ଲୋକୋମୋଟିଭ୍‌ ଇଞ୍ଜିନ ସ୍ଥାନାନ୍ତରକୁ ବିରୋଧ

ପୁରୀ ଅଫିସ,୯।୮: ବ୍ରିଟିଶ ଅମଳରେ ନ୍ୟାରୋ ଗେଜ୍‌ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ହେଉଥିବା ଲୋକୋ ମୋଟିଭ୍‌ ଇଞ୍ଜିନ୍‌କୁ ଅନୁମତି ବିନା ଉଠାଇନେବାକୁ ଉଦ୍ୟମ ଚାଲିଛି। ଏନେଇ ରବିବାର ପୁରୀ ସମୁଦ୍ରକୂଳ ଥାନାରେ ଚାଣକ୍ୟ ବିଏନ୍‌ଆର୍‌ ହୋଟେଲର ମ୍ୟାନେଜରଙ୍କ ବିରୋଧରେ ଏତଲା ଦିଆଯାଇଛି। ଚାଣକ୍ୟ ଗ୍ରୁପ୍‌ ହୋଟେଲ ଜାଣିଶୁଣି ବ୍ରିଟିଶ୍‌ ଅମଳର ଏହି ସରକାରୀ ସମ୍ପତ୍ତିକୁ ହଡ଼ପ କରିବାକୁ ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ ରହିଛି। ରବିବାର ପୂର୍ବାହ୍ନ ୯ଟାରେ ହୋଟେଲ କର୍ମଚାରୀମାନେ ଏହାକୁ ଖୋଲିକରି ନେବା ପାଇଁ ଉଦ୍ୟମ କରୁଥିବା ପୁରୀ ଲୋକେ ଦେଖିଥିଲେ। ଶ୍ରୀଜଗନ୍ନାଥ ସେନା ଓ କଂଗ୍ରେସ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ପରେ ହୋଟେଲ କର୍ମଚାରୀମାନେ ଏହାର ସ୍ଥାନାନ୍ତରଣରୁ ବିରତ ହୋଇଥିଲେ।
ଉଲ୍ଲେଖ ରହିଛି ଯେ, ଚାଣକ୍ୟ ଗ୍ରୁପ୍‌କୁ ରେଲଓ୍ବେ ପକ୍ଷରୁ ହୋଟେଲ୍‌ ଲିଜ୍‌ରେ ଦିଆଯାଇଥିବାବେଳେ କୌଣସି ସମ୍ପତ୍ତି ସ୍ଥାନାନ୍ତର ଓ କିମ୍ବା ବିନା ଅନୁମତିରେ ଭିତ୍ତିଭୂମିରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଅନୁମତି ନାହିଁ। ଏହାସତ୍ତ୍ବେ ଚାଣକ୍ୟ ବିଏନ୍‌ଆର୍‌ ପକ୍ଷରୁ ଇଞ୍ଜିନ୍‌କୁ ଉଠାଇନେବାକୁ ଉଦ୍ୟମ ହେଉଛି। ଅଭିଯୋଗକାରୀ ହେକ୍ଟର ମିଶ୍ର କହିଛନ୍ତି, ଏଭଳି ଦୁର୍ଲ୍ଲଭ ମେଶିନ ଭାରତର ଖୁବ୍‌ କମ୍‌ ସ୍ଥାନରେ ରହିଛି। ଏବେ ଭାରତରେ ଏଭଳି ମାତ୍ର ୧୮ଟି ଇଞ୍ଜିନ୍‌ ରହିଛି। ଦାର୍ଜିଲିଂ ହିମାଲୟନ୍‌ ରେଲୱେ ପାଖରେ ୪ଟି, ନୀଳଗିରି ହିଲ୍‌ ରେଲୱେ ପାଖରେ ୫ଟି ଏଭଳି ଲୋକୋ ମୋଟିଭ୍‌ ଇଞ୍ଜିନ୍‌ ରହିଛି। ପୁରୀ ସହରରେ ଥିବା ଇଞ୍ଜିନ କେବଳ ପ୍ରଦର୍ଶନୀ ଉଦ୍ଦେଶ୍ୟରେ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଏଭଳି ଇଞ୍ଜିନ୍‌କୁ ଚଳାଚଳ କରାଯାଉଛି। ସେହିଭଳି ସିମ୍‌ଲାରେ ମଧ୍ୟ ଏଭଳି ୩ଟି ଇଞ୍ଜିନ୍‌ ରହିଛି। ୧୯୯୮ରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ୟୁନେସ୍କୋ ନିଜ ହାତକୁ ନେଇସାରିଛି। ଏଭଳି ଐତିହ୍ୟସମ୍ପନ୍ନ ବସ୍ତୁର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରୀରେ ଏଭଳି ଇଞ୍ଜିନ୍‌ ଥିବାରୁ ଏହା ଉପରେ ପୁରୀବାସୀଙ୍କର ପ୍ରଥମ ଅଧିକାର ରହିଛି। ଏହାକୁ ଚାଣକ୍ୟ ବିଏନ୍‌ଆର୍‌ ପରିସରରୁ ଅଣାଯାଇ ସ୍ବତନ୍ତ୍ର ଭାବେ ପ୍ରଦର୍ଶନ କରାଯାଉ। ଲୋକେ ଭାରତୀୟ ରେଲଓ୍ବେର ଇତିହାସ ସମ୍ପର୍କରେ ଜାଣିବାକୁ ପାଇବା ସହ ବ୍ରିଟିଶ ଉପନିବେଶ ଓ ରେଳ ବିକାଶ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ସେହିପରି ପୁରୀ ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି, ଏହି ମୂଲ୍ୟବାନ ଇଞ୍ଜିନର ଉପଯୁକ୍ତ ସଂରକ୍ଷଣ ହେଉ ଓ ରେଳ ମନ୍ତ୍ରାଳୟ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପୁରୀରେ ରଖାଯାଉ। ଫଳରେ ପର୍ଯ୍ୟଟକ ଦେଖି ଖୁସିହେବେ ଓ ପୁରୀର ଗରିମା ବଢ଼ିବ। ଅନ୍ୟପକ୍ଷରେ ଏନେଇ ପୁରୀ ଜିଲା ପ୍ରଶାସନ ପାଖରେ କିଛି ସୂଚନା ନାହିଁ। ଏହା ରେଳ ବିଭାଗ ଅଧୀନ କାର୍ଯ୍ୟ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେହିଭଳି ଚାଣକ୍ୟ ବିଏନ୍‌ଆର୍‌ ରେସିଡେନ୍ସ ମ୍ୟାନେଜର କହିଛନ୍ତି, ସମ୍ପୃକ୍ତ ଇଞ୍ଜିନ ରେଳ ବିଭାଗର ହୋଇଥିବାରୁ ସେଠାରେ ହେଉଥିବା କାର୍ଯ୍ୟ ରେଲଓ୍ବେ କରୁଥାଇପାରେ। ଚାଣକ୍ୟ ଗ୍ରୁପ୍ସ ପକ୍ଷରୁ ଏଭଳି କିଛି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ରେଲଓ୍ବେ ପକ୍ଷରୁ ଅଲ୍ଲୀ ଆକବର ଉଖାନୀ କମ୍ପାନୀକୁ ଏହାର ମରାମତି ଦାୟିତ୍ୱ ଦିଆଯାଇଥିବାବେଳେ ସେହି କମ୍ପାନୀ ଇୟାଜ୍‌ ଖାନ୍‌ କମ୍ପାନୀ କର୍ତ୍ତୃପକ୍ଷଙ୍କୁୁ କାର୍ଯ୍ୟଭାର ଦେଇଥିଲା ବୋଲି ପୋଲିସ କହିଛି। ତେବେ ସେଠାରେ କିଏ କାର୍ଯ୍ୟ କରୁଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସମୁଦ୍ରକୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?