Posted inଖେଳ

ଭାରତର ସଫଳତା ନେଇ ଆଶାବାଦୀ ଅନୁରାଗ

ନୂଆଦିଲ୍ଲୀ,୧୭।୧୨(ପି.ଟି.): ହକି ବିଶ୍ୱକପ ଟ୍ରଫି ଟୁର୍‌ର ନୂଆଦିଲ୍ଲୀ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହୋଇଛି। କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମ ହକି ବିଶ୍ୱକପରେ ଭାରତର ସଫଳତାକୁ ନେଇ ଆଶାବାଦୀ ଥିବା ନେଇ ପ୍ରକାଶ କରିଛନ୍ତି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର। ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ଏହି ବିଶ୍ୱକପ ଅନୁଷ୍ଠିତ ହେବ। ଟୋକିଓ ୨୦୨୦ରେ ଦଳର ପ୍ରଦର୍ଶନ ଆଉ ଆତ୍ମବିଶ୍ୱାସ ବଳରେ ଭାରତ ଚଳିତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିବ ବୋଲି ଅନୁରାଗ ମତ ରଖିଛନ୍ତି। ବିଶ୍ୱର ଅନ୍ୟ ୧୫ ଦଳକୁ ଚ୍ୟାଲେଞ୍ଜ ଦେବା ପାଇଁ ଭାରତ ପ୍ରସ୍ତୁତ ବୋଲି ଅନୁରାଗ କହିଛନ୍ତି। ଭାରତୀୟ ଦଳର ପ୍ରସ୍ତୁତି ବେଶ ଚମତ୍କାର ରହିଛି। ତେଣୁ ପ୍ରସ୍ତୁତିକୁ ଦେଖିଲେ କହି ହେବ କି କେବଳ ବିଶ୍ୱକପ ନୁହେଁ ପ୍ୟାରିସ୍‌ ୨୦୨୪ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ। ଭାରତ ଶେଷ ଥର ପାଇଁ ୧୯୭୫ ବିଶ୍ୱକପରେ ଚାମ୍ପିୟନ୍‌ ଆଖ୍ୟା ଅର୍ଜନ କରିଥିଲା। ଭାରତ ଉକ୍ତ ସଫଳତା ପୁନର୍ବାର ଦୋହରାଇବ ବୋଲି ଠାକୁର କହିଛନ୍ତି। କେବଳ ଠାକୁର ନୁହନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଜାଫର ଇକ୍‌ବାଲ ମଧ୍ୟ ସମାନ ମତ ଦେଇଛନ୍ତି। ୧୯୭୫ ଦଳର ଅଧିନାୟକ ଅଜିତ୍‌ ପାଲ ସିଂ ମଧ୍ୟ ସମାନ ମତ ଦେଇଛନ୍ତି। ଟୁର୍ନାମେଣ୍ଟରେ କାହାକୁ ଫେବରିଟ୍‌ କହିବା କଷ୍ଟ ମାତ୍ର ଭାରତର ପୋଡିୟମ ଫିନିଶ ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?