ଓଟିପିସିଏଲ କାମକୁ ବିରୋଧ

କାମାକ୍ଷାନଗର, ୨୬।୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି ପଞ୍ଚାୟତରେ ଚାଲିଥିବା ଓଟିପିସିଏଲ କାମକୁ ବିରୋଧ କରିଛନ୍ତି ମରିଚକଣ ଏବଂ ନୂଆଙ୍ଗବିଲ ଗ୍ରାମର ବିସ୍ଥାପିତ ପ୍ରଜା। କ୍ଷତିଗ୍ରସ୍ତଙ୍କ ତାଲିକା ସଂଶୋଧନ ନ କରି ମନଇଚ୍ଛା କାମ କରାଯାଉଥିବା ଅଭିଯୋଗ କରି ଗୁରୁବାର ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆସନ୍ତା ସପ୍ତାହରେ ତ୍ରିପାକ୍ଷିକ ବୈଠକରେ ସମସ୍ୟାର ସମାଧାନ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
କ୍ଷତିଗ୍ରସ୍ତଙ୍କ କହିବା କଥା, ବିସ୍ଥାପିତଙ୍କ ପାଇଁ ନିର୍ମାଣ ଚାଲିଥିବା କଲୋନୀ ଚାରିପଟେ କଂକ୍ରିଟ ପାଚେରି, ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା, ରାସ୍ତା ପ୍ରଶସ୍ତୀକରଣ କରିବାକୁ ଦୀର୍ଘଦିନ ହେଲା କମ୍ପାନୀ ନିକଟରେ ଦାବି କରାଯାଉଛି। ହେଲେ ବିକାଶମୂଳକ କାର୍ଯ୍ୟକୁ ଅଣଦେଖା କରି କମ୍ପାନୀ ପକ୍ଷରୁ ବଳପୂର୍ବକ କାମ କରାଯାଉଛି। ଏହାକୁ ନେଇ ଲାଗି ରହିଥିବା ଅସନ୍ତୋଷ ଗୁରୁବାର ତୀବ୍ର ରୂପ ଧାରଣ କରିଥିଲା। ପୋଲିସ ଉପସ୍ଥିତରେ କାମ ଚାଲିଥିବାବେଳେ ଶତାଧିକ ମହିଳାପୁରୁଷ ଗ୍ରାମ ବିଦ୍ୟାଳୟ ନିକଟରେ କାମ ବନ୍ଦ କରିବାକୁ ଏକାଠି ହୋଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜାଗା ପଞ୍ଚସଖା ରାଇସ ମିଲ୍‌ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇଲା। ଏହାକୁ ନେଇ ପୋଲିସ ଏବଂ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜସ୍ବ ଅଧିକାରୀ ମାନସ ଦଣ୍ଡପାଟ, ଥାନା ଅଧିକାରୀ ଅଭିନବ ଡାଳୁଆ, ତୁମୁସିଂହା ଥାନାଧିକାରୀ ଆନନ୍ଦ ଚରଣ ଡୁଙ୍ଗ୍‌ଡୁଙ୍ଗ୍‌, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ୱେତପଦ୍ମା ବିଶ୍ୱାଳ ପ୍ରମୁଖ ପରିସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିବା ସହ କମ୍ପାନୀ ବିରୋଧରେ ନାରାବାଜି କରିଥିଲେ। ଉପଯୁକ୍ତ କ୍ଷତିପୂରଣ ଏବଂ କ୍ଷତିଗ୍ରସ୍ତଙ୍କ ତାଲିକାରେ ସଂଶୋଧନ ନ ହେବା ଯାଏ କମ୍ପାନୀ କାମକୁ ବିରୋଧ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଆସନ୍ତା ସପ୍ତାହରେ କମ୍ପାନୀ କର୍ତ୍ତୃପକ୍ଷ, କ୍ଷତିଗ୍ରସ୍ତ ପ୍ରଜା ଏବଂ ପ୍ରଶାସନ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ବୋଲି ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri