ପାତରଅନ୍ତର ନୀତିକୁ ବିରୋଧ

ଯାଜପୁର,୨୧।୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ରୋଡରୁ ଧାମରା ରେଳପଥ ପ୍ରକଳ୍ପ ଲାଗି ଟଙ୍କା ନାହିଁ। ମାତ୍ର ପୁରୀ-କୋଣାର୍କ ରେଳପଥ ଲାଗି ୪୯୨ କୋଟି ଟଙ୍କ ମଞ୍ଜୁର କରିଛନ୍ତି। ଏହାକୁ ସ୍ବାଗତ କରୁଥିବାବେଳେ ରେଳମନ୍ତ୍ରୀ ଦୀର୍ଘଦିନର ଦାବି ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲାବାସୀଙ୍କୁ ପ୍ରତାରିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ବୋଲି ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ପରିଷଦର ସଂଯୋଜକ ପଦ୍ମାକର ଗୁରୁ ଏକ ବିଜ୍ଞପ୍ତିରେ ଆହୁରି ଜଣାଇଛନ୍ତି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ପୁରୀରୁ କୋଣାର୍କ ଦୀର୍ଘ ପ୍ରାୟ ୩୨ କିଲୋମିଟର ରେଳପଥକୁ ମଞ୍ଜୁରୀ ଦେବା ସହ ଏହି ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ୪୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାତ୍ର ଯାଜପୁର ରୋଡ-ଧାମରା ଦୀର୍ଘ ପ୍ରାୟ ୯୬ କିଲୋମିଟର ରେଳପଥର ଆରଓଆର ୨୭.୩୭ ପ୍ରତିଶତ ଥିବା ସତ୍ତ୍ୱେ ବଜେଟରେ କିମ୍ବା ଉକ୍ତ ଖବରଦାତା ସମ୍ମିଳନୀରେ କୌଣସି ଅର୍ଥ ଘୋଷଣା ନ କରିବା ପାତର ଅନ୍ତର ନୀତିକୁ ସୂଚାଉଛି।
ଯାଜପୁର ରୋଡ-ଧାମରା ଭାୟା ବିରଜାକ୍ଷେତ୍ର, ଆରଡ଼ି, ଚାନ୍ଦବାଲି, ଭିତରକନିକା ଦେଇ ଧାମରା ପ୍ରକଳ୍ପ ପ୍ରତି ଉପେକ୍ଷା ମନ୍ତ୍ରୀଙ୍କ ବୈମାତୃକ ମାନସିକତାର ପରିଚୟ। ଏହି ରେଳପଥ ନିର୍ମାଣ କରାଗଲେ ଉପରୋକ୍ତ ୩ ଜିଲାର ପ୍ରାୟ ୧୨ ଲକ୍ଷ ଲୋକ ଉପକୃତ ହୋଇ ପାରିବେ। ତେଣୁ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ପାଇଁ ରେଳମନ୍ତ୍ରୀ ଅନୂନ୍ୟ କିଛି ଟଙ୍କା ବି ଘୋଷଣା କରିପାରିଥାନ୍ତେ । ମାତ୍ର ହୀନ ରାଜନୈତିକ ମନୋଭାବ ପୋଷଣ କରି ଏହି ଜିଲାବାସୀଙ୍କ ପ୍ରତି କୁଠାରଘାତ କରିଛନ୍ତି। ଏହି ରେଳପଥର ଅଗ୍ରଗତି ପାଇଁ ଭାଜପା ଓ ବିଜେଡିର କୋଳାକୋଳି ନୀତିରେ ଉଭୟ ଦଳର ନେତାମାନଙ୍କ ନୀରବତା ଆହୁରି ଚକିତ କରୁଛି । ଏହି ୩ ଜିଲାର ଭାଜପା ନେତାମାନେ ଆଗରୁ ଶ୍ରେୟ ନେବାଲାଗି ଯାଜପୁର ରୋଡରୁ ଧାମରା ରେଳପଥ ନିର୍ମାଣ ପାଇଁ ପୋଷ୍ଟର ଓ ହୋର୍ଡିଂ ଲଗାଉଥିଲେ । ମାତ୍ର ବଜେଟ୍‌ ଘୋଷଣା ପରେ ସେମାନଙ୍କ ଅହେତୁକ ନୀରବତା କେବଳ ହୀନ ରାଜନୈତିକ ଛଡ଼ା ଆଉ କିଛି ନାହିଁ । ରେଳମନ୍ତ୍ରୀଙ୍କ ଏପରି ପାତରଅନ୍ତର ନିଷ୍ପତ୍ତି ବିରୋଧରେ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଯାଜପୁର ଟାଉନ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହେବ। ଏହାସହ ସେହିଦିନ ଧାମରା ଠାରେ ଅପରାହ୍ନ୪ଟା୩୦ରୁ ସନ୍ଧ୍ୟା ୬ ଟା ୩୦ ପର୍ଯ୍ୟନ୍ତ ଜନ ସାଧାରଣ, ବୁଦ୍ଧିଜୀବୀ, ସଚେତନ ନାଗରିକ ମାନଙ୍କୁ ଏକାଠି କରାଯିବ। ରେଳମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ପରିଷଦର ସଂଯୋଜକ ଗୁରୁ ଉକ୍ତ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri