Posted inଜାତୀୟ

ସିବଲଙ୍କ ଘରେ ବିରୋଧୀ ମେଳି

ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା ସାମିଲ ହୋଇଥିଲେ। ସିବଲଙ୍କ ଜନ୍ମଦିନ ପାଳନ ପାଇଁ ଆୟୋଜିତ ରାତ୍ରିଭୋଜନ ବସ୍ତୁତଃ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧୀ ମେଳି ପାଲଟିଯାଇଥିଲା। ସେହିପରି କଂଗ୍ରେସର କାୟାକଳ୍ପ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗାନ୍ଧୀ ପରିବାର ହାତରୁ ଦଳର ନେତୃତ୍ୱକୁ ମୁକ୍ତ କରିପାରିଲେ ହିଁ କଂଗ୍ରେସର ଉନ୍ନତି ହେବ ବୋଲି କେତେଜଣ ନେତା ମତ ଦେଇଥିବା ଜଣାପଡ଼ିଛି।
କପିଲ ସିବଲଙ୍କ ଘରେ ଆୟୋଜିତ ପାର୍ଟିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କିମ୍ବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ନ ଥିଲେ। ଏଥିରେ ସାମିଲ ହୋଇଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ ପି. ଚିଦାମ୍ବରମ୍‌, ଶଶୀ ଥରୁର ଓ ଆନନ୍ଦ ଶର୍ମା। ଏହି ୩ ନେତା କଂଗ୍ରେସର ଭବିଷ୍ୟତ ନେଇ ଦଳ ଭିତରେ ପ୍ରଶ୍ନ ଉଠାଇଆସୁଛନ୍ତି। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ଶିବସେନାର ସଞ୍ଜୟ ରାଉତ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏବଂ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଭାଜପାର ପୂର୍ବତନ ସହଯୋଗୀ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)କୁ ମଧ୍ୟ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ଏସ୍‌ଏଡିର ବରିଷ୍ଠ ନେତା ନରେଶ ଗୁଜରାଲ ଏଥିରେ ସାମିଲ ହୋଇଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ରରେ ଭାଜପାକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଥାଏ ବୋଲି କୁହାଯାଉଥିବାବେଳେ ଦଳ ପକ୍ଷରୁ ପିନାକୀ ମିଶ୍ର ଏହି ବୈଠକରେ ସାମିଲ ହୋଇଥିଲେ।
କେନ୍ଦ୍ରକୁ ଟାର୍ଗେଟ କରି ସିବଲ କହିଥିଲେ, ବର୍ତ୍ତମାନର ସରକାର ଦେଶର ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରିବାରେ ଲାଗିଛନ୍ତି। ସ୍ପଷ୍ଟ ଆଭିମୁଖ୍ୟ ନେଇ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କାମ କରିବାକୁ ପଡ଼ିବ। ଓମାର କହିଥିଲେ, କଂଗ୍ରେସ ଯେତେବେଳେ ବି ମଜଭୁତ ହୋଇଛି ବିରୋଧୀ ଦଳଗୁଡ଼ିକ ଶକ୍ତ ହୋଇଛନ୍ତି। କଂଗ୍ରେସକୁ ସୁଦୃଢ଼ କରିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇଛି। ଅକାଳୀ ଦଳର ନରେଶ ଗୁଜରାଲ ଗାନ୍ଧୀ ପରିବାରକୁ ଟାର୍ଗେଟ କରି କହିଥିଲେ, କଂଗ୍ରେସକୁ ଏହି ପରିବାର ପଞ୍ଝାରୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଦଳକୁ ସୁଦୃଢ଼ କରିବା ଅସମ୍ଭବ। ବୈଠକରେ ବିରୋଧୀ ନେତାମାନେ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଲାଲୁ କହିଥିଲେ, ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ହରାଇବାକୁ ହେଲେ ସମସ୍ତ ବିରୋଧୀ ଦଳକୁ ଏକଜୁଟ ହେବାକୁ ପଡ଼ିବ। ଭାଜପା ବିରୋଧରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ପ୍ରସ୍ତାବ ଦେଇଥିଲେ। ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ଯାଦବଙ୍କୁ ବିରୋଧୀ ନେତାମାନେ ଶୁଭେଚ୍ଛା ଜଣାଇଥିଲେ।
ପ୍ରକାଶ ଯେ, ୨୦୧୪ରେ କଂଗ୍ରେସ କ୍ଷମତାଚ୍ୟୁତ ହେବା ପରଠୁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଛି। ଗତବର୍ଷ ସିବଲଙ୍କ ସମେତ ଅନ୍ୟ କେତେଜଣ ନେତା ସୋନିଆଙ୍କ ପାଖକୁ ଏକ ବିସ୍ଫୋରକ ଚିଠି ପଠାଇଥିଲେ। କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ଆଭ୍ୟନ୍ତରୀଣ ନିର୍ବାଚନ ଜରିଆରେ ସାଙ୍ଗଠନିକ ଦକ୍ଷତାକୁ ମଜଭୁତ କରିବା ପାଇଁ ଜି-୨୩ ନାମରେ ପରିଚିତ ଏହି ଗୋଷ୍ଠୀ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri