‘ରାଜ୍ୟରେ ଦଳିତ ବର୍ଗ ନ୍ୟାୟରୁ ବଞ୍ଚିତ’

ଅନୁଗୋଳ ଅଫିସ, ୧୯।୯:ରାଜ୍ୟରେ ଅନୁସୂଚିତ ବର୍ଗ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ସେମାନଙ୍କ ବିକାଶ ଲାଗି ଆସୁଥିବା କେନ୍ଦ୍ରୀୟ ଅନୁଦାନ ହଡ଼ପ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନ୍ୟୁନ ୩ ଥର ଆଡଭାଇଜରି କମିଟି ବୈଠକ ଅନୁଷ୍ଠିତ ହେବା ନିୟମ ଥିଲେ ମଧ୍ୟ ଥରୁଟିଏ ମଧ୍ୟ ବସୁନାହିଁ। ଅନୁସୂଚିତ ବର୍ଗ ପ୍ରତି ଆକ୍ରମଣ ବଢି ଚାଲିଛି। ତାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୋଧରେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି। ଅନୁଗୋଳରେ ରବିବାରଠାରୁ ଆରମ୍ଭ ହୋଇଥିବା ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ଅନୁସୂଚିତ ବର୍ଗଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଅବତାରଣା କରି ସେ କହିଛନ୍ତି, ମୋଦି ସରକାର ଦେଶର ୨୦୦୦ରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି ବହୁଳ ଗ୍ରାମକୁ ଆଦର୍ଶ ଗଁା ଭାବେ ବିକଶିତ କରିବାକୁ ସଂକଳ୍ପବଦ୍ଧ। ମୁଦ୍ରା ଯୋଜନାରେ ଏହି ବର୍ଗର ୩୪ କୋଟି ଲୋକେ ଉପକୃତ ହୋଇଛନ୍ତି। ସେମାନଙ୍କୁ ୧୮.୬ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଇଛି। ୩.୧ କୋଟି ଅନୁସୂଚିତ ମହିଳା ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍‌ ସଂଯୋଗ ପାଇଛନ୍ତି। ଏହି ବର୍ଗର ୧.୩୧ କୋଟି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି। ଅନସୂଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରଶିପ୍‌ ୨ ଗୁଣା କରାଯାଇଛି। ଏଥିରେ ୭.୭ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୫୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଦକ୍ଷତା ବୃଦ୍ଧି ପାଇଁ ୨.୭ କୋଟି ଅନୁସୂଚିତ ବର୍ଗ ଯୁବକଙ୍କୁ ନିଃଶୁଳ୍କ ପ୍ରଶିକ୍ଷଣ ଦିଆଯାଉଛି। ଭାଜପାର ସେବା ପକ୍ଷ ଅବସରରେ ରାଜ୍ୟ ସଭାପତି ମହାନ୍ତି ଦଳୀୟ ଜିଲା କାର୍ଯ୍ୟାଳୟରେ ଚାରା ରୋପଣ କରିଛନ୍ତି। ଦୁଇଦିନିଆ ଏହି ଶିବିରରେ ସୋମବାର ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍‌ ସିଂହ ଆର୍ଯ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ କାଯର୍‌ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୋଳ ଜିଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

ବରିଷ୍ଠ କଂଗ୍ରେସ ନେତା ଅମୁଲ୍ୟ ସାହୁ BJPରେ ସାମିଲ: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କ ଥିଲେ ସହକର୍ମୀ

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ କଂଗ୍ରେସ ନେତା ଅମୁଲ୍ୟ ସାହୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri