Posted inଜାତୀୟ

ଇସ୍ରାଏଲରୁ ତେଲ ନେବ ଇୟୁ

କାଇରୋ, ୧୬ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆ ବଦଳରେ ଏଣିକି ଇସ୍ରାଏଲରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ରୟ ପାଇଁ ଇୟୁ ଯୋଜନା କରିଛି। ଇଜିପ୍ଟ ଦେଇ ୟୁରୋପୀୟ ଦେଶଗୁଡ଼ିକୁ ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପରିବହନ ହେବ। ଏଥିନିମନ୍ତେ ଇଜିପ୍ଟ, ଇସ୍ରାଏଲ ଏବଂ ଇୟୁ ମଧ୍ୟରେ ବୁଧବାର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଏ ନେଇ ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର ଲେୟେନ୍‌ ସୂଚନା ଦେଇଛନ୍ତି। ଇଜିପ୍ଟ ଓ ଇସ୍ରାଏଲ ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ଏହି ଐତିହାସିକ ଚୁକ୍ତିନାମାକୁ ଉର୍ସୁଲା ସ୍ବାଗତ କରିଛନ୍ତି। ୨୦୨୧ରେ ଇୟୁ ଏହାର ଆବଶ୍ୟକତାର ୪୦% ଗ୍ୟାସ୍‌ ରୁଷିଆରୁ ଆଣିଥିଲା। ରୁଷିଆର ଅର୍ଥନୀତିକୁ ପ୍ରଭାବିତ କରିବା ସହ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରାଇବା ପାଇଁ ଇୟୁ ମସ୍କୋରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ କମ୍‌ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି। ଭୂମଧ୍ୟସାଗରରେ ଇସ୍ରାଏଲର ଦୁଇଟି ଗ୍ୟାସ୍‌ ଫିଲ୍ଡ କାର୍ଯ୍ୟକ୍ଷମ ରହିଛି। ଭୂମଧ୍ୟସାଗର ଦେଇ ଇଜିପ୍ଟର ଏଲ୍‌ଏନ୍‌ଜି ଟର୍ମିନାଲ ଦ୍ୱାରା ଇସ୍ରାଏଲରୁ ତୈଳ ପରିବହନ ହୋଇ ୟୁରୋପ ଉପୂକଳକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri