Posted inଜାତୀୟ

ଭାଜପା ଶାସନରେ ଅତ୍ୟାଚାର ବଢ଼ୁଛି

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତରେ ସଂଖ୍ୟାଲଘୁ ମୁସଲମାନ ଓ ଆଦିବାସୀ ସମୁଦାୟ ବିରୋଧରେ ହିଂସା ବଢ଼ିବାରେ ଲାଗିଥିବା ୨୦୨୧ରେ ଆମେରିକା ଏକ ମାନବାଧିକାର ରିପୋର୍ଟରେ ଦର୍ଶାଇଥିଲା। ସେହିପରି ୟୁଏସ୍‌ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ୍‌ ଫ୍ରିଡମ୍‌ ପକ୍ଷରୁ ଚଳିତ ବର୍ଷ ପ୍ରକାଶିତ ରିପୋର୍ଟରେ ମଧ୍ୟ ଭାରତରେ ଜାତି ଓ ଧର୍ମ ଭିତ୍ତିକ ସ୍ବାଧୀନତା ନଷ୍ଟ ହେବାରେ ଲାଗିଥିବା କୁହାଯାଇଛି।
ଗତ ଏପ୍ରିଲ ୧୬ରେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଶୋଭାଯାତ୍ରା ଚାଲିଥିବାବେଳେ ଏକ ମସ୍‌ଜିଦ ନିକଟରେ ଲୋକଙ୍କ ଉପରକୁ ଟେକାମାଡ଼ ହୋଇଥିଲା। ଏହି ସାମ୍ପ୍ରଦାୟିକ ଦଙ୍ଗା ପରେ ମୁସଲମାନମାନଙ୍କ ଘରଗୁଡ଼ିକୁ ବୁଲ୍‌ଡୋଜର ମଡ଼ାଇ ଭାଙ୍ଗି ଦିଆଯାଇଥିଲା। ୨୦ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୋଲିସ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଏମ୍‌ଡିସି)ର ଭାଜପା ମେୟର ରାଜା ଇକ୍‌ବାଲ ସିଂ ମାନି ନ ଥିଲେ।
ଭାଜପା ଶାସିତ କର୍ନାଟକର କେତେକ ଶିକ୍ଷାନୁଷ୍ଠାନରେ ଗତ ଫେବୃୟାରୀ-ମାର୍ଚ୍ଚରେ ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା। ଏହି ବିବାଦ ଥମି ନ ଥିବାବେଳେ ଗୁରୁବାର ଦକ୍ଷିଣ କନ୍ନଡ ଜିଲାରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ତାଗିଦ୍‌ ସତ୍ତ୍ୱେ ହିଜାବ ପିନ୍ଧି ଆସିଥିବା ୬ ଜଣ ଛାତ୍ରୀଙ୍କୁ ଉପିନାଙ୍ଗଡ଼ି ସରକାରୀ ପ୍ରିୟୁନିଭର୍ସିଟି କଲେଜ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ସେହିପରି ମାଙ୍ଗାଲୁରୁ ୟୁନିଭର୍ସିଟି କଲେଜର ୧୬ ଛାତ୍ରୀ ହିଜାବ ପିନ୍ଧି ଆସି ସେମାନଙ୍କୁ ପ୍ରବେଶ ଅନୁମତି ଦେବାକୁ ଦାବି କରିଥିଲେ। କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ନ ଦେବା ସହ ୧୨ ଜଣଙ୍କୁ ଫେରାଇ ଦେଇଛନ୍ତି।

ଗତ ମେ’ ୧୮ରେ ମଧ୍ୟପ୍ରଦେଶର ନୀମଚ୍‌ ଜିଲାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ମୁସଲମାନ ବୋଲି ସନ୍ଦେହ କରି ସ୍ଥାନୀୟ ଭାଜପା ନେତା ଦୀନେଶ କୁଶଓ୍ବାହ ଆଧାର କାର୍ଡ ମାଗିଥିଲେ। ବୃଦ୍ଧ ଭନଓ୍ବରଲାଲ ଜୈନ ଆଧାର କାର୍ଡ ଦେଖାଇ ନ ପାରିବାରୁ ଦୀନେଶ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଭନଓ୍ବରଲାଲ ଥିଲେ ପଡ଼ୋଶୀ ରାଜସ୍ଥାନ ଅନ୍ତର୍ଗତ ଚିତ୍ତୋରଗଡ଼ ଜିଲା ନିବାସୀ। ସେ ମାନସିକ ଅସୁସ୍ଥ ଥିଲେ ଏବଂ ଦୁଇଦିନ ପୂର୍ବରୁ ନିଜ ଗାଁରୁ ନିଖୋଜ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?