Posted inଜାତୀୟ

ସେନାରେ ଠିକା ନିଯୁକ୍ତିକୁ ବିରୋଧ

ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍‌ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ ପଦବୀ ଖାଲିପଡ଼ିଥିବାବେଳେ ମୋଦି ସରକାରଙ୍କ ସ୍ବଳ୍ପମିଆଦୀ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ଲକ୍ଷ୍ୟକରି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। ବିରୋଧୀ ଏହାକୁ କୁହାଳିଆ ନେତାଙ୍କ ଭୁଅଁାବୁଲା ଯୋଜନା ଆଖ୍ୟା ଦେଇଛନ୍ତି। କାରଣ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ବିଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କେତେଜଣଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ ଭାବେ କହିପାରୁ ନ ଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଆଗାମୀ ଦେଢ଼ ବର୍ଷରେ ୧୦ ଲକ୍ଷ ଆଶାୟୀଙ୍କୁ ଚାକିରି ଯୋଗାଇବାର ଘୋଷଣା ଅବାସ୍ତବ ମନେହେଉଛି। ଘୋଷଣା ଅନୁସାରେ ଯଦି ୭ ମାସରେ ୪୫,୦୦୦ ଯବାନଙ୍କୁ ଠିକା ନିଯୁକ୍ତି ଦିଆଯାଏ ତେବେ ଦେଢ଼ବର୍ଷରେ ଏହି ସଂଖ୍ୟା ୯୦,୦୦୦ ହେବ। ଅବଶିଷ୍ଟ ୯ ଲକ୍ଷ ୧୦ ହଜାର ନିଯୁକ୍ତି କେଉଁ କେଉଁ କ୍ଷେତ୍ରରେ ଦିଆଯିବ ସେନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।

ଭାରତୀୟ ସେନାର ୩ ବାହିନୀରେ ନିଯୁକ୍ତି ଲାଗି କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ଭାଗରେ ବିରୋଧ କରାଯାଇଛି। ସେମାନଙ୍କୁ ସରକାର ବୋକା ବନାଇବାକୁ ଉଦ୍ୟମ କରୁଥିବା ଯୁବଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ୪ ବର୍ଷ ସେନାରେ ନିଯୁକ୍ତି ପରେ ସେମାନେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ବିହାରର ମୁଜାଫରପୁର ଏବଂ ବକ୍ସାରରେ ବହୁସଂଖ୍ୟାରେ ଯୁବତୀଯୁବକ ବିକ୍ଷୋଭରେ ସାମିଲ ହୋଇଥିଲେ। ବିହାରର ଗୁଲଶନ କୁମାର କହିଛନ୍ତି, ମାତ୍ର ୪ ବର୍ଷ ଚାକିରି ପାଇଁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିବ। ଅନ୍ୟ ନିଯୁକ୍ତି ପାଇଁ ପାଠପଢ଼ାରେ ସେମାନେ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯିବେ। ଯେଉଁମାନେ ସେନାରେ ଭର୍ତ୍ତି ହେବା ଲାଗି ବହୁବର୍ଷ ହେଲା ପ୍ରସ୍ତୁତି ଚଳାଇଛନ୍ତି, ସେମାନେ ମାତ୍ର ୪ ବର୍ଷ ନିଯୁକ୍ତିରେ ସାମିଲ ହେବାକୁ ଚାହିଁବେ କି ବୋଲି ଅନ୍ୟତମ ଆଶାୟୀ ଶିବମ କୁମାର ପ୍ରଶ୍ନ କରିଛନ୍ତି।

ସୈନ୍ୟବାହିନୀରେ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଏହା ସଶସ୍ତ୍ର ବଳର ଆକ୍ରମଣ ଦକ୍ଷତା ହ୍ରାସ କରିବ। ସେନାର ମର୍ଯ୍ୟାଦା ଓ ବୀରତ୍ୱ ସହ ଆଦୌ ସାଲିସ କରାଯାଇପାରିବ ନାହଁ ବୋଲି ରାହୁଲ କହିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ସେନାରେ ନିଯୁକ୍ତିକୁ ଏକ ଗବେଷଣାଗାର କରା ନ ଯାଉ ବୋଲି ସେ କହିଛନ୍ତି। ଭାରତ ଦୁଇ ପାର୍ଶ୍ୱରୁ ବିପଦର ସମ୍ମୁଖୀନ ହେଉଥିବାବେଳେ ଅଗ୍ନିପଥ ଯୋଜନା ଆମ ସଶସ୍ତ୍ର ବଳର କାର୍ଯ୍ୟାନୁଷ୍ଠାନ ପ୍ରଭାବକୁ ହ୍ରାସ କରିବ। ଭାଜପା ସରକାର ସେନାର ମର୍ଯ୍ୟାଦା, ପରମ୍ପରା, ବୀରତ୍ୱ ଏବଂ ଶୃଙ୍ଖଳା ସହ ସାଲିସ୍‌ରୁ ବିରତ ରହନ୍ତୁ ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଅଗ୍ନିପଥ ଯୋଜନାରେ ଆଗାମୀ ୭ ମାସ ମଧ୍ୟରେ ୪୫,୦୦୦ ଯବାନ ଚୁକ୍ତିଭିତ୍ତିରେ ନିଯୁକ୍ତ ହେବେ ବୋଲି ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ସାରା ଦେଶର ୭୭୩ ଜିଲାରେ ଏଥିପାଇଁ ନିଯୁକ୍ତି ଅଭିଯାନ ହେବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ବୟସ ବର୍ଗର ପିଲାଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ମାତ୍ର ୨୫ ପ୍ରତିଶତଙ୍କୁ ଅଣଅଫିସର ପଦବୀରେ ରଖାଯିବ ଓ ସେମାନେ ପୂରା ୧୫ ବର୍ଷ ସେବା କରିବାର ସୁଯୋଗ ପାଇବେ। ଅନ୍ୟମାନେ ୧୧ରୁ ୧୨ ଲକ୍ଷ ଟଙ୍କା ପ୍ୟାକେଜ୍‌ ନେଇ ଚାକିରି ଛାଡ଼ିବେ। ସେମାନେ ପେନ୍‌ସନ ସୁବିଧା ପାଇବାକୁ ହକ୍‌ଦାର ହେବେ ନାହିଁ।
ସରକାରଙ୍କ ଏଭଳି ନିଯୁକ୍ତି ଯୋଜନାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ୪ ବର୍ଷୀଆ ନିଯୁକ୍ତି ର଼୍ୟାଙ୍କ୍‌ରେ ଆକ୍ରମଣ ମନୋବଳକୁ ପ୍ରଭାବିତ କରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ସୈନ୍ୟବାହିନୀରେ ନିଯୁକ୍ତି କ୍ଷେତ୍ରରେ ଏହା ଏକ ଗମ୍ଭୀର ସୁପାରିସ ବୋଲି ଅବସରପ୍ରାପ୍ତ ମେଜର ଜେନେରାଲ ବି.ଏସ୍‌. ଧନୋଆ ଟୁଇଟ୍‌ କରିଛନ୍ତି। ସେନାରେ ବେତନ ଓ ପେନ୍‌ସନ ବାବଦ ଖର୍ଚ୍ଚ ହ୍ରାସ ଲାଗି ସରକାର ଅଗ୍ନିପଥ ଯୋଜନା ଆଣିଛନ୍ତି। ତେବେ ସଶସ୍ତ୍ର ବଳକୁ ଆର୍ଥତ୍କ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ନୁହେଁ ବୋଲି ବରିଷ୍ଠ ସେନା ଅଧିକାରୀ ମେଜର ଜେନେରାଲ ୟାସ୍‌ ମୋର୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବିସି ଡକ୍ୟୁମେଣ୍ଟାରୀ ମାମଲା: ଭାରତର କିଛି ଲୋକ ବିବିସିକୁ ସୁପ୍ରିମ୍‌କୋର୍ଟଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି କହିଲେ କିରେନ୍‌ ରିଜିଜୁ…

ନୂଆଦିଲ୍ଲୀ,୨୨।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବ୍ରିଟିଶ ବ୍ରୋଡକାଷ୍ଟ କର୍ପୋରେଣନ (ବିବିସି) ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ଏହାର ନା ନେଉନାହିଁ। ବିରୋଧୀ ଦଳର...

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର

ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍‌ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା...

ବନ୍ୟା ବୈଠକରେ ଶୋଇପଡ଼ିଲେ ମନ୍ତ୍ରୀ, କଂଗ୍ରେସ କଲା କଟାକ୍ଷ…

ବେଙ୍ଗାଲୁରୁ, ୬।୯ : ପ୍ରବଳ ବର୍ଷା ଯୋଗୁ କର୍ନାଟକରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏଥି ସହିତ ରାଜଧାନୀ ବେଙ୍ଗାଲୁରୁର ଅବସ୍ଥା ଅତ୍ୟନ୍ତ ଖରାପ...

ପିଏମ୍‌ କିଷାନ ଯୋଜନାରେ ହେରଫେର୍‌, ଟଙ୍କା ଫେରାଇବା ଲାଗି ୨୧ ଲକ୍ଷ ଚାଷୀ ତାଲିକାଭୁକ୍ତ…

ନୂଆଦିଲ୍ଲୀ, ୮।୯ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ହେରଫେର ହୋଇଛି। ଅଯୋଗ୍ୟ ଚାଷୀ ମଧ୍ୟ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଲାଭାନ୍ବିତ...

୧୭୦ ବିଲ୍ଡିଂର ସୁରକ୍ଷା ଦାୟିତ୍ୱ ୨୦୦୦ ଯବାନଙ୍କ ହାତରେ…

ଚଣ୍ଡିଗଡ଼, ୧୨।୫ : ମୋହାଲିରେ ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ପଞ୍ଜାବ ସରକାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂର ସୁରକ୍ଷା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା...

ପୁଣି ଡରାଇଲା ଦିଲ୍ଲୀ: ୨୦୦କଣ୍ଟେନମେଣ୍ଟ ଜୋନ, ୬ହଜାରରୁ ଊର୍ଦ୍ଧ୍ୱ ସକ୍ରିୟ ମାମଲା

ନୂଆଦିଲ୍ଲୀ,୫।୮: ରାଜଧାନୀ ଦିଲ୍ଲୀ ସମେତ ଏନ୍‌ସିଆରରେ ପୁଣି ଥରେ କରୋନା କାୟା ମେଲାଇଲାଣି। ଧୀରେ ଧୀରେ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ପୁଣି ଫେରିଥିବା ଦେଖିବାକୁ ମିଳିଛି।...

ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି...

ନିଷ୍ପତ୍ତି ବଦଳାଇବାକୁ ପାଓ୍ବାର ଅମଙ୍ଗ

ମୁମ୍ବାଇ,୪ା୫: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିବା ବର୍ଷୀୟାନ୍‌ ରାଜନେତା ଶରଦ ପାଓ୍ବାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପାଓ୍ବାର...

Advertisement
Archives

Model This Week