ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ ବିଶେଷକରି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଲୋଚନା ହେଉଛି। ନିର୍ବାଚନରେ କଂଗ୍ରେସ ଓ ଭାଜପା ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ କହି ଭୋଟ ହାତେଇବାକୁ ଉଦ୍ୟମ କରୁଥିବାବେଳେ ବିଜେଡି କ୍ଷମତାରେ ଥିବା କହି ପ୍ରଚାର ଜୋର୍‌ଦାର କରୁଛି। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର ରହିଛି।

ଅଳା, ତରଡ଼ାପଡ଼ା, ପଳାଶୋଳ, ପୁନଙ୍ଗ, ସମଙ୍ଗ, ସାଁପୁର, ସିଂହାରପୁର ଏବଂ ଅୟର ଆଦି ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଏଠାରେ ଭାଜପାରୁ ତାପସୀ ମଲ୍ଲିକ, କଂଗ୍ରେସରୁ ସ୍ବର୍ଣ୍ଣଲତା ମଲ୍ଲିକ, ବିଜେଡିରୁ ମନୋଜ ଭୋଇ ଓ ବିଏସ୍‌ପିରୁ ସୁଚିତ୍ରା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଗତ ୩ଟି ନିର୍ବାଚନ ବିଜେଡି ସପକ୍ଷରେ ଥିଲା। କିନ୍ତୁ ଏଥର ରାଜନୈତିକ ସମୀକରଣ କ’ଣ ହେବ, ତାହା କହିହେଉନାହିଁି । ଏହି ଜୋନ୍‌ ଅଞ୍ଚଳରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ଜିଲା କଂଗ୍ରେସ ସଭାପତି ନଟବର ବାରିକ ଓ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ଦେବୀଦତ୍ତ ମହାନ୍ତିଙ୍କ ଘର। ସେମାନେ ଦୀର୍ଘବର୍ଷ ଧରି ଏହି ଜୋନ୍‌ରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କିନ୍ତୁ ଏହି ନିର୍ବାଚନରେ ମହାନ୍ତିଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ନିର୍ବାଚନ ସମ୍ପର୍କରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ସ୍ବର୍ଣ୍ଣଲତାଙ୍କ ସ୍ବାମୀ ପ୍ରଶାନ୍ତ କୁମାର ମଲ୍ଲିକ ହେଉଛନ୍ତି ଜିଲା ଯୁବ କଂଗ୍ରେସ ସଭାପତି। ସେ ଗତ ସାଧାରଣ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଏବେ ଜୋନ୍‌ ଅଧୀନ ସମସ୍ତ ପଞ୍ଚାୟତରେ ଦଳୀୟ ସ୍ଥିତି ଭଲ ଥିଲେ ସୁଦ୍ଧା ପୁନଙ୍ଗ, ଅଳା, ସମଙ୍ଗ, ପଳାଶୋଳ, ଅୟର, ତରଡ଼ାପଡ଼ାରେ ଅଧିକ ଶକ୍ତିଶାଳୀ ରହିଛି ବୋଲି କୁହାଯାଉଛି। କଂଗ୍ରେସ ପ୍ରାର୍ଥୀ ମଲ୍ଲିକ କହିଛନ୍ତି, ବିଜେଡି ପ୍ରାର୍ଥୀ ଭୋଇ ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷ ଥିଲାବେଳେ ବହୁ ଦୁର୍ନୀତି ହୋଇଥିଲା। ସେ ଦୀର୍ଘବର୍ଷ ଧରି ଜଗତ୍‌ସିଂହପୁର ବ୍ଲକ ବିଜେଡି ସଭାପତି ଅଛନ୍ତି। ତାଙ୍କ ବିରୋଧରେ ଥିବା ଅସନ୍ତୋଷ କଂଗ୍ରେସକୁ ସୁହାଇବ। ତରଡ଼ାପଡ଼ା ପଞ୍ଚାୟତରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି , ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡି ଅସନ୍ତୁଷ୍ଟ। ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ମହାନ୍ତିଙ୍କ ପୁଅଙ୍କୁ ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ କରାଯିବ ବୋଲି କୁହାଯାଇ ଶେଷରେ ନିରାଶ କରାଯାଇଥିଲା। ପଳାଶୋଳ, ସମଙ୍ଗ ଓ ଅୟର ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଭୋଇଙ୍କ ଉପରେ ଥିବା ଅସନ୍ତୋଷର ଫାଇଦା କଂଗ୍ରେସ ନେବ ବୋଲି ମଲ୍ଲିକ କହିଛନ୍ତି। ଏଥର ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ତାପସୀ ଜଣେ ଶିକ୍ଷିତା ସାଙ୍ଗକୁ ତାଙ୍କ ସ୍ବାମୀ ଜଣେ ସହକାରୀ ଯନ୍ତ୍ରୀ। ତେଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି। ତାପସୀ କହିଛନ୍ତି, ଗତଥର ଜିଲା ପରିଷଦ ଜିତିଥିବା ସଭ୍ୟ ଲୋକଙ୍କଠାରୁ ଦୂରେଇ ଯାଇଛନ୍ତି। ଏନେଇ ଲୋକେ ଭାଜପାକୁ ସମର୍ଥନ ଦେବା ପାଇଁ ଆଗେଇ ଆସୁଛନ୍ତି। ନିର୍ବାଚନରେ ଭାଜପା ସମସ୍ତ ପଞ୍ଚାୟତରୁ ଭଲ ଭୋଟ୍‌ ପାଇବ। ପୁନଙ୍ଗ, ପଳାଶୋଳ, ଅଳା ଓ ସାଁପୁରରୁ ଅଧିକ ଭୋଟ ହାତେଇବ ବୋଲି ଆଶା କରାଯାଉଛି। ଏହାଛଡ଼ା ବିରୋଧୀ ଦଳର ଅସନ୍ତୁଷ୍ଟ କର୍ମୀମାନେ ଖୋଲା ସମର୍ଥନ କରୁଥିବାରୁ ଜନମତ ତାଙ୍କ ସପକ୍ଷରେ ଯିବ ବୋଲି ତାପସୀ କହିଛନ୍ତି ।

ବିଜେଡି ପ୍ରାର୍ଥୀ ଭୋଇ ଦଳର ଜଣେ ଆଗଧାଡ଼ିର ନେତା। ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ କହିଛନ୍ତି, ବିଗତ ନିର୍ବାଚନ ପରି ଏଥର ମଧ୍ୟ ଜନମତ ବିଜେଡି ସପକ୍ଷରେ ଯିବ। ତାଙ୍କର ଲୋକସମ୍ପର୍କ ହେଉଛି ସମ୍ବଳ। ପଞ୍ଚାୟତଗୁଡିକରେ ଏକାଧିକ ପ୍ରାର୍ଥୀ ଥିଲେ ସୁଦ୍ଧା ପ୍ରତ୍ୟେକ ଜିଲା ପରିଷଦ ସଭ୍ୟ ପାଇଁ ତାଙ୍କୁ ଭୋଟ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?