ବିଦ୍ୟୁତ୍‌ ଦର ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୫।୪(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ରବିବାର ସନ୍ଧ୍ୟାରେ ୩୦ ମିନିଟ୍‌ ବିଜୁଳି କାଟ କରାଯାଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବିଜୁଳି ବନ୍ଦ କରି ନୀରବ ପ୍ରତିବାଦ କରିଛନ୍ତି। ଏଥିସହ କଂଗ୍ରେସର ଏହି ଆହ୍ବାନକୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ଭବନ ସମେତ ପିସିସି ସଭାପତି ଏବଂ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ବାସଭବନରେ ସନ୍ଧ୍ୟା ୬.୩୦ରୁ ୭ଟା ଯାଏ ବିଦ୍ୟୁତ୍‌ ସରବରାହ ବନ୍ଦ ରଖାଯାଇଥିଲା। ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଏହି ବନ୍ଦ ପ୍ରତିବାଦକୁ ବହୁଳ ମାତ୍ରାରେ ସମର୍ଥନ ଜଣାଇଥିବାରୁ ପିସିସି ସଭାପତି ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ସୋମବାର ସବୁ ଜିଲା ସଦର ମହକୁମା ଓ ବ୍ଲକରେ ଥିବା ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖ ଏବଂ ୬ ତାରିଖରେ ଭୁବନେଶ୍ୱରସ୍ଥିତ ଓଇଆର୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସମାବେଶ କରାଯିବ। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ନିରଞ୍ଜନ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଅଫିସ, ୧୧।୪: ତିହିଡ଼ି ବ୍ଲକ ଅନ୍ତର୍ଗତ ତଳଗୋପବିନ୍ଧା ପଞ୍ଚାୟତରେ ଗୋପସେବା ସମାଜ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୋପସେବା ସମାଜର ପ୍ରମୁଖ...

ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ପରିଚାଳନାକୁ ଅଧିକ କଡ଼ାକଡ଼ି କରାଯିବ। ପରୀକ୍ଷାରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ମେଧାବୀ ପରୀକ୍ଷାର୍ଥୀ ଯେପରି ଠିକ୍‌ ମାର୍କ ପାଇବେ...

ଶାନ୍ତିଶୃଙ୍ଖଳାରେ ଚାଲିଛି ଗୃହ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଗୁରୁବାର ବିଧାନସଭାର ତୃତୀୟ ଦିନରେ ସୁରୁଖୁରୁରେ ଗୃହକାର୍ଯ୍ୟ ଚାଲୁରହିଛି। ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସୁବର୍ଣ୍ଣପୁର ଜିଲା ଖଇରମାଳ ଓ...

ପ୍ରଥମ ପର୍ଯ୍ୟାୟରେ ଗଲା ୧.୯୬ ଲକ୍ଷ ବହି

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ):ଶିକ୍ଷାବର୍ଷ ୨୦୨୨-୨୩ ନିମନ୍ତେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣା ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ଉତ୍ପାଦନ...

ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି।...

ଅବପାତ ପରେ ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

ଭୁବନେଶ୍ୱର,୯।୮ (ବ୍ୟୁରୋ): ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଏହି ଅବପାତ କେନ୍ଦ୍ରୀଭୂତ ହୋଇଛି। ଅବପାତ ପ୍ରଭାବରେ...

ଖାଦ୍ୟ ନାଁରେ ବିଷ ବେପାର

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଖାଦ୍ୟ ନାଁରେ ବିଷ ବେପାର ଚାଲିଛି। ଅଧିକ ମୁନାଫା କମାଇବା ଆଶାରେ ଅସାଧୁ ବ୍ୟବସାୟୀମାନେ ଜନସ୍ବାସ୍ଥ୍ୟ ସହ ଭୟଙ୍କର ଖେଳ ଖେଳୁଛନ୍ତି। ଖାଦ୍ୟସାମଗ୍ରୀ ଅପମିଶ୍ରଣ ଜନସ୍ବାସ୍ଥ୍ୟ...

ବାତ୍ୟା କ୍ଷୟକ୍ଷତି ଆକଳନ କରିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବ। ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା...

Advertisement
Archives

Model This Week