ସଂଘୀୟବାଦକୁ ବିରୋଧ

ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରାଯାଇଛି। ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ, ଏଥିରେ କୌଣସି ସନ୍ଦେହ ନାହିଁ। ସଂଘୀୟବାଦ ଉପରେ ଭାଜପାର ଅବିଶ୍ୱାସର ଏହା ଏକ ଦୃଷ୍ଟାନ୍ତ। ଅତୀତରେ ବିଶେଷକରି ଭାଷାଭିତ୍ତିକ ରାଜ୍ୟ ଗଠନ ହେବା ପରେ ଭାଜପା ସଂଘୀୟବାଦ ଏବଂ ଭାରତରେ ରାଜ୍ୟଗୁଡ଼ିକର ସବୁ ବିଧାନସଭାକୁ ଏକକ ବିଧାନମଣ୍ଡଳ ସପକ୍ଷରେ ଛାଡ଼ିଦେବାକୁ ଚାହୁଁଥିଲା। ସେ ଦୃଷ୍ଟିରୁ ଆମେ ଏକ ସଂସଦୀୟ ବ୍ୟବସ୍ଥାରେ ତଥା ଏକକ ନେତୃତ୍ୱରେ ରହିଥିଲେ। ୧୯୫୬ରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ଏମ୍‌.ଏସ୍‌. ଗୋଲୱାଲକର ଏକ ପ୍ରବନ୍ଧ ଲେଖିଥିଲେ, ଯାହା ତାଙ୍କ ପୁସ୍ତକ ‘ବଞ୍ଚ ଅଫ୍‌ ଥଟ୍‌’ରେ ପୁନର୍ବାର ପ୍ରକାଶ ପାଇଥିଲା। ସେ ଲେଖିଛନ୍ତି-‘ସେତେବେଳେ ଆମ ଦେଶକୁ ପ୍ରାୟ ଏକ ଭିନ୍ନ ୟୁନିଟ୍‌ରେ ପରିଣତ କରାଯାଇ ଆମର ବର୍ତ୍ତମାନର ସମ୍ବିଧାନ ଅଣାଗଲା ଓ ପ୍ରତ୍ୟେକର ନିଜସ୍ବ ବ୍ୟବସ୍ଥା ରହିଲା ଏବଂ ସମସ୍ତଙ୍କୁ ଗୋଟିଏ ‘ୟୁନିୟନ’ (କେନ୍ଦ୍ର)ରେ ସମ୍ମିଳିତ କରାଗଲା…। ସମ୍ବିଧାନର ପ୍ରଣେତାମାନେ ଯେତେବେଳେ ଏହାକୁ ପ୍ରଣୟନ କରିଥିଲେ ସେତେବେଳେ ସେମାନେ କେଉଁ ସ୍ଥିତିରେ ରହିଥିଲେ ତାହାକୁ ଭଲ ଭାବେ ବିଚାର କଲେ ଜଣେ ଦେଖିବ ଯେ, ସେ ସମୟରେ ଏକ ବ୍ୟବସ୍ଥା- ଗୋଟିଏ ଦେଶ, ଗୋଟିଏ ବିଧାନସଭା, ଗୋଟିଏ କାର୍ଯ୍ୟନିର୍ବାହୀ କେନ୍ଦ୍ରର ଗଠନ ଏବଂ ବିବର୍ତ୍ତନ ପାଇଁ ପରିବେଶ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଏହା ମଧ୍ୟ ଥିଲା ଭାରତରେ ଏକ ସମାନ୍ତରାଳ ଦୃଢ଼ ରାଷ୍ଟ୍ରର ଅଭିବ୍ୟକ୍ତି। କିନ୍ତୁ ନେତାଙ୍କ ମନ ଏବଂ ଯୁକ୍ତି ‘ଫେଡେରେଶନ ଅଫ ଷ୍ଟେଟ୍ସ’ ପ୍ରତି ଅନୁକୂଳ ଥିଲା; ଯେଉଁଠାରେ ପ୍ରତ୍ୟେକ ଭାଷାଭିତ୍ତିକ ଗୋଷ୍ଠୀ ନିଜର ପୃଥକ ଭାଷା ଏବଂ ସଂସ୍କୃତି ସହିତ’ ‘ଜଣେ ବ୍ୟକ୍ତି’ ଭାବେ ଏକ ‘ବ୍ୟାପକ ସ୍ବାଧୀନତା’ ଉପଭୋଗ କରିଥିଲେ। ସେ ମଧ୍ୟ ‘ଏହାର ପ୍ରତିକାର ଅଛି’ ଶୀର୍ଷକରେ ଲେଖିଛନ୍ତି ଯେ,ଏହି ଉଦ୍ଦେଶ୍ୟରେ ଆମ ଦେଶର ସମ୍ବିଧାନର ଏକ ସଂଘୀୟ ଢାଞ୍ଚାର ଆଲୋଚନା ବନ୍ଦ କରି ଗୋଟିଏ ଦେଶ ମଧ୍ୟରେ ସମସ୍ତ ‘ସ୍ବୟଂଶାସିତ’ ବା ଅର୍ଦ୍ଧ-ସ୍ବୟଂଶାସିତ ‘ବ୍ୟବସ୍ଥା’ର ଅସ୍ତିତ୍ୱକୁ ଦୂର କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପଦକ୍ଷେପ। ବିଭାଜିତ, ଆଞ୍ଚଳିକ, ସାମ୍ପ୍ରଦାୟିକ, ଭାଷାଭିତ୍ତିକର କୌଣସି ସଙ୍କେତ ନ ଥିବା ‘ଏକ ଦେଶ, ଏକ ରାଜ୍ୟ, ଏକ ବିଧାନସଭା, ଏକ କାର୍ଯ୍ୟନିର୍ବାହୀ’ ବୋଲି ଯାହା ପ୍ରଚାର କରାଯାଉଛି ତାହା ଆମର ସମନ୍ବିିତ ସୌହାର୍ଦ୍ଦ୍ୟକୁ ବିନାଶ ପାଇଁ ସୁଯୋଗ ଦେଉଛି। ସମ୍ବିଧାନର ପୁନଃ ଯାଞ୍ଚ ଏବଂ ପୁନଃ ପ୍ରସ୍ତୁତ କରାଯାଉ, ଯାହାଦ୍ୱାରା ସରକାରଙ୍କ ଏହି ଏକକ ଢାଞ୍ଚା ପ୍ରତିଷ୍ଠା କରାଯାଇପାରିବ।
ଏହା ବ୍ୟତୀତ ସଂଘୀୟବାଦ ଏବଂ ସମ୍ବିଧାନର ଧାରା ୧ ପ୍ରତି ଉଗ୍ର ଭାବନାର ଉତ୍ସ ଦୀନଦୟାଲ ଉପାଧ୍ୟାୟଙ୍କଠାରୁ ମିଳେ। ୧୯୬୫ ଏପ୍ରିଲ ୨୨-୨୫ ମଧ୍ୟରେ ମୁମ୍ବାଇରେ ଉପାଧ୍ୟାୟ ଦେଇଥିବା ୪ଟି ଅଭିଭାଷଣ ଅବିଭାଜ୍ୟ ମାନବବାଦକୁ ସୂଚିତ କରେ। ତାଙ୍କ ତୃତୀୟ ବକ୍ତବ୍ୟର ଏକ ଶୀର୍ଷକ ହେଉଛି ‘ସମ୍ବିଧାନ ମନମୁଖୀ ହୋଇପାରିବ ନାହିଁ’। ଏଥିରେ ଉପାଧ୍ୟାୟ ଲେଖିଛନ୍ତି, ଆମେ ଏକ ସମ୍ବିଧାନ ଲେଖିଛୁ। କିନ୍ତୁ ଏହା ଦେଶର ସିଦ୍ଧାନ୍ତ ବା ବିଚାର ବିପରୀତରେ ଯାଇପାରିବ ନାହିଁ। ଏହା ଆମ ସିଦ୍ଧାନ୍ତ ବିରୋଧରେ ଅଧିକ ଯାଉଥିବାରୁ ତାହା ତା’ ଧର୍ମ ନିଭାଇ ପାରୁନାହିଁ। ସେହି ସମ୍ବିଧାନ ଯାହା ଆମ ଦେଶକୁ ସମ୍ଭାଳିଛି ତାହାର ଧର୍ମ ସହିତ ସମ୍ପର୍କ ରହିଛି। ଆମ ଲୋକଙ୍କ ହୃଦୟରେ ଯେଭଳି ପବିତ୍ର ମାତୃଭୂମି ଭାବନା ରହିଛି ସେଭଳି ଭାରତ ମାତାର ଧାରଣାର ସ୍ବୀକୃତି ନାହିଁ। ସମ୍ବିଧାନର ପ୍ରଥମ ପାରା ଅନୁଯାୟୀ, ଇଣ୍ଡିଆ, ଯାହା ଭାରତ ତାହା ରାଜ୍ୟଗୁଡ଼ିକର ଏକ ସଂଘ। ଅର୍ଥାତ୍‌ ବିହାର ମାତା, ବଙ୍ଗ ମାତା, ପଞ୍ଜାବ ମାତା, କନ୍ନଡ ମାତା, ତାମିଲ ମାତା ସମସ୍ତେ ଏକାଠି ହୋଇ ଭାରତ ମାତା ତିଆରି କରନ୍ତି। ଏହା ହାସ୍ୟାସ୍ପଦ। ଆମେ ପ୍ରଦେଶଗୁଡ଼ିକୁ ଭାରତ ମାତାର ଅଙ୍ଗ ବୋଲି ଭାବିଛୁ ଏବଂ ଏକାକୀ ମାତା ଭାବରେ ନୁହେଁ। ତେଣୁ ସଂଘୀୟ ବଦଳରେ ଆମର ସମ୍ବିଧାନ ୟୁନିଟାରି ହେବା ଉଚିତ। ପ୍ରକୃତରେ ପ୍ରଦେଶଗୁଡ଼ିକ ପ୍ରତି ଏପରି ବିରୋଧ ଉପରେ ଧ୍ୟାନ ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀମାନେ ନିର୍ବାଚିତ ହୋଇଥିଲେ ନ୍ୟାୟସଙ୍ଗତ ବୋଲି ବିଚାର କରାଯାଉନାହିଁ। ଆମେ ଏକ ଗଣତନ୍ତ୍ର ଏବଂ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ବିନା ଦୋଷରେ ଜେଲରେ ରଖିବାକୁ ଯୁକ୍ତିଯୁକ୍ତ ଦର୍ଶାଇ ଭାଜପା କ୍ଷମତାକୁ ବଜାୟ ରଖିପାରେ। ୨୦୧୪ ପରେ ସଂଘୀୟବାଦ ଉପରେ ଏହି ପ୍ରକାର ବିଚାରଗତ ଆକ୍ରମଣ ବିଭିନ୍ନ ଦିଗରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି: -ଆଇନଶୃଙ୍ଖଳା ମୁଖ୍ୟତଃ ରାଜ୍ୟର ବିଷୟ ହୋଇଥିବାବେଳେ ଏଥିରେ ହସ୍ତକ୍ଷେପ ଲାଗି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ବ୍ୟବହାର କରାଯାଉଛି। – ଜିଏସ୍‌ଟି ସହ ଟ୍ୟାକ୍ସ ଲଗାଇବା ଅଧିକାର ରାଜ୍ୟର ଶେଷ କରିଦିଆଯାଇଛି ଏବଂ ସେମାନେ କେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। – ଅନ୍ୟ ସମସ୍ତ ଅପେକ୍ଷା କେନ୍ଦ୍ରକୁ ଅଧିକ ଅଧିକାର ଦେବାଭଳି ‘ଏକ ଦେଶ ଏକ ନିର୍ବାଚନ’ ଆହ୍ବାନ ଦେଇଛି। – ବଙ୍ଗଳା, ଝାଡ଼ଖଣ୍ଡ, କର୍ନାଟକ, ତେଲଙ୍ଗାନା ଏବଂ ଦିଲ୍ଲୀରେ ବିରୋଧୀ ସରକାର ତଥା ନେତୃତ୍ୱ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ। ଗିରଫ, ଆବଣ୍ଟିତ ପାଣ୍ଠିକୁ ପ୍ରତ୍ୟାଖ୍ୟାନ କରିବା, କ୍ରମାଗତ ରାଜ୍ୟ ଅଧିକାରରେ ଅନୁପ୍ରବେଶ କରୁଛି।
ଗଣତନ୍ତ୍ରରେ ଏହା ଯୁକ୍ତିଯୁକ୍ତ ନୁହେଁ ଏବଂ ଏହା ହେଲେ ଆମେ ଉତ୍ତେଜନାର ବିସ୍ଫୋରଣ ସ୍ଥିତିକୁ ଦେଖିବାକୁ ପାଇବା। କେଜରିଓ୍ବାଲ, ମନୀଷ ସିସୋଦିଆଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କୁ ତଥା ଗତ ମାସରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିବା ଏବଂ ଚଳିତ ମାସରେ ତେଲଙ୍ଗାନା ନେତା କେ. କବିତାଙ୍କୁ ଜେଲ ପଠାଇବା ଯୋଗୁ ଏଭଳି ସ୍ଥିତି ଉପୁଜିବାର କାରଣ ହୋଇପାରେ। ବିରୋଧୀ ତଥା ଗଣତନ୍ତ୍ର ପ୍ରତି ସରକାରଙ୍କ ଅବମାନନାକୁ ଏହା ପ୍ରତୀତ କରେ। ନ୍ୟାୟପାଳିକା ପ୍ରତି ଅସମ୍ମାନ ଏବଂ ଦେଶର ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ଏହା କେତେ ପରିମାଣରେ ଆଗ୍ରହୀ ତାହା ମଧ୍ୟ ଦର୍ଶାଉଛି। ପ୍ରଶ୍ନ ହେଉଛି ଭାଜପାର ଆଦର୍ଶ, ସଂଖ୍ୟାବହୁଳବାଦକୁ ନେଇ ଭାଜପାର ଦ୍ୱେତ ବିଚାର ଏବଂ ସଂଘୀୟବାଦ ବିରୋଧରେ ଦୃଢ ମନୋଭାବକୁ ପ୍ରତିରୋଧ କରିବା ପାଇଁ କ’ଣ କରାଯିବ? ଜରୁରିକାଳୀନ ସମୟ ସହିତ ଭାରତରେ ଏକଚ୍ଛତ୍ରବାଦିତାକୁ ବିରୋଧ କରିବାର ଆଭ୍ୟନ୍ତରୀଣ କୌଶଳଗୁଡ଼ିକ କେବେ ବି ଭଲ ଭାବେ କାମ କରିନାହିଁ। ଜୟପ୍ରକାଶ ନାରାୟଣ ଏକ ବ୍ୟତିକ୍ରମ ଥିଲେ। କିନ୍ତୁ ସେ ଇଡି ଏବଂ ସିବିଆଇ ଯୁଗରେ କ’ଣ ହାସଲ କରିଥାଆନ୍ତେ?


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri