ଭିଆଇପି ସଂସ୍କୃତିକୁ ବିରୋଧ

Dillip Cherian

ସାଧାରଣ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଥିତ୍ବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଆଇପି ସଂସ୍କୃତିକୁ ତୀବ୍ର ବିରୋଧ କରିଛନ୍ତି। ସହରରେ ଲୋକମାନଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ରହିଛି ବୋଲି ଆମ ମନରେ ବିଶ୍ୱାସ ଜନ୍ମାଇବାକୁ ସେ ଚାହଁୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସୁବିଧାରେ ଯିବା ଲାଗି ନଗାଁଓ ଜିଲାର ଡେପୁଟି କମିଶନର ନିସର୍ଗ ହଭାରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରଖିଥିବା ଦେଖି ଶର୍ମା ସେଠାରେ ଅଟକି ଯାଇଥିଲେ। ଯାତ୍ରା କରୁଥିବା ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ସେ ଡେପୁଟି କମିଶନରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଟ୍ରାଫିକ୍‌ ବନ୍ଦଥିବା ରାସ୍ତା ନିକଟରେ ଥିବା ଆଉ ଏକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଥିଲେ। ଲୋକପ୍ରିୟତା ବଢ଼ାଇବା ଲାଗି ଏଭଳି ବ୍ୟବହାରକୁ ଗୁପ୍ତରେ କ୍ୟାମେରାରେ ରେକର୍ଡ କରାଯାଇଥିଲା କି ନାହିଁ ଆମେ ନିଶ୍ଚତ ନୁହେଁ। ତେବେ ଯାହା ହୋଇଥାଉ ନା କାହିଁକି, ଏହି ଘଟଣା ଅତ୍ୟଧିକ ପ୍ରସାରିତ ହେଲା। ଏହାକୁ ନେଇ ସ୍ବାଭାବିକ ଭାବେ ବହୁ ପ୍ରଶ୍ନ ଏବେ ଉଠିଛି। ଉଦାହରଣ ସ୍ବରୂପ, ଶର୍ମା ଏମିତି କ’ଣ ଉଦ୍‌ଘାଟନ କରୁଥିଲେ କି ? ରାସ୍ତାରେ ଗହଳି କମ୍‌ ଥିବା ସମୟରେ କାହିଁକି ଏଥିପାଇଁ ଯୋଜନା କରାଗଲା ନାହିଁ? ମୁଖ୍ୟମନ୍ତ୍ରୀ ସାଧାରଣରେ କାହିଁକି ଭିଆଇପିଙ୍କ ଯାତାୟାତ ପାଇଁ ରହିଥିତ୍ବା ପ୍ରୋଟୋକଲକୁ ଅନୁସରଣ କରୁଥିବା ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ଅପମାନିତ କଲେ? ଯଦି ଶର୍ମା ତାଙ୍କ କଥାକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିଛନ୍ତି ବୋଲି ଭାବୁଛନ୍ତି, ତେବେ ତାହା ଭୁଲ୍‌ ହୋଇପାରେ। ଏବେ ସାଧାରଣ ଜନତା ଉଚ୍ଚଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଭିଆଇପି ସଂସ୍କୃତି ଦୂର କରିବା ସମ୍ପର୍କିତ ଉପଦେଶ ବା ପଦକ୍ଷେପରେ କମ୍‌ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଦୁଃଖର ବିଷୟ, ଶର୍ମାଙ୍କର ଏଭଳି ମନୋଭାବ ଦ୍ୱାରା ତାଙ୍କର କ୍ଷତି ହୋଇପାରେ।
ରାଜ୍ୟକୁ ଉପେକ୍ଷା
ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ଓ ଏଥିରେ ଥିତ୍ବା ଆଇଏଏସ୍‌ ଅଧିକାରୀମାନଙ୍କ ପଦବୀର ନିୟମଗୁଡ଼ିକରେ ସଂଶୋଧନ ଲାଗି କେନ୍ଦ୍ର ପଦକ୍ଷେପ ନେଇଛି। ଏଥିରେ ରାଜ୍ୟ ସରକାରଗୁଡ଼ିକର ମତକୁ ଉପେକ୍ଷା କରାଯିବା ଦ୍ୱାରା ଅଣ ଭାଜପା ରାଜ୍ୟଗୁଡ଼ିକ ସହ କେନ୍ଦ୍ରର ମୁହଁାମୁହଁି ସ୍ଥିତି ସୃଷ୍ଟି ହେବ। ଅଣ ଭାଜପା ଶାସିତ ରାଜ୍ୟଗୁଡ଼ିକ ସ୍ପଷ୍ଟ ଭାବେ ରାଜନୈତିକ ଆଧାରରେ ବହୁ ସମୟରେ କେନ୍ଦ୍ରୀୟ ଡେପୁଟେଶନରେ ଅଧିକାରୀମାନଙ୍କୁ ପଠାଇବା ଲାଗି ମନା କରିଦେଉଛନ୍ତି। ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ସହ ବିବାଦୀୟ ସ୍ଥିତିରେ ଏଭଳି ପ୍ରସ୍ତାବର ଆବଶ୍ୟକତା ଥିଲା। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ସେତେବେଳର ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟ ନକାରାମତ୍କ ବ୍ୟବହାରକୁ କେନ୍ଦ୍ର କରି ଏଭଳି ସଂଶୋଧନ କରାଯିବ ବୋଲି ଆଶା କରାଯାଉଥିଲା। ସୂତ୍ରରୁ ଜଣାପଡ଼ିଛି, କେନ୍ଦ୍ର ସମସ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଲେଖି ଡେପୁଟେଶନ ନିୟମ ସଂଶୋଧନ ଉପରେ ସେମାନଙ୍କ ଦୃଷ୍ଟିକୋଣ ଜାଣିବା ଲାଗି ଚାହଁିଛନ୍ତି। ତେବେ ଏହି ପ୍ରସ୍ତାବ ନର୍ଥବ୍ଲକ ଓ ନବାନ୍ନ(ମମତା ବାନାର୍ଜୀଙ୍କ ନୂଆ ଅଫିସ୍‌) ମଧ୍ୟରେ ବିବାଦକୁ ବଢ଼ାଇବାର ଅଧିକ ସମ୍ଭାବନା ରହିଛି। ଏହାସହ ଅନ୍ୟ ଅଣ ଭାଜପା ଶାସିତ ରାଜ୍ୟଗୁଡ଼ିକରୁ ଏହା ପ୍ରତିରୋଧର ସମ୍ମୁଖୀନ ହେବ। କେନ୍ଦ୍ରର ପ୍ରସ୍ତାବ ଯଦି ପାସ୍‌ ହୋଇଯାଏ, ତେବେ ଗୋଟିଏ ରାଜ୍ୟରେ କେତେ ଜଣ ଅଧିକାରୀ ରହିବେ ତାହା ସ୍ଥିର କରିବାକୁ କେନ୍ଦ୍ରକୁ ଅଧିକାର ମିଳିଯିବ। କୌଣସି ରାଜ୍ୟର ମତାମତ ନ ନେଇ ସମ୍ପୃକ୍ତ ରାଜ୍ୟରୁ ଏକତରଫା ଭାବେ ଯେ କୌଣସି ଅଧିକାରୀଙ୍କୁ କେନ୍ଦ୍ର ନେଇପାରିବ ବୋଲି ଏକ ପ୍ରକାର ଭୟ ରହିଛି। ଏହା ରାଜ୍ୟଗୁଡ଼ିକର ସ୍ବାର୍ଥରେ କ୍ଷତି ଘଟାଇବ।
ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ
ଅଏଲ ଆଣ୍ଡ୍‌ ନାଚୁରାଲ ଗ୍ୟାସ କର୍ପୋରେଶନ( ଓଏନ୍‌ଜିସି) ବା ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର ମାନବ ସମ୍ବଳ ନିର୍ଦ୍ଦେଶକ ଅଳକା ମିତ୍ତଲଙ୍କୁ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ଇତିହାସରେ ପ୍ରଥମ ଥର ଲାଗି ଜଣେ ମହିଳାଙ୍କୁ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସରକାର କହିଛନ୍ତି ଯେ, ଜଣେ ସ୍ଥାୟୀ ବା ପୂର୍ଣ୍ଣକାଳିକ ସିଏମ୍‌ଡି ନିଯୁକ୍ତି ନ ପାଇବା କିମ୍ବା ପୁନର୍ବାର ଅର୍ଡର ପ୍ରକାଶ ନ ପାଇବା ଯାଏ ଆଗାମୀ ୬ ମାସ ସକାଶେ ମିତ୍ତଲ ତାଙ୍କ ନୂଆ ଦାୟିତ୍ୱରେ ରହିବେ। ଏବେସୁଦ୍ଧା ପବ୍ଲିକ୍‌ ସେକ୍ଟର ୟୁନିଟ୍‌ଗୁଡ଼ିକର ଶୀର୍ଷ ପଦବୀ ନିଯୁକ୍ତିରେ ବିଳମ୍ବ ହୋଇଆସୁଛି ଓ ଏହାକୁ ନେଇ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କିନ୍ତୁ ସରକାରଙ୍କର ସବୁଠୁ ଲାଭଜନକ କମ୍ପାନୀ ଓଏନ୍‌ଜିସିରେ ଏଭଳି କାର୍ଯ୍ୟଧାରା କାହିଁକି ଜାରି ରହିଛି ତାହା ବୁଝି ହେଉନାହଁି। ପବ୍ଲିକ ଏଣ୍ଟର୍‌ପ୍ରାଇଜ ସିଲେକ୍‌ଶନ ବୋର୍ଡ (ପିଇଏସ୍‌ବି) ସିଏମ୍‌ଡି ପଦବୀ ପାଇଁ ଦୁଇ ଜଣ କାର୍ଯ୍ୟରତ ଆଇଏଏସ୍‌ ଅଧିକାରୀଙ୍କ ସମେତ ୯ ଜଣଙ୍କ ଇଣ୍ଟର୍‌ଭ୍ୟୁ କରିଥିଲା। କିନ୍ତୁ କାହାକୁ ଚୟନ କରିପାରିଲା ନାହିଁ। ଏହା ବଦଳରେ ତାହା ଏକ ସର୍ଚ୍ଚ କମିଟି ଗଠନ କରିବା ଲାଗି ଘୋଷଣା କରିଥିଲା, ଯେଉଁଥିରେ ବିଳମ୍ବ ଘଟିଲା। ଗତ ବର୍ଷ ମାର୍ଚ୍ଚରେ ଶଶୀ ଶଙ୍କର ଅବସର ନେବାପରଠାରୁ ଓଏନ୍‌ଜିସିର ସ୍ଥାୟୀ ସିଏମ୍‌ଡି ନାହାନ୍ତି। ପେଟ୍ରୋଲିୟମ ବାବୁମାନେ ଏବଂ ପିଇଏସ୍‌ବି ଓଏନ୍‌ଜିସିର ଜଣେ ସ୍ଥାୟୀ ସିଏମ୍‌ଡିଙ୍କୁ ନିଯୁକ୍ତି ଦେବାରେ ବେଶି ସମୟ ନେବେ ନାହଁି ବୋଲି ଆଶା କରାଯାଏ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri