ହାଇକୋର୍ଟ ଗଲେ ଅଙ୍ଗନଓ୍ବାଡି କର୍ମୀ: ବର୍ଦ୍ଧିତ ଦରମା, ଅବସର ସୁବିଧା ପାଇଁ ଆବେଦନ

କଟକ,୨ା୨ (କାର୍ତ୍ତିକ ସାହୁ): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଅନ୍ୟ ରାଜ୍ୟ ଭଳି ବର୍ଦ୍ଧିତ ଦରମା, ଚାକିରି ଭତ୍ତା, ଅବସରକାଳୀନ ସୁବିଧା ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ। ଏନେଇ କେତେଜଣ ଅଙ୍ଗନଓ୍ବାଡି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଆବେଦନକୁ ବିଚାର କରି ସରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଅଙ୍ଗନଓ୍ବାଡି କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ ହେଉଛି। ଅଙ୍ଗନଓ୍ବାଡି କର୍ମୀମାନେ ପ୍ରାଥମିକ ସ୍ତରରେ ରହି ସ୍ଥାନୀୟ ପ୍ରଶାସନ ପାଇଁ ସରକାରୀ ଯୋଜନାଗୁଡ଼ିକର ରୂପାୟନ ନିମନ୍ତେ କାର୍ଯ୍ୟ କରୁଛନ୍ତି। ସେମାନଙ୍କର ପ୍ରାଥମିକ କାର୍ଯ୍ୟ ୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶିକ୍ଷାଦାନ, ସ୍ବାସ୍ଥ୍ୟ ପରୀକ୍ଷା, ଟିକାକରଣ, ଖାଦ୍ୟ ପୋଷଣ ସହ ଲୋକମାନଙ୍କୁ ପରିବାର ନିୟୋଜନ ଓ ସୁସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଶିକ୍ଷା ପ୍ରଦାନ କରିବା। ସେମାନେ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ସହିତ ସରକାରଙ୍କର ସମସ୍ତ ପ୍ରାଥମିକ ସ୍ତରୀୟ କାର୍ଯ୍ୟ ସମାପନ କରୁଛନ୍ତି। ଏପରି କି ଜନଗଣନା, ଭୋଟର ତାଲିକା, ରାଶନ କାର୍ଡ ପ୍ରସ୍ତୁତି ଏବଂ ଜାତିଭିତ୍ତିକ ଗଣନାରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ କମିଟିରେ ମଧ୍ୟ ସେମାନେ ସଦସ୍ୟ ରହି ଗ୍ରାମ୍ୟ ପରିମଳ ସଫା ଓ ପ୍ରଦୂଷଣମୁକ୍ତ ରଖିବାରେ ସହାୟକ ହେଉଛନ୍ତି। ଏଡ୍‌ସ, ମ୍ୟାଲେରିଆ, ଡେଙ୍ଗୁ, ପଲ୍‌ସ ପୋଲିଓ, ଟିବି ଆଦି ରୋଗ ନିୟନ୍ତ୍ରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏତେ କାର୍ଯ୍ୟ କରିବା ପରେ ବି ସେମାନଙ୍କୁ ସର୍ବନିମ୍ନ ମଜୁରି ଦିଆଯାଉ ନାହିଁ। ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କୁ ୩୪୫ ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ୪୩୫ ଟଙ୍କା ଦୈନିକ ମଜୁରି ଦେବାକୁ ସ୍ଥିର ହୋଇଥିବାବେଳେ ସେମାନଙ୍କ ମାସିକ ରୋଜଗାର ଯଥାକ୍ରମେ ୧୦ ହଜାର ୩୫୦ ଟଙ୍କା ଓ ୧୩ ହଜାର ୫୦ ଟଙ୍କାରୁ ଅଧିକ ରହୁଛି। ହେଲେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମାସିକ ଦରମା ୭,୫୦୦ ଟଙ୍କା ଓ ଉପକେନ୍ଦ୍ର ପାଇଁ ୪,୫୦୦ ଟଙ୍କା ଦିଆଯାଉଛି। ନିଯୁକ୍ତି ପାଇଁ ସେମାନଙ୍କ ଯୋଗ୍ୟତା ସର୍ବନିମ୍ନ ସ୍ନାତକ ରହିଥିବାବେଳେ ଚୟନ ପ୍ରକ୍ରିୟାରେ ସେମାନଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡୁଛି। ସରକାରୀ ଚାକିରିରେ ଜଣେ ପିଅନ ଏବଂ କନିଷ୍ଠ କିରାଣି ପଦବୀରେ ମୂଳ ଦରମା ସହ ଡିଏ ଓ ବର୍ଦ୍ଧିତ ଘରଭଡ଼ା ଆଦି ମିଶି ମାସକୁ ୩୦,୦୦୦ ଟଙ୍କାରୁ ଅଧିକ ହେଉଛି। ସେମାନଙ୍କୁ ସରକାରୀ ଛୁଟି ସମେତ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ହେଲେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାସିକ ୭,୫୦୦ ଟଙ୍କା ଦରମା ବ୍ୟତୀତ ଅନ୍ୟ କିଛି ସୁବିଧା ଦିଆଯାଉନାହିଁ। ବିଭିନ୍ନ ପଞ୍ଚାୟତ ସମ୍ପାଦକ ପୂର୍ବରୁ ମାସିକ ୫୦୦ ଟଙ୍କାରେ କାମ କରୁଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯିବା ସହ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ପଦଯୁକ୍ତ କରାଯାଇଛି। ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରୁ ୬୦:୪୦ ଅନୁପାତରେ ଅତ୍ୟନ୍ତ କମ୍‌ ଦରମା ପାଉଛନ୍ତି। ତେଣୁ ତେଲେଙ୍ଗାନା, ଦିଲ୍ଲୀ, କର୍ନାଟକ, ତାମିଲନାଡୁ ଓ ମଧ୍ୟପ୍ରଦେଶ ରାଜ୍ୟ ଭଳି ଓଡ଼ିଶାରେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ବର୍ଦ୍ଧିତ ଦରମା ସହ ଅବସରକାଳୀନ ଓ ଚାକିରିର ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉ ବୋଲି ହାଇକୋର୍ଟଙ୍କୁ ନିବେଦନ କରାଯାଇଛି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ସବିତା ଦାସ, ମେନକା ଦାସ, ସୁଷମା ନାୟକ, ପ୍ରତିମା ବେହେରା, ସୁକାନ୍ତି କୋଥାଳଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?