ଉପଯୁକ୍ତ ସମୟରେ ନିଷ୍ପତ୍ତି: ବିଜେଡି

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବିରୋଧୀ ଦଳ ଏକାଠି ହେଲେଣି। ତେବେ ବିରୋଧୀ ଦଳ ଓ ଏନ୍‌ଡିଏ କାହାକୁ ପ୍ରାର୍ଥୀ କରିବେ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିରୋଧୀ ଦଳଙ୍କର ବୈଠକ ଡାକିଥିଲେ ମଧ୍ୟ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରି ନାହିଁ।
ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବ। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ଲାଗି ଏବେ ଭାଜପା ଜାତୀୟ ନେତୃତ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଭାଜପାର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ବିଷୟରେ କଥା ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଜନାଥଙ୍କ ଟେଲିଫୋନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରର ଭାଜପା ନେତୃତ୍ୱ ନବୀନଙ୍କୁ ଭରସା କରିଛନ୍ତି। ବିଜେଡି ପାଖରେ ଏବେ ରାଷ୍ଟ୍ରପତି ନିର୍ବାଚନର ୩ ପ୍ରତିଶତ ଭୋଟ ରହିଛି। ଯଦି ବିଜେଡି ସମର୍ଥନ ଦେବ ତେବେ ଏନ୍‌ଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ଏକପ୍ରକାର ନିଶ୍ଚିତ ହୋଇଯିବ। ମେ’ ୩୦ ରେ ବିଜେଡି ସୁପ୍ରିମୋ ନବୀନ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ତେବେ ସେ ସମୟରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ନବୀନ ଗଣମାଧ୍ୟମକୁ କହିଥିଲେ।
ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ଦଳଠାରୁ ସମଦୂରତ୍ୱ ବଜାୟ ରଖି ଆସିଛି। ନିର୍ବାଚନ ଆସିଲେ ପ୍ରାର୍ଥୀଙ୍କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡି ସଭାପତି ଗଣମାଧ୍ୟମକୁ ପୂର୍ବରୁ କହି ଆସିଛନ୍ତି। ଅନ୍ୟପକ୍ଷରେ ବିଜେଡିକୁ ବିରୋଧୀ ଦଳ ପକ୍ଷରୁ କୌଣସି ଯୋଗାଯୋଗ କରାଯାଇ ନ ଥିବା ଜଣାପଡ଼ିଛି। ଏନ୍‌ଡିଏ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସମର୍ଥନ ଯୋଗାଡ଼ରେ ଭାଜପା ଜାତୀୟ ନେତୃତ୍ୱ ଜୋରସୋର ଉଦ୍ୟମ ଚଳାଇଛନ୍ତି। ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ ଠିକ୍‌ ସମୟରେ ଦଳର ସଭାପତି ଉପଯୁକ୍ତ ନିଷ୍ପତ୍ତି ନେବେ। ଏବେଠାରୁ ସେ ନେଇ କିଛି କହିହେବ ନାହିଁ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ୍‌ ସଂଖ୍ୟା ୧୦,୯୩,୩୪୭ ହୋଇଥିବା ବେଳେ ଏନ୍‌ଡିଏ ପାଖରେ ଏବେ ଏଥିରୁ ୪୮.୮ ପ୍ରତିଶତ ଭୋଟ ରହିଛି। ଏନ୍‌ଡିଏ ପ୍ରାର୍ଥୀ ଜିତିବା ପାଇଁ ୫,୪୬,୬୭୫ ଖଣ୍ଡ ଭୋଟ ଆବଶ୍ୟକ। ତେବେ ଏନ୍‌ଡିଏ ପାଖରେ ପ୍ରାୟ ୧୩ ହଜାର ଭୋଟ (୧.୨%) ଅଭାବ ରହିଛି। ଏହି ଭୋଟ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଭାଜପା ଏବେ ନିଜର ସହଯୋଗୀ ବିଜେଡି ଏବଂ ୱାଇଏସ୍‌ଆର କଂଗ୍ରେସ ଉପରେ ନଜର ରଖିଛି। ଏହି ଦୁଇ ଦଳ ମଧ୍ୟରୁ ଜଣଙ୍କର ସମର୍ଥନ ମିଳିଗଲେ ଏନ୍‌ଡିଏ ପ୍ରାର୍ଥୀ ବିଜୟୀ ହେବା ସହଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri