Posted inଜାତୀୟ

ଭାଜପା ଶାସନରେ ଅତ୍ୟାଚାର ବଢ଼ୁଛି

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତରେ ସଂଖ୍ୟାଲଘୁ ମୁସଲମାନ ଓ ଆଦିବାସୀ ସମୁଦାୟ ବିରୋଧରେ ହିଂସା ବଢ଼ିବାରେ ଲାଗିଥିବା ୨୦୨୧ରେ ଆମେରିକା ଏକ ମାନବାଧିକାର ରିପୋର୍ଟରେ ଦର୍ଶାଇଥିଲା। ସେହିପରି ୟୁଏସ୍‌ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ୍‌ ଫ୍ରିଡମ୍‌ ପକ୍ଷରୁ ଚଳିତ ବର୍ଷ ପ୍ରକାଶିତ ରିପୋର୍ଟରେ ମଧ୍ୟ ଭାରତରେ ଜାତି ଓ ଧର୍ମ ଭିତ୍ତିକ ସ୍ବାଧୀନତା ନଷ୍ଟ ହେବାରେ ଲାଗିଥିବା କୁହାଯାଇଛି।
ଗତ ଏପ୍ରିଲ ୧୬ରେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଶୋଭାଯାତ୍ରା ଚାଲିଥିବାବେଳେ ଏକ ମସ୍‌ଜିଦ ନିକଟରେ ଲୋକଙ୍କ ଉପରକୁ ଟେକାମାଡ଼ ହୋଇଥିଲା। ଏହି ସାମ୍ପ୍ରଦାୟିକ ଦଙ୍ଗା ପରେ ମୁସଲମାନମାନଙ୍କ ଘରଗୁଡ଼ିକୁ ବୁଲ୍‌ଡୋଜର ମଡ଼ାଇ ଭାଙ୍ଗି ଦିଆଯାଇଥିଲା। ୨୦ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଏମ୍‌ଡିସି)ର ଭାଜପା ମେୟର ରାଜା ଇକ୍‌ବାଲ ସିଂ ମାନି ନ ଥିଲେ।
ଭାଜପା ଶାସିତ କର୍ନାଟକର କେତେକ ଶିକ୍ଷାନୁଷ୍ଠାନରେ ଗତ ଫେବୃୟାରୀ-ମାର୍ଚ୍ଚରେ ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା। ଏହି ବିବାଦ ଥମି ନ ଥିବାବେଳେ ଗୁରୁବାର ଦକ୍ଷିଣ କନ୍ନଡ ଜିଲାରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ତାଗିଦ୍‌ ସତ୍ତ୍ୱେ ହିଜାବ ପିନ୍ଧି ଆସିଥିବା ୬ ଜଣ ଛାତ୍ରୀଙ୍କୁ ଉପିନାଙ୍ଗଡ଼ି ସରକାରୀ ପ୍ରିୟୁନିଭର୍ସିଟି କଲେଜ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ସେହିପରି ମାଙ୍ଗାଲୁରୁ ୟୁନିଭର୍ସିଟି କଲେଜର ୧୬ ଛାତ୍ରୀ ହିଜାବ ପିନ୍ଧି ଆସି ସେମାନଙ୍କୁ ପ୍ରବେଶ ଅନୁମତି ଦେବାକୁ ଦାବି କରିଥିଲେ। କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ନ ଦେବା ସହ ୧୨ ଜଣଙ୍କୁ ଫେରାଇ ଦେଇଛନ୍ତି।

ଗତ ମେ’ ୧୮ରେ ମଧ୍ୟପ୍ରଦେଶର ନୀମଚ୍‌ ଜିଲାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ମୁସଲମାନ ବୋଲି ସନ୍ଦେହ କରି ସ୍ଥାନୀୟ ଭାଜପା ନେତା ଦୀନେଶ କୁଶଓ୍ବାହ ଆଧାର କାର୍ଡ ମାଗିଥିଲେ। ବୃଦ୍ଧ ଭନଓ୍ବରଲାଲ ଜୈନ ଆଧାର କାର୍ଡ ଦେଖାଇ ନ ପାରିବାରୁ ଦୀନେଶ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଭନଓ୍ବରଲାଲ ଥିଲେ ପଡ଼ୋଶୀ ରାଜସ୍ଥାନ ଅନ୍ତର୍ଗତ ଚିତ୍ତୋରଗଡ଼ ଜିଲା ନିବାସୀ। ସେ ମାନସିକ ଅସୁସ୍ଥ ଥିଲେ ଏବଂ ଦୁଇଦିନ ପୂର୍ବରୁ ନିଜ ଗାଁରୁ ନିଖୋଜ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ହେବେ ପରବର୍ତ୍ତି ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଉପ-ଆଡମିରାଲ ଦୀନେଶ ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ସେ ଏପ୍ରିଲ ୩୦ରେ ତାଙ୍କର ନୂତନ ପଦ ଗ୍ରହଣ...

ଲୋକ ସଭା ନିର୍ବାଚନ: ଭୋଟ ବର୍ଜନ କରି ଅନଶନରେ ବସିଲେ ଗ୍ରମାବାସୀ

ନୋଏଡା,୧୯।୪: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ୮ଟି ଆସନରେ ମତଦାନ ଚାଲିଛି। ଶୁକ୍ରବାର ୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।...

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri