ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ପିଲା ଥିବା ପ୍ରାୟ ୧୫ହଜାର ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ତୀବ୍ର ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଶିକ୍ଷା ବିଭାଗ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ କହିବା ସହ ତୁରନ୍ତ ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ମହାସଂଘ।
ମହାସଂଘ କହିଛି, ବନ୍ଦ କରାଯାଉଥିବା ଏହିସବୁ ସ୍କୁଲକୁ ସରକାର କରି ନ ଥିଲେ। ସେହି ଅଞ୍ଚଳର ବୁଦ୍ଧିଜୀବୀମାନେ ଶିକ୍ଷାର ଅଭିବୃଦ୍ଧି ଓ ଆଞ୍ଚଳିକ ବିକାଶକୁ ଅନୁଭବ କରି ନିଜ ଶ୍ରମ, ଧନ ଓ ଜମି ଦେଇ ସ୍କୁଲ୍‌ ପ୍ରତିଷ୍ଠା କରିବା ସହ ବହୁ କଷ୍ଟରେ ଚଳାଇଥିଲେ। ପରବର୍ତ୍ତୀ ସମୟରେ ସରକାର ସେସବୁକୁ ନିଜ ଅଧୀନକୁ ନେଇଥିଲେ। ସବୁଠାରୁ ପରିତାପର ବିଷୟ ହେଲା ସରକାରୀ ସ୍କୁଲ ନିକଟରେ ଥିବା ବିନା ସରକାରୀ ଅନୁବନ୍ଧିତ ତଥା ସିଓଆର ଓ ଏନ୍‌ଓସି ନ ଥିବା ସ୍କୁଲଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହାକୁ କାର୍ଯ୍ୟକାରୀ ନ କରି ଓଲଟା ଅଗଣତାନ୍ତ୍ରିକ ଭାବେ ସରକାରୀ ସ୍କୁଲ ବନ୍ଦ କରିଦେଉଛନ୍ତି। ସେପଟେ ପୁଣି ଥରେ ନୂତନ ଘରୋଇ ସ୍କୁଲଗୁଡ଼ିକ ସିଓଆର ପାଇଁ ଆବେଦନ କରିବାକୁ ଗଣଶିକ୍ଷା ବିଭାଗ ଚିଠି କରିଛି l ଏହା କେବଳ ଶିକ୍ଷାକୁ ବ୍ୟବସାୟୀକରଣ କରିବାର ଏକ ହୀନ ଚକ୍ରାନ୍ତ। ଏଥିରୁ ଘରୋଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ସହ ଭିତିରି ବୁଝାମଣା ଓ ଭାଗୀଦାରିତାର ବିରାଟ ଗନ୍ଧ ବାରି ହେଉଛି ବୋଲି ମହାସଂଘ ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ ଆଦେଶ ଦିଅନ୍ତୁ ଓ ବେଆଇନ ଘରୋଇ ସ୍କୁଲଗୁଡ଼ିକ ବରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଯଦି ନିଷ୍ପତ୍ତି ପ୍ରତ୍ୟାହାର କରା ନ ଯାଏ ତେବେ ମହାସଂଘ ପକ୍ଷରୁ ବନ୍ଦ ହେଉଥିବା ସେହି ସ୍କୁଲର ଗାଁକୁ ଯାଇ ଅଭିଭାବକଙ୍କୁ ନେଇ ଏକ ଜନ ଆନ୍ଦୋଳନ କରାଯିବ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଏହି ଅବସରରେ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା ଓ ଶଙ୍କର୍ଷଣ ସାମନ୍ତରାୟ ଉପସ୍ଥିତ ରହି ସ୍କୁଲ୍‌ ବନ୍ଦ ବିରୋଧରେ ସ୍ବର ଉଠାଇଥିଲେ।
ସେପଟେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି। ବିଦ୍ୟାଳୟ ଭାଙ୍ଗିବା ବା ବନ୍ଦ କରିବା ପୂର୍ବରୁ ବାରମ୍ବାର ତର୍ଜମା କରି ବିଭିନ୍ନ ଦିଗକୁ ବିଶ୍ଳେଷଣ କରି ପଦକ୍ଷେପ ନିଆଯାଉ। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଓଷ୍ଟା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

ପାକିସ୍ତାନରେ ମାତିଲେ ‘କକ୍ରୋଚ ପାର୍ଟି’, ଗୃହମନ୍ତ୍ରୀଙ୍କୁ ଘାରିଲା ବିଦ୍ରୋହର ଭୟ, କହିଲେ…

ଇସଲାମାବାଦ,୩୧।୭: ଭାରତରେ ହୋଇଥିବା CJP ପ୍ରତିବାଦ ପରେ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ‘କକ୍ରୋଚ ପାର୍ଟି’ ଗଠନ କରାଯାଇଛି। ଏହାକୁ ନିକଟରେ ଲଞ୍ଚ କରାଯାଇଛି। ଏହାର ଇନଷ୍ଟାଗ୍ରାମ ପେଜ୍‌ରେ…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାର ରାୟ ପ୍ରକାଶ, ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୩୧।୭: ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କରକାରଡୁମା କୋର୍ଟ ପୂର୍ବତନ ଏଏପି କାଉନସିଲର ତାହିର ହୁସେନଙ୍କ ସମେତ…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ମନରେଗାର କାର୍ଯ୍ୟକାରିତା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ

ଗଞ୍ଜାମ, ୩୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ଶୁକ୍ରବାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri