ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ଏଥିପାଇଁ କିସମ ପରିବର୍ତ୍ତନ ଓ ଜବରଦଖଲ ଉଚ୍ଛେଦ ପାଇଁ ସର୍ବସାଧାରଣ ଇସ୍ତାହାର କରାଯାଇଛି। ନୋଟିସ୍‌ରେ ପଥରବଣି, ଜଳାଶୟ, ନାଳ କିସମ, ଗୋଦାଣ୍ଡ, ରାସ୍ତା, ପର୍ବତ, ଝାଟି ଜଙ୍ଗଲ, ନୟନଝରି ଓ ଦାଣ୍ଡ ରହିିଛି। ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ଗୁରୁବାର ସଦର ତହସିଲାଦାରଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ କରିଛନ୍ତି।
ଅଭିଯୋଗ ମୁତାବକ, ଉକ୍ତ ଜମି ନ ଦେବାକୁ ଗ୍ରାମବାସୀ ପୂର୍ବରୁ ବିରୋଧ କରି ଆସୁଛନ୍ତି। ଗ୍ରାମର ଅନେକ ଲୋକଙ୍କ କମ ଜମି ଥିବାରୁ ଅଧିଗ୍ରହଣ ହେଲେ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସେହିପରି ଜଳାଶୟ ମାନଙ୍କରେ ଲୋକମାନେ ଶ୍ନାନ, ଶୌଚ କରିବା ସହ ଗୃହପାଳିତ ପଶୁ ପାଣି ପିଉଥିଲେ। କିସମ ପରିବର୍ତ୍ତନ ହେଲେ ଜଳ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ଉକ୍ତ ଅଞ୍ଚଳରେ ୪ଟି କାରଖାନା ରହିଥିବାରୁ ବହୁ ପରିମାଣର ବାୟୁ ଏବଂ ଜଳ ପ୍ରଦୂଷଣ ହେଉଛି। ଏଣୁ ଏଠାରେ ଆଉ କାରଖାନା ହେଲେ ପ୍ରଦୂଷଣ ମାତ୍ରା ବଢ଼ିବ ବୋଲି କହିଛନ୍ତି। ସେହିପରି ଉକ୍ତ ଅଞ୍ଚଳରେ ଥିବା ପାହାଡ଼ରେ ବୃକ୍ଷଲତା, ଜଡ଼ିବୁଟି ତଥା ବସବାସ କରୁଥିବା ବନ୍ୟପ୍ରାଣୀ କ୍ଷତିଗସ୍ତ ହେବା ସହ ବାସସ୍ଥଳୀ ହରାଇବେ। ଏଠାରେ କାରଖାନା ହେଲେ ଜଳାଶୟ ଓ ବନ୍ଧ କ୍ଷତିଗସ୍ତ ହେବା ସହ ଜଳସ୍ତର ହ୍ରାସ ପାଇବ। ଫଳରେ ଜଳ ସମସ୍ୟା ସାଙ୍ଗକୁ ଚାଷବାସରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି। ଜମି ଇଡ୍‌କୋ ଜରିଆରେ ଅଧିଗ୍ରହଣ ହେବାକୁ ଯାଉଥିବାରୁ ତହସିଲ ପକ୍ଷରୁ ଗ୍ରାମବାସୀଙ୍କ ମତାମତ ପାଇଁ ୩୧ ଡିସେମ୍ବରରେ ନୋଟିସ୍‌ କରିଥିଲେ। ତେବେ ନୋଟିସ୍‌ ଜାନୁୟାରୀ ୧୨ରେ ସେମାନଙ୍କୁ ପ୍ରୋସେସ ସର୍ଭର ଦ୍ୱାରା ପ୍ରଦାନ କରାଯାଇଛି। ୧୫ ରୁ ୩୦ ଦିନ ମଧ୍ୟରେ ମତାମତ ଦେବାକୁ କୁହାଯାଇଛି। ଏନେଇ ଅଧିକ ସମୟ ଦେବାକୁ ସେମାନେ ଦାବି କରିଛନ୍ତି। ଇଡ୍‌କୋ ଜମି ମାଗିଥିବାରୁ ଉକ୍ତ ଅଞ୍ଚଳରେ ଥିବା ସରକାରୀ ଜମି ଚିହ୍ନଟ କରାଯାଇଛି। ସେସବୁ ନେଇ ଲୋକଙ୍କ କୌଣସି ଅଭିଯୋଗ ଥିଲେ ଆହ୍ବାନ କରାଯାଇଛି। ଏଣୁ ଲୋକମାନେ ଅଭିଯୋଗ ଦାଖଲ କରିବାକୁ ଆସିଥିଲେ ବୋଲି ସଦର ତହସିଲଦାର ଆଶୀଷ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri