୮ ସପ୍ତାହରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୮ା୩: ରାୟଗଡ଼ାର ଜଣେ ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ମାମଲାର ବିଚାର କରି ହାଇକୋର୍ଟ ଆବେଦନକାରୀ ତଥା ମୃତକଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାୟ ପ୍ରଦାନ କରିଛନ୍ତି। ସିଆରପିଏଫ୍‌ ଏବଂ ଓଡ଼ିଶା ପୋଲିସ ୫ ଲକ୍ଷ ଟଙ୍କା ଲେଖାଏ ମୋଟ ୧୦ ଲକ୍ଷ ଟଙ୍କା ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଲେ ୬% ହାରରେ ସୁଧ ସହ କ୍ଷତିପୂରଣ ରାଶି ପ୍ରଦାନ କରିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୦ ଜୁନ୍‌ ୩ରେ ରାୟଗଡ଼ାର ଆଦିବାସୀ ଯୁବକ ପିଦେରା କଡଇସ୍କାଙ୍କ ମୃତଦେହ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା। ପିଦେରା ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ସେ କାର୍ଯ୍ୟ ଅନ୍ବେଷଣରେ କେରଳ ଯାଇଥିଲେ। ସେଠାରୁ ସେ ଅନ୍ୟ ଜଣେ ଆଦିବାସୀ ଯୁବକ ମନ୍ଧା ମାଝି ସହ ତାଙ୍କ ଗ୍ରାମ ସରିକିମାକୁ ଫେରୁଥିଲେ। ଜଙ୍ଗଲରୁ ଜନ୍ତୁ ଶିକାର କରିବା ପାଇଁ ମନ୍ଧାଙ୍କ ନିକଟରେ ଏକ ଦେଶୀ ବନ୍ଧୁକ ରହିଥିଲା। ସେମାନେ ଜଙ୍ଗଲରେ ଥିବାବେଳେ ସିଆର୍‌ପିଏଫ୍‌ କର୍ମଚାରୀମାନେ ଗୁଡାରିରୁ ଚନ୍ଦ୍ରପୁରକୁ ମାଓବାଦୀ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ଧରି ନେଇ ଚନ୍ଦ୍ରପୁର ଥାନା ହାଜତରେ ରଖିବା ସହ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ବୁଟ୍‌, ବନ୍ଧୁକ, ଲାଠି ଓ ଗୋଇଠା ମାରିଥିଲେ। ମନ୍ଧାଙ୍କ ଲାଇସେନ୍ସ ବନ୍ଧୁକ ରହିଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବାବେଳେ ପିଦେରାଙ୍କୁ ଅଟକ ରଖାଯାଇଥିଲା। ମାତ୍ର ପିଦେରାଙ୍କୁ ଅଟକ ରଖିବା ନେଇ ସିଆର୍‌ପିଏଫ୍‌ କୌଣସି କାଗଜପତ୍ରରେ ଲେଖି ନ ଥିଲା କି ତାଙ୍କ ଘରକୁ ବା ସମ୍ପର୍କୀୟଙ୍କୁ ଖବର ଦେଇ ନ ଥିଲା। ଜୁନ୍‌ ୩ରେ ଚନ୍ଦ୍ରପୁର ସରପଞ୍ଚ ସୁବାସ ମାଝିଙ୍କୁ ଚନ୍ଦ୍ରପୁର ତତ୍କାଳୀନ ଥାନାଧିକାରୀ ମେସେଜ ପଠାଇ ଥାନାକୁ ଆସିବାକୁ କହିଥିଲେ। ସରପଞ୍ଚ ପିଦେରାଙ୍କ ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚତ୍ବା ପରେ ପିଦେରାଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ଗଁାକୁ ନ ନେଇ ରାୟଗଡ଼ାରେ ପୋଡ଼ିଦେବାକୁ ପୋଲିସ ତାଙ୍କୁ ବାଧ୍ୟ କରିଥିଲା। ମାତ୍ର ସରପଞ୍ଚ ଏଥିରେ ରାଜି ନ ହେବାରୁ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ମୃତକଙ୍କ ସ୍ତ୍ରୀ ମାରିଆ କଡ଼ାଇସ୍ମାଙ୍କ ଆବେଦନକ୍ରମେ ହାଇକୋର୍ଟରେ ରୁଜୁ ମାମଲାକୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟକରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୨୫।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସରେ ଶୁକ୍ରବାର ୩ଟି ବିଭାଗରେ ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଏ ନେଇ...

କିଆଗଛରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଗୋପାଳପୁର,୧୨ା୮ (ଡି.ଏନ୍‌.ଏ.):ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ମୃତଦେହ ପୋଲିସ ଜବତ କରିଛି। ସେମାନେ ହେଲେ ରାମେୟାପାଟଣା ଓଡିଆରପି କଲୋନୀର ଗୁରୁବାରି...

ସରକାର, ତଦନ୍ତ ଅଧିକାରୀଙ୍କ ତଣ୍ଟିରେ କାଳିଆ କଣ୍ଟା

ରସୁଲପୁର,୧୪।୮(ଡି.ଏନ୍‌.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍‌ ଆଣ୍ଡ ଇନକମ୍‌ ଅଗମେଣ୍ଟେସନ୍‌)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ...

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା: ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

ରାଜରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ ଅଫିସ,୨୯।୨: ଭଦ୍ରକ ବନ୍ତ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜରାସ୍ତାରେ ଜଣେ ବିକୃତ ମସ୍ତିଷ୍କ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଏକାକି ଏକ...

ନିରାଡ଼ମ୍ବରକୁ ନେଇ ନିରାଶା

ବଇଣ୍ଡା,୧୪।୧୦(ଡି.ଏନ.ଏ.)  ଆରମ୍ଭ ହୋଇଛି ମା’ ଦଶଭୁଜାଙ୍କ ପୂଜା। ହେଲେ ମଣ୍ଡପ ବାହାରକୁ ଶୁଭୁନି ବୈଦିକ ବ୍ରାହ୍ମଣଙ୍କ ବେଦଧ୍ୱନି। କୋଭିଡ୍‌ ସମୟ ହୋଇ ନ ଥିଲେ ଏତେବେଳେକୁ...

‘ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସ କର୍ମଚାରୀଙ୍କୁ ସୁବିଧା ଦିଆଯାଉ’

ବାରିପଦା ଅଫିସ, ୨୯ା୩- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ପ୍ରକାଶ ପାଇଛି। ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ କରାଯାଇଛି।...

ବିଜେଡି ରଣନୀତି ଆଗରେ ବିରୋଧୀ ଦଳ ଫିକା

ଖୋର୍ଦ୍ଧା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲାରେ ପ୍ରଚାର ଜମି ଆସିଲାଣି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର...

Advertisement
Archives

Model This Week