ହାଇକୋର୍ଟ ଗଲେ ଅଙ୍ଗନଓ୍ବାଡି କର୍ମୀ: ବର୍ଦ୍ଧିତ ଦରମା, ଅବସର ସୁବିଧା ପାଇଁ ଆବେଦନ

କଟକ,୨ା୨ (କାର୍ତ୍ତିକ ସାହୁ): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଅନ୍ୟ ରାଜ୍ୟ ଭଳି ବର୍ଦ୍ଧିତ ଦରମା, ଚାକିରି ଭତ୍ତା, ଅବସରକାଳୀନ ସୁବିଧା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ। ଏନେଇ କେତେଜଣ ଅଙ୍ଗନଓ୍ବାଡି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଆବେଦନକୁ ବିଚାର କରି ସରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଅଙ୍ଗନଓ୍ବାଡି କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ ହେଉଛି। ଅଙ୍ଗନଓ୍ବାଡି କର୍ମୀମାନେ ପ୍ରାଥମିକ ସ୍ତରରେ ରହି ସ୍ଥାନୀୟ ପ୍ରଶାସନ ପାଇଁ ସରକାରୀ ଯୋଜନାଗୁଡ଼ିକର ରୂପାୟନ ନିମନ୍ତେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ପ୍ରାଥମିକ କାର୍ଯ୍ୟ ୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶିକ୍ଷାଦାନ, ସ୍ବାସ୍ଥ୍ୟ ପରୀକ୍ଷା, ଟିକାକରଣ, ଖାଦ୍ୟ ପୋଷଣ ସହ ଲୋକମାନଙ୍କୁ ପରିବାର ନିୟୋଜନ ଓ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଶିକ୍ଷା ପ୍ରଦାନ କରିବା। ସେମାନେ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ସହିତ ସରକାରଙ୍କର ସମସ୍ତ ପ୍ରାଥମିକ ସ୍ତରୀୟ କାର୍ଯ୍ୟ ସମାପନ କରୁଛନ୍ତି। ଏପରି କି ଜନଗଣନା, ଭୋଟର ତାଲିକା, ରାଶନ କାର୍ଡ ପ୍ରସ୍ତୁତି ଏବଂ ଜାତିଭିତ୍ତିକ ଗଣନାରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ କମିଟିରେ ମଧ୍ୟ ସେମାନେ ସଦସ୍ୟ ରହି ଗ୍ରାମ୍ୟ ପରିମଳ ସଫା ଓ ପ୍ରଦୂଷଣମୁକ୍ତ ରଖିବାରେ ସହାୟକ ହେଉଛନ୍ତି। ଏଡ୍‌ସ, ମ୍ୟାଲେରିଆ, ଡେଙ୍ଗୁ, ପଲ୍‌ସ ପୋଲିଓ, ଟିବି ଆଦି ରୋଗ ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏତେ କାର୍ଯ୍ୟ କରିବା ପରେ ବି ସେମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନାହିଁ। ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କୁ ୩୪୫ ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ୪୩୫ ଟଙ୍କା ଦୈନିକ ମଜୁରି ଦେବାକୁ ସ୍ଥିର ହୋଇଥିବାବେଳେ ସେମାନଙ୍କ ମାସିକ ରୋଜଗାର ଯଥାକ୍ରମେ ୧୦ ହଜାର ୩୫୦ ଟଙ୍କା ଓ ୧୩ ହଜାର ୫୦ ଟଙ୍କାରୁ ଅଧିକ ରହୁଛି। ହେଲେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମାସିକ ଦରମା ୭,୫୦୦ ଟଙ୍କା ଓ ଉପକେନ୍ଦ୍ର ପାଇଁ ୪,୫୦୦ ଟଙ୍କା ଦିଆଯାଉଛି। ନିଯୁକ୍ତି ପାଇଁ ସେମାନଙ୍କ ଯୋଗ୍ୟତା ସର୍ବନିମ୍ନ ସ୍ନାତକ ରହିଥିବାବେଳେ ଚୟନ ପ୍ରକ୍ରିୟାରେ ସେମାନଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡୁଛି। ସରକାରୀ ଚାକିରିରେ ଜଣେ ପିଅନ ଏବଂ କନିଷ୍ଠ କିରାଣି ପଦବୀରେ ମୂଳ ଦରମା ସହ ଡିଏ ଓ ବର୍ଦ୍ଧିତ ଘରଭଡ଼ା ଆଦି ମିଶି ମାସକୁ ୩୦,୦୦୦ ଟଙ୍କାରୁ ଅଧିକ ହେଉଛି। ସେମାନଙ୍କୁ ସରକାରୀ ଛୁଟି ସମେତ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ହେଲେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାସିକ ୭,୫୦୦ ଟଙ୍କା ଦରମା ବ୍ୟତୀତ ଅନ୍ୟ କିଛି ସୁବିଧା ଦିଆଯାଉନାହିଁ। ବିଭିନ୍ନ ପଞ୍ଚାୟତ ସମ୍ପାଦକ ପୂର୍ବରୁ ମାସିକ ୫୦୦ ଟଙ୍କାରେ କାମ କରୁଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବା ସହ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ପଦଯୁକ୍ତ କରାଯାଇଛି। ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରୁ ୬୦:୪୦ ଅନୁପାତରେ ଅତ୍ୟନ୍ତ କମ୍‌ ଦରମା ପାଉଛନ୍ତି। ତେଣୁ ତେଲେଙ୍ଗାନା, ଦିଲ୍ଲୀ, କର୍ନାଟକ, ତାମିଲନାଡୁ ଓ ମଧ୍ୟପ୍ରଦେଶ ରାଜ୍ୟ ଭଳି ଓଡ଼ିଶାରେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ବର୍ଦ୍ଧିତ ଦରମା ସହ ଅବସରକାଳୀନ ଓ ଚାକିରିର ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ ବୋଲି ହାଇକୋର୍ଟଙ୍କୁ ନିବେଦନ କରାଯାଇଛି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ସବିତା ଦାସ, ମେନକା ଦାସ, ସୁଷମା ନାୟକ, ପ୍ରତିମା ବେହେରା, ସୁକାନ୍ତି କୋଥାଳଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri