Posted inଜାତୀୟ

ଇସ୍ରାଏଲରୁ ତେଲ ନେବ ଇୟୁ

କାଇରୋ, ୧୬ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆ ବଦଳରେ ଏଣିକି ଇସ୍ରାଏଲରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ରୟ ପାଇଁ ଇୟୁ ଯୋଜନା କରିଛି। ଇଜିପ୍ଟ ଦେଇ ୟୁରୋପୀୟ ଦେଶଗୁଡ଼ିକୁ ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପରିବହନ ହେବ। ଏଥିନିମନ୍ତେ ଇଜିପ୍ଟ, ଇସ୍ରାଏଲ ଏବଂ ଇୟୁ ମଧ୍ୟରେ ବୁଧବାର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଏ ନେଇ ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର ଲେୟେନ୍‌ ସୂଚନା ଦେଇଛନ୍ତି। ଇଜିପ୍ଟ ଓ ଇସ୍ରାଏଲ ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ଏହି ଐତିହାସିକ ଚୁକ୍ତିନାମାକୁ ଉର୍ସୁଲା ସ୍ବାଗତ କରିଛନ୍ତି। ୨୦୨୧ରେ ଇୟୁ ଏହାର ଆବଶ୍ୟକତାର ୪୦% ଗ୍ୟାସ୍‌ ରୁଷିଆରୁ ଆଣିଥିଲା। ରୁଷିଆର ଅର୍ଥନୀତିକୁ ପ୍ରଭାବିତ କରିବା ସହ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରାଇବା ପାଇଁ ଇୟୁ ମସ୍କୋରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ କମ୍‌ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି। ଭୂମଧ୍ୟସାଗରରେ ଇସ୍ରାଏଲର ଦୁଇଟି ଗ୍ୟାସ୍‌ ଫିଲ୍ଡ କାର୍ଯ୍ୟକ୍ଷମ ରହିଛି। ଭୂମଧ୍ୟସାଗର ଦେଇ ଇଜିପ୍ଟର ଏଲ୍‌ଏନ୍‌ଜି ଟର୍ମିନାଲ ଦ୍ୱାରା ଇସ୍ରାଏଲରୁ ତୈଳ ପରିବହନ ହୋଇ ୟୁରୋପ ଉପୂକଳକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀଙ୍କୁ ନେଇ ଭାଜପା-ତୃଣମୂଳ ମୁହାଁମୁହିଁ

କୋଲକାତା,୧୯।୧: ଜାନୁୟାରୀ ୨୩ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବ। ଏହାକୁ ନେଇ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ...

ହରିଆଣାରେ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରେ...

ଚାଷ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ ଭାଇରାଲ

ବିଦିଶା,୧୪।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବିଦିଶାରେ ଥିବା ତାଙ୍କ ଜମିରେ ଚାଷ କରିଛନ୍ତି। ଟ୍ରାକ୍ଟରରେ ମୁଖ୍ୟମନ୍ତ୍ରୀ ଜମିରେ ଚାଷ କରୁଥିବାର ଭିଡ଼ିଓ ଏବଂ...

ଗାଜିପୁର ରୋଡରେ ତଥାପି ରହିଛି ଲୁହାକଣ୍ଟା

ଗାଜିପୁର,୫।୨: ଉତ୍ତର ପ୍ରଦେଶ-ଦିଲ୍ଲୀର ଗାଜିପୁର ସୀମାରେ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ କରିବା ପାଇଁ ବ୍ୟାରିକେଡ ବ୍ୟବସ୍ଥା...

୧,୦୮୨ ପୋଲିସଙ୍କୁ ପଦକ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଏବଂ ରାଜ୍ୟ ପୋଲିସର ୧,୦୮୨ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି।...

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

ମନ୍ଦିର ଆସିଥିବା ମହିଳାଙ୍କ ଚୁଟି ଧରି ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ପୂଜକ, କାରଣ ଜାଣିଲେ…

ପାଟଣା,୭ା୮: ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବା ପାଇଁ ଆସିଥିବା ମହିଳାଙ୍କ ଚୁଟି ଧରି ପିଟିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ...

Advertisement
Archives

Model This Week