ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ

ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ ଧମକଚମ ଦେଉଛନ୍ତି। ଏହାର ପ୍ରତିବାଦ କରିବା ସହ ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଭାଜପା ଓ କଂଗ୍ରେସ।

ଗୁରୁବାର ଭାଜପା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଧାରଣା ଦେଇ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଗୌତମ ସାନ୍ତରାୟଙ୍କ ନେତ୍‌ୃତ୍ୱରେ ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଜୟପୁର ବନ୍ଦ ରହିଥିଲା। ଦୋକାନ ବଜାର, ଚକଅଖ ସବୁ ବନ୍ଦ ଥିଲା। ଏକ ବାଇକ୍‌ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ୨୬ ନଂ. ଜାତୀୟ ରାଜପଥର ମୁଖ୍ୟ ଟ୍ରାଫିକ ଛକଠାରେ ରାସ୍ତା ଅବରୋଧ କରିଥିଲେ।

ସେହିପରି ଜିଲା ମହିଳା କଂଗ୍ରେସ ପକ୍ଷରୁ ଏସ୍‌ଡିପିଓ ଅଫିସ ସମ୍ମୁଖରେ ଧାରଣା ଦେଇ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ପୋଲିସ ଉପରେ ବର୍ଷିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ପୀଡିତାଙ୍କୁ ୫୦ ଲକ୍ଷ ଟଙ୍କା ଓ ଘର ଯୋଗାଇ ଦେବାକୁ ଦାବି କରିଥିଲେ। ଯଦି ଦାବି ପୂରଣ ନ ହୁଏ ତେବେ ଆସନ୍ତା ୭ ରେ କୋରାପୁଟ ଜିଲାକୁ ବନ୍ଦ କରାଯିବ। ଏହାର ୨ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ବାହିନୀପତି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା,୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ ଗଣିଆବରେଇ ଗ୍ରାମରୁ ଗୁରୁବାର ସକାଳୁ ଏକ ହରିଣ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ହରିଣଟି...

ଦବୁଛି ରାସ୍ତା, ପ୍ରଶାସନର ନିଘା ନାହିଁ

ଆରଡ଼ି, ୧୦ା୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସାଠିବାଙ୍କୁଡ଼ା ଓ ବୋଡ଼କର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ମାସକ ତଳେ ପ୍ରାୟ ୫୦...

ମେଶିନ ଲଗାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

ବୁଗୁଡ଼ା,୧୮।୧(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା (ଏମଜିଏନଆରଇଜିଏସ)ରେ ପ୍ରକଳ୍ପ ଚୟନ କରାଯାଇ ମଞ୍ଜୁର ହେବା...

କୁମାରପୂର୍ଣ୍ଣିମାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ହେଲେ ମା’ସମଲେଇ

ସମ୍ବଲପୁର,୯।୧୦(ବ୍ୟୁରୋ): କୁମାରପୂର୍ଣ୍ଣିମାରେ ଇଷ୍ଟଦେବୀ ମା’ ସମଲେଇ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଓ ରୀତିନୀତି ଅନୁସାରେ ଭୋର ୫ଟାରେ ମଙ୍ଗଳ ଆଳତି, ସାଢ଼େ...

ଝାଲିଆଗୋଛା ପରେ ବାରୁଡ଼ା ହେଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଭଞ୍ଜନଗର,୨୧।୬(ଡି.ଏନ୍‌.ଏ.)- ଲୋକେ ସାମାଜିକ ଦୁରତ୍ୱ ବଜାୟ ନରଖିବା, ମାସ୍କ ବ୍ୟବହାର ନକରିବା, ନିୟମିତ ସଫା ନରହିବା ହେତୁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି।...

ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା

ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ...

ଜୟପୁରରେ ହେଲା ଜାତୀୟ ପତାକା ଅର୍ଦ୍ଧନମିତ

ଜୟପୁର, ୧୫।୫(ନି.ପ୍ର.)-ଜୟପୁର ଟ୍ରାଫିକ ଛକ ନିକଟରେ ଥିବା ଜାତୀୟ ପତାକା ଶନିବାର ଅର୍ଦ୍ଧନମିତ ହୋଇଛି। ଆବୁଧାବିର ଶାସକ ତଥା ୟୁନାଇଟେଡ୍‌ ଆରବ ଏମିରେଟ୍ସର ସଭାପତି ଶେଖ୍‌...

ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଦିଗପହଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି...

Advertisement
Archives

Model This Week