ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

କଟକ (କାର୍ତ୍ତିକ ସାହୁ)/ ପୁରୀ,୨୧ା୭(ଅଜିତ୍‌ ମହାନ୍ତି): ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାଡ୍‌ ଚତୁଃପାର୍ଶ୍ୱରୁ ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ମ୍ୟୁନିସିପାଲିଟି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ବଳିଆପଣ୍ଡାଠାରେ ଅଳିଆଗଦା ଯୋଗୁ ଭୂତଳ ଜଳ ପ୍ରଦୂଷିତ ହେଉଛି କି ନାହିଁ ତାହା ୨ ମାସ ମଧ୍ୟରେ ସର୍ଭେ କରି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଗ୍ରାଉଣ୍ଡ ଓ୍ବାଟର ବୋର୍ଡ ତୁରନ୍ତ ପଦକ୍ଷେପ ନେବେ। ଏହାଦ୍ୱାରା ଭୂତଳ ଜଳ ପ୍ରଦୂଷଣ ଜଣାପଡ଼ିଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀମାନେ ତୁରନ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତାବ ଦେବ। ପୁରୀ ସହରରେ ଭୂତଳ ଜଳ କାଢ଼ିବା ଉପରେ ଶୂନ୍ୟକ୍ଷତି ସମ୍ପର୍କରେ ବୋର୍ଡ ଏନ୍‌ଜିଟିଙ୍କୁ ନିଶ୍ଚିତ କରାଇବେ। କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସତ୍ୟପାଠ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କୋଲକାତାସ୍ଥିତ ଏନ୍‌ଜିଟିର ପୂର୍ବ ଜୋନ୍‌ ବେଞ୍ଚ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବେ। ବିଚାରପତି ବି. ଅମିତ୍‌ ସ୍ଥାଲେକର, ବିଚାର ବିଭାଗୀୟ ସଦସ୍ୟ ଡ. ଅଫ୍ରୋଜ୍‌ ଅହମଦଙ୍କୁ ନେଇ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।
ଡମ୍ପିଂୟାର୍ଡ ପରିସରକୁ ଲୋକଙ୍କ ବେଆଇନ୍‌ ପ୍ରବେଶ ରୋକିବା ସହ ଅଗ୍ନିକାଣ୍ଡ ଏବଂ ଆପରାଧିକ କାର୍ଯ୍ୟ ଘଟାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ପୁରୀ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୂର୍ଣ୍ଣ ଡମ୍ପିଂୟାର୍ଡ ଅଞ୍ଚଳରେ ୩ ମାସ ମଧ୍ୟରେ ସିସିଟିଭି କ୍ୟାମେରା ଲଗାଇବା ସହ ଚତୁଃପାର୍ଶ୍ୱରେ ପାଚେରି ବୁଲାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିବେ। ଏଥିସହ ଡମ୍ପିଂୟାଡ୍‌ରୁ ବାହାରୁଥିବା ଉତ୍କଟ ଗନ୍ଧ ରୋକିବାକୁ ଦୈନନ୍ଦିନ ସରକାରୀ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବେ। ଅନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କ ସହାୟତାରେ ପୁରୀ ମ୍ୟୁନିସିପାଲିଟି ଆଗାମୀ ୨ ବର୍ଷ ମଧ୍ୟରେ ବଳିଆପଣ୍ଡା ଡମ୍ପିଂୟାଡ୍‌ରୁ ସମ୍ପୂର୍ଣ୍ଣ ଆବର୍ଜନା ହଟାଇବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ପୁରୀ ଜିଲାପାଳ, ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ପୁରୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଚେୟାରମ୍ୟାନ, ପୁରୀ ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀ ଚିନ୍ମୟ ଦାସଙ୍କ ପକ୍ଷରୁ ଆଇନ୍‌ଜୀବୀ ଅଫ୍ରାଜ ସୁହାଇଲ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀ ଅନୁସାରେ, ପୁରୀ ମ୍ୟୁନିସିପାଲିଟି ବଳିଆପଣ୍ଡାଠାରେ ସହରର ଅଳିଆଗୁଡିକ ଗଦା କରୁଛି। ପରେ ତାହାକୁ ପୋଡ଼ାଯାଉଛି। ଏପରି କି ପ୍ଲାଷ୍ଟିକ ଓ ପଲିଥିନ୍‌ ଭଳି ଆବର୍ଜନାର ପ୍ରକ୍ରିୟାକରଣ ପାଇଁ ଉପଯୁକ୍ତ ପରିଚାଳନା କରାଯାଉନାହିଁ। ସମୁଦ୍ରକୂଳଠାରୁ ପ୍ରାୟ ୧୦୦ ମିଟର ଦୂରତାରେ ଥିବାବେଳେ ଏଭଳି ଆବର୍ଜନା ପୋଡ଼ା ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ପୋଡା ଯାଉଥିବା ଆବର୍ଜନାରୁ ନିର୍ଗତ ଦୂଷିତ ଗ୍ୟାସ୍‌ ଦ୍ୱାରା ନିକଟସ୍ଥ ବସ୍ତିର ଲୋକମାନେ ଆକ୍ରାନ୍ତ ହେଉଥିବା ଆବେଦନରେ ଦର୍ଶାଯାଇଛି। ଏହାର ନିରାକରଣ ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?