଟ ପୋଲିସର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଜନସାଧାରଣଙ୍କୁ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦିଆଯାଉଛି। ହେଲେ ଏହି ବାର୍ତ୍ତା ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷାରେ ଦିଆଯାଉଛି। ହିନ୍ଦୀ ଭାଷା ଓଡ଼ିଶାବାସୀଙ୍କ ପାଇଁ କେତଦୂର ଗ୍ରହଣୀୟ, ତାହାକୁ ତର୍ଜମା କରିବାର ଅଛି। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ବୁଦ୍ଧିଜୀବୀ ଓ ଜନସାଧାରଣ ଭିନ୍ନ ପ୍ରତିକ୍ରିୟା ଦେବା ସହ ଏଥିରେ ସୁଧାର ଦାବି କରିଛନ୍ତି।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ରାଜଧାନୀରେ ସମନ୍ବିତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ବା ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମ୍‌ଏସ୍‌) ସହରର ପ୍ରମୁଖ ୩୦ଟି ଛକରେ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଯାହାକି ଦ୍ରୁତ ଓ ବିପରୀତ ଦିଗରେ ଗାଡ଼ିଚାଳନା ଏବଂ ଟ୍ରାଫିକ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହି ବ୍ୟବସ୍ଥା ଦ୍ୱାରା ଉଲ୍ଲଂଘନକାରୀଙ୍କ ନିକଟକୁ ତୁରନ୍ତ ମୋବାଇଲ ନମ୍ବର କିମ୍ବା ଗାଡ଼ି ମାଲିକଙ୍କ ଠିକଣାରେ ଜରିମାନା ନୋଟିସ ପଠାଯାଇପାରିବ। ଅଧିକାଂଶ ଲୋକ ଏହି ବ୍ୟବସ୍ଥା ସମ୍ପର୍କରେ ସଚେତନ ହୋଇନାହାନ୍ତି। ଫଳରେ ସେମାନେ ବହୁ ଜରିମାନା ଦେବାର ଶିକାର ହେବେ। ତେଣୁ ଏହି ବ୍ୟବସ୍ଥାକୁ କାର୍ଯ୍ୟକରୀ କରାଯିବା ପୂର୍ବରୁ ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ହେଲେ ଏହି ସଚେତନତା ବାର୍ତ୍ତା ଓଡ଼ିଆରେ ଦେବା ପରିବର୍ତ୍ତେ ହିନ୍ଦୀରେ ଦିଆଯାଉଛି, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।
ରାଜଧାନୀରେ ଏକ ଆଇଟି ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରିୟଙ୍କା ବାରିକ କହିଛନ୍ତି, ଯଦି ଏପରି ହିନ୍ଦୀ ଭାଷାରେ ସଚେତନତା କାର୍ଯ୍ୟକ୍ରମ କରାଯିବ, ତେବେ ଆମେ ଆମ ଭାଷା ଠାରୁ ଦୁରେଇ ଯିବା। ଏହା ଆମ ମାତୃଭୂମିର ଭାଷା ପ୍ରତି ଅପମାନ ହେଉଛି। ଜନସାଧାରଣ ଏପରି ହିନ୍ଦୀ ସଚେତନତା ବାର୍ତ୍ତାରେ ଅଭ୍ୟସ୍ତ ହେଲେ ଆଗାମୀ ପିଢ଼ି ଉପରେ ଏହାର ପ୍ରଭାବ ପଡ଼ିବା ସହ ଆମ ଭାଷା ପ୍ରତି ବିପଦ ବଢୁଛି।
ସେହିପରି ନୟାପଲ୍ଲୀ ଅଞ୍ଚଳର ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ଦାସ କହିଛନ୍ତି, ହିନ୍ଦୀରେ ସଚେତନତାକୁ ଅନେକ ଲୋକ ସହଜରେ ଗ୍ରହଣ କରିପାରିବେ ନାହିଁ। କାରଣ ଅଧିକାଂଶ ଲୋକେ ହିନ୍ଦୀ ବୁଝନ୍ତି ନାହିଁ। ତେଣୁ ଏଠାରେ ଓଡ଼ିଆରେ ସଚେତନ କରାଗଲେ ଅଧିକ ଫଳପ୍ରଦ ହେବା ସହ ଆମ ଭାଷାର ମାନ ବଢ଼ିବ।
ସ୍ତମ୍ଭକାର ଜାନକିସ୍‌ ବଡ଼ପଣ୍ଡା କହିଛନ୍ତି, ଓଡିଶା ସରକାର ଓଡ଼ିଆରେ ଶାସନ କରିବା ପାଇଁ ଆଇନ ପ୍ରଣୟନ କରିଛନ୍ତି। ଉକ୍ତ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହାକୁ ଲାଗୁ କରାଯାଉ ନାହିଁ। ବଡ଼ ଦୁର୍ଭାଗ୍ୟର କଥା ବିଭିନ୍ନ ସରକାରୀ ବିଭାଗ ଏହାକୁ ଅମାନ୍ୟ କରୁଛନ୍ତି। ଆମେ ଓଡ଼ିଆମାନେ ଯେହେତୁ ଏହାର ପ୍ରତିବାଦ କରୁଜ୍‌ନାହୁଁ, ସେଥିପାଇଁ ନିୟମ ଉଲ୍ଲଂଘନକାରୀମାନେ ଏଭଳି କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ଆଗେଇ ନେବା ପାଇଁ ସାହାସ ପାଉଛନ୍ତି।

 

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପିଏଚ୍‌.ଡି. ପାଇଁ ଏନ୍‌ଇଟି ସ୍କୋର

ଭୁବନେଶ୍ୱର, ୨୯ା୩(ଅସମାପିକା ସାହୁ):ଏଣିକି ପିଏଚ୍‌.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ବା ଏନ୍‌ଇଟି ସ୍କୋର୍‌ ଆବଶ୍ୟକ ହେବ। ଆଶାୟୀ ଛାତ୍ରୀଛାତ୍ର ଏନ୍‌ଇଟି ପରୀକ୍ଷାରେ ରଖିଥିବା...

ଭାଜପା ଛାଡ଼ିଲେ ପ୍ରକାଶ ବେହେରା

ଭୁବନେଶ୍ୱର,୨୯ା୩: ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଭାଜପା ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri