ଦାରିଙ୍ଗବାଡିରେ ପ୍ରସ୍ତୁତ ହେବ ଜୈବିକ କଫି, ମଜା ନେବେ ପର୍ଯ୍ୟଟକ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ) ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା ଶୀତ ପଡିବା ଆରମ୍ଭ ହୋଇସାରିଛ। ୧୫ ଡିଗ୍ରୀ ତଳେ ପାରଦ ରହୁଛ। ଶୀତର ମଜା ନେବା ପାଇଁ ଦଶହରା ପୂଜାଛୁଟି ଠାରୁ ଦାରିଙ୍ଗବାଡି଼କୁ ପର୍ଯ୍ୟଟକଙ୍କ ଆଗମନ ହୋଇସାରିଛି। ସେପଟେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛ। ବୁଧବାର ପ୍ରଶାସନ ପକ୍ଷରୁ ଆଉ ଏକ ପର୍ଯ୍ୟଟନ କ୍ଷେତ୍ର ଲୋକାର୍ପଣ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେପହଞ୍ଚିଛି।

ଦାରିଙ୍ଗବାଡିକୁ ପରିଚିତ କରିଥିବା କଫି ବଗିଚା ପରିସର ମଧ୍ୟରେ ଏକ କାଫେ ଏବଂ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନର ବୁଧବାର ଶୁଭାରମ୍ଭ କରାଯାଉଛ। ଦାରିଙ୍ଗବାଡି଼କୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡିର ଜୈବିକ କଫି କିଣି ନେଉଥିଲେ ସୁଦ୍ଧା କଫି ଏଠାରେ ପିଇବା ପାଇଁ ମିଳୁ ନ ଥିଲା। ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡି କଫି ସୁବିଧାରେ ପିଇବାକୁ ମିଳିବ। ଏଥିସହ ଶିଶୁ ପର୍ଯ୍ୟଟକଙ୍କ ପାଇଁ ଶିଶୁ ଉଦ୍ୟାନ କରାଯାଇଛି । ଯେଉଁଠି ସେଲଫି ପଏଣ୍ଟ, ଦୋଳି, ଖସଡ଼ା, ବିଭିନ୍ନ ପ୍ରାଣୀଙ୍କ ଫାଇବାର ମୂର୍ତ୍ତି ଆଦି ସ୍ଥାପନ କରାଯାଇଛି ଯାହାକି ଶିଶୁ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିବ ବୋଲି ଆଶା କରାଯାଇଛି। ସେହିପରି ଦାରିଙ୍ଗବାଡିର ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୭ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଛି। ଯାହାକି ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ହେବା ସହ ପର୍ଯ୍ୟଟକଙ୍କୁ ଅଧିକା ଆକୃଷ୍ଟ କରିବ ବୋଲି ପ୍ରଶାସନ ଆଶା ରଖିଛି ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତ।
ସେହିପରି ବୁଧବାର ଦାରିଙ୍ଗବାଡିରେ ଚତୁର୍ଥ ବର୍ଷ ପାଇଁ ଇକୋ ରିଟ୍ରିଟର ଶୁଭାରମ୍ଭ ଏକ ମାସ ପୂର୍ବରୁ କରାଯାଉଛି। ଚଳିତ ଥର ମଧ୍ୟ ଦାରିଙ୍ଗବାଡି ଇକୋ ରିଟ୍ରିଟର ପର୍ଯ୍ୟଟକଙ୍କ ପାଇଁ ପଞ୍ଚତାରକା ହୋଟେଲର ସୁବିଧା ଭଳି ଉପଲବ୍ଧ କରାଯିବ। ସେମାନଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ସହ ଯୋଗ, ବ୍ୟାୟାମ, ସାଇକଲ ରାଇଡିଙ୍ଗ, ଟ୍ରାକିଙ୍ଗ ବିଭିନ୍ନପର୍ଯ୍ୟଟନକ୍ଷେତ୍ରକୁ ବୁଲାଇନେବା ବ୍ୟବସ୍ଥା ଆଦି କରାଯାଉଛି। ସେହିପରି ଉକ୍ତ ଇକୋ ରିଟ୍ରିଟରେ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଉଛି ଫଳରେ ବେକାର ଯୁବପିଢି ସ୍ବରୋଜଗାରକ୍ଷମ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?